ଜିଲ୍ଲା ପରିକ୍ରମା

ମାଲକାନଗିରି ଡିଏନକେ ମାଦୁର୍ଗାଙ୍କ ପୂଜା ମଣ୍ଡପରେ ୫୬ବର୍ଷପୁର୍ତି ଉତ୍ସବ ପାଳନ,ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ମାନଙ୍କ ଭିଡ

ମାଲକାନଗିରି,୧୮ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ମହାନବମୀ ପୂଜା ମହୋତ୍ସବ ପାଳିତ ହୋଇ ଯାଇଛି । ବିଶେଷକରି ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ପଡିଆ ନିକଟରେ ଥିବା ସାବ ର୍ଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫୬ବର୍ଷପୂର୍ତୀ ଉତ୍ସବ ଉପଲକ୍ଷେ ଦୁର୍ଗାମଣ୍ଡପରେ ବିଭିନ୍ନ କାରୁକାର୍ଯ୍ୟ କରାଯାଇଛି । ଆଜି ମାଦୁର୍ଗାଙ୍କ ମହାନବମୀ ପୂଜା ଦିନ୮ଟାଠାରୁ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିର,  ସୁବାଷବୋଷ ଟାଉନକ୍ଲବ,ଭେଟନାରୀ ସାହିସ୍ଥ ଲରି ଆସୋସିଏସନ,ଜିଲ୍ଲାପୁଲିସ ଦୁର୍ଗାମେଢ,ଡିଏନକେ ଛକ ମେଢ,ଡିଏନକେ ମଇଦାନ ସାବ ର୍ଜନୀନ ଦୁର୍ଗାପୂଜା କମିଟି ,କଲେଜଛକ ଗଣ୍ଡିଆଗୁଡା ଦୁର୍ଗାମେଢ ସହିତ ଅନେକ ଗୁଡିଏ ଦୁର୍ଗାମେଢ ନିକଟରେ ଆଜିଠାରୁ  ଆଡମ୍ବର ସହକାରେ ମା ଦୁର୍ଗାଙ୍କ ମହାନବମୀ ପୂଜା  ଆରମ୍ଭ ହୋଇ ଯାଇଛି ।

ପୁଜା ମଣ୍ଡପଗୁଡିକୁ ଅଧିକ ଆକର୍ଷଣ କରିବା ପାଇଁ ସୁ ଉଚତୋରଣ,ଆଲୋକ ମାଳା ସଜା ବ୍ୟବସ୍ଥା ହୋଇଛି, ବିଭିନ୍ନ ପୁଜା ମଣ୍ଡପରେ ଭକ୍ତ ଓ ଦର୍ଶକ ମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥାକରା ଯାଇଛି, ପ୍ରତିଦିନ ସଂନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭଜନସଂନ୍ଧ୍ୟାର କାର୍ଯ୍ୟକ୍ରମ ସାଙ୍ଗକୁ ଦେଶିଆନାଟ ପରିବେଷଣ କରାଯାଉଛି । ବିଶେଷ କରି ଜିଲ୍ଲାପୁଲିସ ଦୁର୍ଗାମେଢ ନିକଟରେ ଗତ ଦୁଇଦିନହେଲା ପୁଲିସ ମେଲୋଡିପାର୍ଟି ଦ୍ୱାରା ଭଜନ ସମାରୋହ ହୋଇ ବିଭିନ୍ନ ଜନସଚେତନତା ଧର୍ମୀ ମଣ୍ଡପ କରା ଯାଇ ନାନାପ୍ରକାର ମୂର୍ତୀ ନିର୍ମାଣ ହୋଇଛି, ସେଥିମଧ୍ୟରୁ ଶ୍ରବଣକୁମାରଙ୍କ ପିତୃ ମାତୃ ଭକ୍ତିର ନିଦର୍ଶନ, ବିକ୍ରମ ବେତାଳ ପ୍ରତିମୃର୍ତୀ ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା ।

ଏହାଦେଖିବା ପାଇଁ ଦର୍ଶକମାନଙ୍କର ଭିଡ ଲାଗିଥିଲା । ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଲକ ଏମଭି୭୯ ଠାରେ ୫୦ବର୍ଷପୂର୍ତୀ ଉତ୍ସବ, ଏମଭି୭୨, ଏମଭି୧୭, ଏମଭି୧୫,ଚିତ୍ରକୋଣ୍ଡା, ତାର୍ଲାକୋଟା, ବିଭିନ୍ନ  ସହରବଜାର ଓ  ପଚାଂୟତର ବିଭିନ୍ନ ସା୍ଥନାରେ ଆଡମ୍ବର ସହକାରେ ମା ଦୁର୍ଗାଙ୍କ  ମହାନବମୀ ପୂଜା ପାଳିତ ହୋଇ ଯାଇଛି । ବିଭିନ୍ନ ଦୁର୍ଗା ମଣ୍ଡପନିକଟରେ ମୀନାବଜାର ସାଙ୍ଗକୁ ପୁଜାମଣ୍ଡପର ଆକଷ ର୍ଣୀୟ ଦୃଶ୍ୟ ଦର୍ଶକମାନଙ୍କ ମନମୋହିଛି ।  ବିଭିନ୍ନ ପୁଜା ମଣ୍ଡପନିକଟରେ ଭକ୍ତ ଓ ଦର୍ଶକ ମାନଙ୍କଭିଡ ଲାଗି ଯାଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top