ଓଡ଼ିଶା

ମାଲକାନଗିରି ଟନେଲକ୍ୟାମ୍ପର ବିଏସଏଫ ଜବାନ ନିଜ ବନ୍ଧୁକରୁ ଗୁଳିଚଳାଇ ଆତ୍ମହତ୍ୟା

ମାଲକାନଗିରି, ୨୯ା୩ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ଟନେଲ କ୍ୟାମ୍ପ ଠାରେ ଥିବା ୮ ବେଟାଲିୟାନ ବିଏସଏଫ କ୍ୟାମ୍ପର ଜଣେ ବିଏସଏଫ ଜବାନ ନିଜ ବନ୍ଧୁକରୁ ନିଜକୁ ଗୁଳିଚଳାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୁଲିସ ଶବବ୍ୟବଛେଦ କରି ତଦନ୍ତ ଚଳାଇଛନ୍ତି। ଝାଡଖଣ୍ଡ ରାଜ୍ୟ ଗୋଲବଜାର ଥାନାସ୍ଥ ସର୍ବନମହଲ୍ଲା ଦେବଗଡଗାଁ ର ପଙ୍କଜ କୁମାର ସା ମାଲକାନଗିରି ଜିଲ୍ଲା ଟନେଲକ୍ୟାମ୍ପ ଠାରେ ଥିବା ବିଏସଏଫ କ୍ୟାମ୍ପରେ ନିଯୁକ୍ତି ପାଇଥିଲେ। ସେ ଜାନୁଆରୀ ମାସ ୧ତାରିଖ ଠାରୁ ମାର୍ଚ୍ଚମାସ ୩ତାରିଖ ପର୍ଯ୍ୟନ୍ତ ଛୁଟିନେଇ ନିଜ ଗାଁକୁ ଯାଇଥିଲେ। ଛୁଟିସରିଯିବା ପରେ ମାଲକାନଗିରି ଆସି ସେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ଘରୁ ଫେରିବା ପରେ ତାଙ୍କମନ ଖୁସି ନଥିବାର ଜଣାପଡୁଥିଲା, ସେ ପ୍ରାୟ ସମୟ ମନ ଦୁଃଖରେ ଏକା ଏକା ବସି ରହି କଣସବୁ ଭାବୁଥିଲେ ବୋଲି ତାଙ୍କ ସାଥିମାନେ କୁହନ୍ତି। ଆଜି ସକାଳୁ ହଟାତ ଗୁଳିଫୁଟିବା ଆବାଜ ଶୁଣି କାଳେ ମାଓବାଦୀ ପସିଆସିଲେ କି ଭାବି କ୍ୟାମ୍ପର ଅନ୍ୟ ଜବାନମାନେ ସତର୍କ ହୋଇ ଦେଖିଲାବେଳକୁ କ୍ୟାମ୍ପର ଜବାନ ପଙ୍କଜ ନିଜ ବନ୍ଧୁକ ଦ୍ୱାରା ନିଜବେକ ପାଖରେ ରଖି ନିଜେ ନିଜକୁ ଗୁଳିକରିଦେଇ ଛନ୍ତି। ନିକଟକୁ ଯାଇ ଦେଖିଲାବେଳକୁ ଗୁଳିଟି ବେକବାଟେ ପସି ମୁଣ୍ଡବାଟେ ଖପୁରୀ ଉଡାଇବହାରି ଯାଇଛି, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସଙ୍ଗେ ସଙ୍ଗେ ଜବାନ ମାନେ ଏ ସଂପର୍କରେ ବିଏସଏଫ ଉଚ୍ଚଅଧିକାରୀ ଙ୍କୁ ଜଣାଇଥିଲେ, ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଥାନାପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ଚିତ୍ରକୋଣ୍ଡା ହସପିଟାଲକୁ ପଠାଇଦେଇ ତଦନ୍ତଆରମ୍ଭ କରିଦେଇଛନ୍ତି। ବ୍ୟବଛେଦ ପରେ ବିଏସଏଫ କ୍ୟାମ୍ପଅଧିକାରୀଙ୍କୁ ଶବହସ୍ତାନ୍ତର କରିଛନ୍ତି। ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ପଙ୍କଜଙ୍କ ମୃତଶରୀରକୁ ତାଙ୍କ ନିଜ ଗାଁ ଝାଡଖଣ୍ଡ ଦେବଗଡଗାଁକୁ ପଠାଇଦିଆ ଯାଇଛି, ସୂଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ଗତ ୨୦୧୦ ମସିହାରୁ ବିଏସଏଫ କ୍ୟାମ୍ପପ୍ରତିଷ୍ଟା କରାଯାଇଛି।ଗତ ୮ବର୍ଷ ମଧ୍ୟରେ ନିଜର ପାରିବାରିକ ସମସ୍ୟା ଓ ମାନସିକ ଭାରସାମ୍ୟହରାଇ ପ୍ରାୟ୪ଜଣ ବିଏସଏଫ ଜବାନ ଆତ୍ମହତ୍ୟାକରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top