ମାଲକାନଗିରି ଜିଲ୍ଲା କଂଗ୍ରେସଦଳ ପକ୍ଷରୁ ବିଶ୍ୱାସଘାତ ଦିବସ, ଜିଲ୍ଲାପାଳ ଅଫିସ ଆଗରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ

ମାଲକାନଗିରି, ୨୬ା୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରର ଭାଜପା ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ବିରୋଧରେ ବିଶ୍ୱାସଘାତ ଦିବସ ଜିଲ୍ଲାସଭାପତି ଗୋବିନ୍ଦପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପାଳିତ ହୋଇଯାଇଛି। ଆଜି ସକାଳେ ମାଲକାନଗିରି ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟ ଠାରୁ ଶତାଧିକ କଂଗ୍ରେସ କର୍ମୀ ଏକ ବିରାଟ ସୋଭା ଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିବାସହିତ ଧାରଣାରେ ବସିଥିଲେ। ଏହି ବିକ୍ଷୋଭ ରେ ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟନାୟକ, ମାଲା ମାଢି, ଜିଲ୍ଲା କଂଗ୍ରେସ ଉପସଭାପତି ଜି.ଶ୍ରୀନିବାସରାଓ, ମହିଳାକଂଗ୍ରେସ ସଭାନେତ୍ରୀ କମଳାବରାଳ, କାଉଁସିଲର ପି.କେଶୁରାଓ, ପେଣ୍ଡ୍ରାପଣ୍ଡା, ଜିଲ୍ଲା ଏ.ସି ସେଲ୍ର ସଭାପତି ପର୍ଶୁରାମଭକ୍ତ, ପ୍ରାଣକୃଷ୍ଣମଣ୍ଡଳ, ସରୋଜମହାପାତ୍ର, ପ୍ରଭାକରପାଳ, ଇର୍ମାପଡିଆମି, ପଦ୍ମପାଙ୍ଗି, ଛବିଦାସ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରାକାରଙ୍କ ମନମୁଖି ଶାସନର ୪ବର୍ଷ ପୂରଣ ହୋଇଥିବାବେଳେ କଟକ ଗସ୍ତକାର୍ଯ୍ୟକ୍ରମକୁ କଂଗ୍ରେସ ବିରୋଧ କରିଛନ୍ତି। ପେଟ୍ରୋଲ, ଡିଜେଲ, ସହ ଅନ୍ୟାନ ଦରଦାମ ବୃଦ୍ଧି, ଜିଏସଏସଟି କୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଙ୍କ କୁଶପୁତଳିକା ଦାହ କରାଯ଼ାଇଥିଲା। ପୁଲିସ ପ୍ରଶାନ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇ ଥିଲା।

Leave a Reply

Your email address will not be published. Required fields are marked *