ମାଲକାନଗିରି ଜିଲ୍ଲା ଘରୋଇବସ ମାଲିକସଂଘ ମଧ୍ୟରେ ବିବାଦ,ବସଚଳାଚଳ ବନ୍ଦ, ଯାତ୍ରୀ ହନ୍ତଶନ୍ତ

ମାଲକାନଗିରି,୧୨ା୮(ଓଡିଆ ପୁଅ  ) ମାଲାକନଗିରି ଜିଲ୍ଲା ଘରୋଇବସ ମାଲିକ ସଂଘ ମଧ୍ୟରେ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଛି । ଘରୋଇବସ ମାଲିକ ସଂଘର ସଭାପତି ଓ କର୍ମକର୍ତାମାନଙ୍କ ପଦ ପଦବି କୁ ନେଇ ବିବବାଦ ପଦାର ପଡିଛି ।  ଘରୋଇବସ ମାଲିକ ସଂଘ ଦୁଇଗୋଷ୍ଟି ମଧ୍ୟରେ ଲାଗିଥିବା ବିବାଦ କାରଣ ଯୋଗୁ ଆଜି ଘରୋଇ ବସ ଚଳାଚଳା ବନ୍ଦରହିଛି,ମାଲକାନଗିରି ଠାରୁ ଜୟପୁର, କୋରାପୁଟ, ନବରଙ୍ଗପୁର,ଉମରକୋଟ,ଝରିଗାଁ,ସିମୁଳିଗୁଡା,ପଡିଆ, କାଲିମେଳା,ମୋଟୁ, ଚିତ୍ରକୋଣ୍ଡା,ବିଭିନ୍ନ ଅଚଂଳକୁ ଚଳାଚଳ କରୁଥିବା ପ୍ରାୟ୨୨ଟି ଘରୋଇବସ ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ପିଲାଛୁଆ ଧରି ପ୍ରବଳ ବର୍ଷାରେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ସେମାନେ ଅଟକି ରହିଥିବାର ଦେଖାଯାଇଥିଲା । ଏହି ବସ ଚଳାଚଳ କାହିଁକି ବନ୍ଦରହିଛି ବୋଲି ଏ ସଂପର୍କରେ ଘରୋଇବସ ମାଲିକ ସଂଘର ପୁର୍ବତନ ସଭାପତି ଭକ୍ତଚରଣରାଉତ ଙ୍କୁ ପଚରା ଯିବାରୁ ସେ କହିଥିଲେ ।  ସଂଘର କୌଣସି କର୍ମକର୍ତା କି ବସ ମାଲିକ ନଥାଇ କୌଣସି ବିଧିବଦ୍ଧ ଭାବେ ନିର୍ବାଚିତ ନହୋଇ ଜବରଦସ୍ତ ଭାବେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସଭାପତି ଭାବେ କହୁଥିବା ରମେଶପଟନାୟକ, ଓ ତାଙ୍କ ସହକର୍ମୀ ମାନେ ଏହି ବସଗୁଡିକୁ ବନ୍ଦକରିଛନ୍ତି ।

