ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କଳଙ୍କ, ଆମ୍ବୁଲାନ୍ସ କି ମହାପରାୟଣ ସେବା ମିଳିଲା ନାହିଁ, ମୋଟର ସାଇକେଲରେ ଶବକୁ ନେଲେ ଗ୍ରାମବାସୀ

ମାଲକାନଗିରି, ୧୩ା୧ (ଓଡିଆ ପୁଅ ) ଗାଁ’ ଗହଳରେ ଗରିବ ରୋଗୀଙ୍କୁ ଡାକ୍ତର ଖାନାକୁ ନେବା ପାଇଁ ମାଗଣାରେ ୧୦୮ ଓ ୧୦୨ ଆମ୍ବୁଲାଲ୍ସ ସେବା ଓ ମୃତ୍ୟୁ ହୋଇଗଲାପରେ ଶବକୁ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ମହାପରାୟଣ ଗାଡିର ଯୋଗାଇଦେବାର ବ୍ୟବସ୍ଥା କରାଯାଇ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା କେବଳ କାଗଜ କଲମରେ ସିମିତ ହୋଇରହିଛି। ଗାଁ ଗହଳ ଓ ଦୁର୍ଗମ ପାହଡ ଇଲାକାର ଗ୍ରାମବାସୀଙ୍କ ପାଇଁ ଖଟିଆ, ଚେୟାର, ଭାର, ସାଙ୍ଗି ସାଜିଛି ଆମ୍ବୁଲାନ୍ସ। ଏମିତି କି ଶବକୁ ନେବା ପାଇଁ ଆମ୍ବୁଲାନ୍ସକି ମହାପରାୟଣ ଗାଡି ଟିଏ ମିଳିନଥିବାରୁ ବାଧ୍ୟ ହୋଇ ଗରିବ ଆଦିବାସୀ ଲୋକର ମୃତଶରୀରକୁ ଡାକ୍ତର ଖାନାରୁ ତାଙ୍କ ଘରକୁ ଦୁଇଜଣ ଯୁବକ ମଟରସାଇକେଲ ରେ ନେଇଛନ୍ତି। ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ। କୁଡୁମୁଲୁଗୁମ୍ମା ଠାରୁ ପ୍ରାୟ ୭କିମି ଦୂରରେ ଥିବା ନୁଆଗୁଡା ଗ୍ରମର ଭଗବାନ ଗୋଲରି (୩୮) ଙ୍କ ହଠାତ ଆଜି ଦିନ ଗୋଟାଏ ବେଳେ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତର ଖାନା ନେବା ପାଇଁ ୧୦୮ ଆମ୍ବୁଲ୍ସନକୁ ଫୋନକରା ଯାଇଥିଲା,  ନେଟ ଓ୍ୟାର୍କ ଠିକ ଭାବେ ଲାଗିନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଅନେକ ସମୟ ଜଗିବାପରେ ବାଧ୍ୟ ହୋଇ ତାଙ୍କ ସଂପର୍କିୟ ଦୁଇଜଣ ଯୁବକ ମଟର ସାଇକେଲରେ ବସାଇ କୁଡୁମୁଲୁଗୁମ୍ମା ଡାକ୍ତର ଖନାକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ଡାକ୍ତରଖାନାରେ ପହଁଚିବାପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ସେ ମୃତ ବୋଲି ଘୋଷଣା କରିଥିଲେ। ଆମ୍ବୁଲାନ୍ସକୁ ଜଗି ଡାକ୍ତର ଖାନା ନେବାକୁ ବିଳମ୍ବ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ କାନ୍ଦିକାନ୍ଦି କହିଥିଲେ। ସେ ଯାହେଉ ମୃତ ଶରୀର କୁ ତାଙ୍କ ଗାଁକୁ ନେବା ପାଇଁ ଡାକ୍ତରଙ୍କୁ ଆମ୍ବୁଲାନ୍ସ ଟିଏ ଯୋଗାଇ ଦେବାକୁ ଭଗବାନ ଗୋଲରି ଙ୍କ ପରିବାର ଲୋକେ ଅନୁରୋଧ କରିଥିଲେ। ଡାକ୍ତର ନିଧି ବେହେରା ରୋକ ଠୋକ ଭାବେ ଆମ୍ବୁଲାନ୍ସ ଦିଆ ଯାଇପାରିବ ନାହିଁ, ଯଦି ସିଡିଏମଓ ଚିଠିଲେଖିଦଲେ ଦିଆ ଯିବବୋଲି କହିଥିଲେ। ମୃତ ଭଗବାନ ଙ୍କ ପରିବାର ଅତ୍ୟନ୍ତ ଗରିବ ଆଦିବାସୀ ଲୋକ ହୋଇଥିବାରୁ ଗାଡି ଭଡାକରି ଶବକୁ ଘରକୁନେବା ସମ୍ଭବ ହୋଇପାରିନଥିଲା, ତାପରେ ସୁଦୁର ମାଲକାନଗିରି କୁ ଯାଇ ସିଡିଏମଓ ଙ୍କ ଠାରୁ ଚିଠି ନେଇ ଆସିଲାବେଳକୁ ରାତ୍ର ହୋଇଯିବ କେତେ ସମୟ ବା ସେମାନେ ମୃତଶରୀରକୁ ଧରି ଆମ୍ବୁଲାନ୍ସ ପାଇଁ ଜଗିରହିବେ ଭାବି ପୁଣି ସେହି ମଟର ସାଇକେଲ ମଝିରେ ବସାଇ ଡାକ୍ତର ଖାନାକୁ ଆଣିଥିବା ସେ ଦୁଇଜଣ ଯୁବକ ଭଗବାନଗୋଲରିଙ୍କ ଶବକୁ ତାଙ୍କ ନୁଆଗୁଡା ଗ୍ରାମକୁ ନେଇଥିଲେ। ଏହି ଦୃଶ୍ୟ ଦେଖି ସମଗ୍ର ଗୁମ୍ମାବାସୀ ଡାକ୍ତରଙ୍କ ନିର୍ଦ୍ଦୟ ପଣିଆ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ଗରିବ ଲୋକଙ୍କ ପ୍ରତି ଅବିଚାରକୁ ନିନ୍ଦାକରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସେବା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

Leave a Reply

Your email address will not be published. Required fields are marked *