ଓଡ଼ିଶା

ମାଲକାନଗିରି ଜିଲ୍ଲା ରାଜସ୍ୱ ଅମଲା ସଙ୍ଘର ସାଧରଣ ବୈଠକ, ୮ଦଫା ଦାବିନେଇ ଆସନ୍ତା ୧ ତାରିଖରୁ ସମୁହ ଛୁଟିନେବା ପାଇଁ ନିଷ୍ପତି

ମାଲକାନଗିରି,୨୩।୪ (ଓଡିଆ ପୁଅ) ଓଡିଶା ରାଜସ୍ୱ ଅମଲା ସଘଂ ମାଲାକନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷରେ ଜିଲ୍ଲା ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଅନୁଷ୍ଟିତ ହୋଇଯାଇଛି। ଗତି କିଛି ଦିନତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଯଶବନ୍ତ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବୈଠକ ଆରମ୍ଭରେ ଦୁଇମନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଅମଲା ମାନଙ୍କ ଦୁଃଖ ଓ ତାଙ୍କ ଉଦେଶ୍ୟରେ ଡିଆରଡିଏ ସଂସ୍ଥାର ମୁଖ୍ୟ କିରାଣୀ ନିଳକଣ୍ଠ ଭୁମିୟା ଏକ ଦୁଃଖଦ ଭରା ସଙ୍ଗୀତ ଗାନକରି କବିତା ପାଠକରିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହିତ ୮ଦଫା ଦାବି ପୂରଣ ନେଇ ଆସନ୍ତା ମଇ ମାସ ୧ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ମାନେ ସମୂହ ଛୁଟିରେ ରହିବା ସହିତ ମଇ ମାସ ୪ତାରିଖ ରେ ଭୁବନେଶ୍ୱର ଠାରେ ଅନୁଷ୍ଟିତ ବିଶାଳ ଅମଲା ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି। ଜିଲ୍ଲାର ଅବସରପ୍ରାପ୍ତ ରାଜସ୍ୱ ଅମଲା ମୁଖ୍ୟ କିରାଣୀ ଖିରୋସିନ୍ଧୁ ପାଣିଗ୍ରାହୀ ଓ ମୁଖ୍ୟ କିରଣୀ ବି.ଜର୍ନାଦନ ରାଓ ଙ୍କୁ ଏହି ଅବସରରେ ଉପଡୌକନ ଓ ଉପହାର ଦିଆଯାଇ ବିଦାୟ କାଳୀନ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ବହୁପୁରାତନ ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଜି.ଆର.କେ. ରାଓ, ସୁବାଷ ପଣ୍ଡା, ରାବଣା ରାଓ, ଶତୃଘନ ସେଠୀ,ଦେବେନ୍ଦ୍ର ସାହୁ,ଓ ଜିଲ୍ଲା ମଙ୍ଗଳ ବିଭାଗର ମୁଖ୍ୟକିରାଣୀ ଶ୍ୟାମସୁନ୍ଦର ନାୟକ, ଶଶିଶେଖର ସେଠୀ, ଅଶୋକ ସାମଲ, ସିଏଚ.ରମେଶ, କୁନା ନାୟକ,ବି. ଆନନ୍ଦ ରାଓ, ଏମଡି. ଘୋଷ,ବାଣି ପଟ୍ଟ ନାୟକ ପ୍ରମୁଖ ମଚାଂସୀନ ଅତିଥି ଭାବେ ଯୋଗଦେଇ ରାଜସ୍ୱ ଅମଲା ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରେ ସ୍ୱର୍ଗତ ମୁଖ୍ୟକିରାଣୀ ଯଶୋବନ୍ତ ନାୟକଙ୍କ ପୁତ୍ର ଉତ୍ତମ ନାୟକ ତାଙ୍କ ପିତାଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବା ସହିତ ବାପାଙ୍କ ଲିଖିତ ଅମଲାଙ୍କ ଦୁଖ ନାମକ ଏକ କବିତା ପାଠକରିଥିଲେ। ବାଣୀ ପଟ୍ଟନାୟକ ବିଦାୟ କାଳୀନ ସଂଗୀତ ଗାନ କରିଥିବାବେଳେ ସବ ର୍ଶେଷରେ ଈଶ୍ୱର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଜିଲ୍ଲା ସଦର ମହକୁମା ସହିତ ମାଲକାନଗିରି ମାଥିଲି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, ଖଇର ପୁଟ, କୋରକୁଣ୍ଡା ସାତଟି ଯାକ ବ୍ଲକ, ତହସିଲ କାର୍ଯ୍ୟାଳୟର ଶତାଧିକ ରାଜସ୍ୱ ଅମଲା ମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top