ଆଜି ସକାଳେ ମାଲକାନଗିରି ଠାରୁ କୋରାପୁଟ କୁ ଯାଉଥିବା ମହାବାହୁ ବସଟିକୁ କୌଣସି କାରଣ ନଥାଇ ଉଦେଶ୍ୟମୁଳକ ଭାବେ ସେ ଅଟକାଇ ଦେଇଥିଲେ । ବେଆଇନ ଭାବେ ସେ କାହିଁକି ଉକ୍ତବସଟିକୁ  ଅଟକାଇ ଲେ ବୋଲି ଅନ୍ୟବସ ମାଲିକ ମାନେ ମଧ୍ୟ ସେମାନଙ୍କ ବସଗୁଡିକୁ ବନ୍ଦ କରିଦେଇଛନ୍ତି । ଯାହା ପଳରେ ସାଧାରଣ ଯାତ୍ରୀ ମାନେ ସକାଳୁ ବହୁତ ହଇରାଣ ହେଉଛନ୍ତି । ଆମେ ଆପୋଷ ସମାଧାନ କରିବାକୁ ଚାହୁଁଛୁ ସେ କିନ୍ତୁ ଜାଣି ଶୁଣି ବିଭ୍ରାଟ ସୃଷ୍ଟିକରୁଛନ୍ତି । ଏ ସଂପର୍କରେ ଆମସଂଘ ପକ୍ଷରୁ ମାଲକାନଗିରି ଥାନାରେ ଏତଲା ମଧ୍ୟଦିଆ ଯାଇଛି । ଅପରପକ୍ଷ ରେ ସଂଘର ନୁତନ ସଭାପତି ରମେଶ କୁମାର ପଟନାୟକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ମାଲକାନଗିରି ଜିଲ୍ଲାଘରୋଇ ବସ ସଂଘନାମରେ ଆଗରୁ ଦୁର୍ନିତି ହୋଇ ୨କୋଟି ଟଙ୍କା ହଡପ ହେବା ଘଟଣା ପଦାରେ ପଡିବା ପରେ ସଂଖ୍ୟାଧିକ ଘରୋଇ ବସ ମାଲିକ ମାନେ ନୁତନ ସଂଘର କର୍ମକର୍ତା ନିର୍ବାଚିତ କରିଛନ୍ତି । ସଂଘର ନୂତନ ସଭାପତି ହିସାବରେ ଜିଲ୍ଲାରୁ କେଉଁବସ କେତେବେଳେ ଯିବ ସେ ସଂପର୍କରେ ସମୟ ନିର୍ଘଟଂ ସ୍ଥିର ହୋଇଛି । ସକାଳ ୪ଟା୪୫ମିନିଟରେ ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ମହାବାହୁ ନାମକ ବସ ଜୟପୁର ଅଭି ମୁଖେ ଯିବା କଥା ସେହିବସ ସମୟ ନିର୍ଘଟଂ କୁ ନ ମାନି ୫ଟା୧୫ମିନିଟ ବିଳମ୍ବ ରେ ଆଜି ଉକ୍ତବସଟି ଛାଡିବାରୁ ଅନ୍ୟବସ ମାଲିକ ମାନେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ଆମ ସଂଘର କର୍ମନକର୍ତା ମାନେ ବସଷ୍ଟାଣ୍ଡକୁ ଯାଇ କାହିଁକି ବିଳମ୍ବରେ ବସ ଛାଡୁଛ ବୋଲି କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ପଚରା ଯାଇଥିଲା, ସେମାନେ କହିଥିଲେ ଆମ ମାଲିକର ଇଛା ଅନୁସରେ ଆମେ ବସ ଚଳାଇବୁ ତୁମେ କିଏ କହିବାକୁ,ସେମାନଙ୍କ ବେଆଇନ କାମ ଓ  ସଂଘର ନିୟମ ମାନୁ ନଥିବାରୁ ଉକ୍ତବସଟିକୁ  ଅଟକ ରଖି ଆଜି ଉକ୍ତ ବସଟିକୁ ଚଳାଚଳ କରିବାକୁ ବନ୍ଦକରିଦିଆ ଯାଇଥିଲା ।

ଅନ୍ୟ କୌଣସି ବସକୁ ବନ୍ଦକରା ଯାଇନାହିଁ, ସେମାନେ ନିର୍ଦ୍ଦାରିତ ସମୟ ମଧ୍ୟରେ ବସ ଚଳାଚଳ କରୁଛନ୍ତି ,ପୁବ ର୍ତନ ସଂଘର କର୍ମକର୍ତା ମାନେ ଯାତ୍ରୀ ମାନଙ୍କୁ ହଇରାଣ କରିବା ପାଇଁ  ଜାଣିଶୁଣି କିଛି ବସକୁ ଅଟକାଇ ରଖିଛନ୍ତି, ଏହି ସମସ୍ୟ ଖୁବ ଶିଘ୍ର ସମାଧନ ହେବ ବୋଲି ଶ୍ରୀ ପଟନାୟକ କହିଥିଲେ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଲାଗିରହିଥିବା ବିବାଦ ଦିନକୁ ଦିନ ଜଟିଳପରିସ୍ଥି ଆଡକୁ ଗତି କରୁଛି । ଗତ କିଛି ଦିନତଳେ ଘରୋଇବସ ମାଲିକ ସଂଘର ନୂତନ ସଭାପତି ଓ କିଛି ବସ ମାଲିକ ମାନେ ସଂଘର ପୁର୍ବତନ ସଭାପତି ଙ୍କ ବିରୋଧରେ ସମ୍ବାଦିକ ସମ୍ମିଳନୀ ଡାକି ବିବୃତି ଦେଇଥିଲେ । ଠିକ ସେହିପରି ପୁର୍ବତନ ସଭାପତି ମଧ୍ୟ ନୁତନ ସଭାପତି ଓ କର୍ମକର୍ତା ମାନଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ପାଲଟା ବିବୃତି ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଘରୋଇବସ ମାଲିକ ସଂଘର ପଦପଦବି କୁନେଇ ଉପୁଜିଥିବା ବିବାଦରେ ଘରୋଇ ବସକାଉଟଂର ର  ଅନ୍ୟାନ କର୍ମକର୍ତା ଓ ସାଧରଣ ବସ ଯାତ୍ରୀମାନେ ବଳିପଡୁଛନ୍ତି ।  ଏହି ବିବାଦରେ ସାଧାରଣ ଯାତ୍ରୀ ମାନେ ବହୁତ ହଇରାଣ ହେଉଥିବାରୁ ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ  ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଟିନ ଗ୍ରହଣ କରି ବିବାଦ ତୁଟାଇବା ପାଇଁ ଜନସାଧରଣ ଦାବିକରିଛନ୍ତି ।

 

 

 

Leave a Reply

Your email address will not be published. Required fields are marked *