Home ଓଡ଼ିଶା ମାଲକାନଗିରି ଜିଲ୍ଲା ବିଜେଡି ସଭାନେତ୍ରୀ ହେଲେ ସୁକାନ୍ତି ବୁରୁଦା

ମାଲକାନଗିରି ଜିଲ୍ଲା ବିଜେଡି ସଭାନେତ୍ରୀ ହେଲେ ସୁକାନ୍ତି ବୁରୁଦା

114

ମାଲକାନଗିରି,୨୮ ।୬ (ଓଡିଆ ପୁଅ ) ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ବିଜେଡିର ମହିଳା ସଭାନେତ୍ରୀ ଭାବେ ସୁକାନ୍ତି ବୁରୁଦା ଙ୍କୁ ରାଜ୍ୟ ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି । ସୁକାନ୍ତି ବୁରୁଦା ଜଣେ ଆଦିବାସୀ ମହିଳା ସେ ତୃଣମୁଳ ସ୍ତରରୁ ରାଜନୀତି ରେ ଭାଗନେଇ ପ୍ରଥମେ ୨୦୦୨ ମସିହାରେ ସରପଚଂ,୨୦୦୭ ମସିହାରେ ସମିତି ସଭ୍ୟା ଓ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ମାଲକାନଗିରି ବ୍ଲକର ଚେୟାରମେନ ସହିତ ବିଭିନ୍ନ ପଦ ପଦବିରେ ରହିଆସିଥିଲେ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଦିବାସୀ ଅଦ୍ୟୁଷିତ ମାଲକାନଗରି ଜିଲ୍ଲାରେ ଉପଯୁକ୍ତ ମହିଳାଙ୍କୁ ସଭାନେତ୍ରୀ ଭାବେ ଚୟନ କରିଥିବାରୁ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଗିନୀ ଛୁରୀଆ,ରାଜ୍ୟ ସାଙ୍ଗଠନିକ ସପାଂଦକ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ,ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୁବ ର୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ଜିଲ୍ଲାବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୁଣ୍ଣ ର୍ଚନ୍ଦ୍ର ବାକା ,ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା,କାର୍ଯ୍ୟକାରି ସଭାପତି ଦୁର୍ଗାପ୍ରସାଦ ତ୍ରୀପାଠୀ,ସାଂଗଠାନିକ ସପାଂଦକ ନୃସିଂହ ଚରଣ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ସହିତ ନୁତନ ସଭାନେତ୍ରୀ ଙ୍କୁ ସ୍ୱାଗତ ସମ୍ବୋର୍ଧନା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ଓ ଦଳର ସମସ୍ତନେତା କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇ ଜିଲ୍ଲାରେ ବିଜେଡି ମହିଳା ସଂଗଠନକୁ ସୁଦୃଢ କରିବା ସହିତ ଦଳକୁ ତୃଣମୂଡଳସ୍ତରରୁ ମଜବୁତ କରିବାପାଇଁ ସେ ଉଦମ୍ୟ ଜାରି ରଖିବେ ବୋଲି ନବନିର୍ବାଚିତ ସଭାନେତ୍ରୀ ସୁକାନ୍ତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.