ଓଡ଼ିଶା

ମାଲକାନଗିରି ଜିଲ୍ଲା ସୀମାନ୍ତ ସାବେରୀ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ

ମାଲକାନଗିରି, ୨୩ା୮(ଓଡିଆ ପୁଅ ) ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପବିତ୍ର ଅସ୍ଥି ମାଲକାନଗିରି ଜିଲ୍ଲା ପଡିଆବ୍ଲକସ୍ଥ ସୀମାନ୍ତ ପବିତ୍ର ସାବେରୀ ନଦୀ ଧର୍ନାପାଲ ଘାଟରେ ବିସର୍ଜନ କରାଯାଇଛି। ଏହି ବିସର୍ଜନ ସ୍ଥଳରେ ଛତିଶଗଡ ରାଜ୍ୟ ସୁକୁମାଜିଲ୍ଲା ଭାଜପା ମଣ୍ଡଳ କମିଟି ଓ ମାଲକାନଗିରି ଜିଲ୍ଲା ଭାଜପାଦଳର ନେତା କର୍ମୀ ମାନଙ୍କ ସହିତ ହଜାର ହଜାର ସଂଖ୍ୟାରେ ଜନସାଧରଣ ଉପସ୍ଥିତ ରହି ବାଜପେୟୀଙ୍କ ଅସ୍ଥି ଦର୍ଶନ କରି ପବିତ୍ର ସାବେରୀ ନଦୀରେ ବୁଡପକାଇଥିଲେ। ଆଜି ସକାଳେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଜଗଦଲପୁରକୁ ବାଜପେୟୀଙ୍କ ଅସ୍ଥି ଅଣାଗଲାପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ତଙ୍ଗପାଲ, ସିନ୍ଦଗଡ, ସୁକୁମା, ଦେଇ ଦର୍ନାପାଲ ଠାରେ ଥିବା ସାବେରୀ ନଦୀ ନିକଟରେ ପହଁଚିବା ପରେ ଛତିଶଗଡ ରାଜ୍ୟ ମନ୍ତ୍ରୀ କିରଣ ଦେବ, ଭାଜପା ଦଳର ନେତା ମାନେ ଉପସ୍ଥିତ ରହି ଅସ୍ଥିବିସର୍ଜନ କରିଥିଲେ। ଛତିଶଗଡ ରାଜ୍ୟ ସୁକୁମାଜିଲ୍ଲା ଭାଜପା ମଣ୍ଡଳ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top