ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାସ୍ତରୀୟ ବ୍ୟାସକବି ଫକୀରମୋହନ ଜୟନ୍ତୀ ଓ ମକର ମିଳନ ଉତ୍ସବ

ମାଲକାନଗିରି, ୧୪ା୧ (ଓଡିଆ ପୁଅ ) ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ସ୍ଥାନୀୟ ସିଲେରୁ ଛାତ୍ରବାସ ସଭାଗୃହରେ ଜିଲ୍ଲାସ୍ତରୀୟ ବ୍ୟାସକବି ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମୀ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ସମ୍ମାନିତ ଅତିଥି ଭାବେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତକୁମାର ଜେନା, ଶିକ୍ଷାବିତ ଓ ପ୍ରକୃତି ବନ୍ଧୁ ପ୍ରକାଶ ଚନ୍ଦ୍ର ପଟନାୟକ ଯୋଗଦେଇ ବ୍ୟାସକବି ଫକୀର ମୋହନଙ୍କ ବହୁମୁଖି ପ୍ରତିଭା ଓ ମକର ସଂକ୍ରାନ୍ତିର ତାତ୍ପର୍ଯ୍ୟତା ସଂପର୍କରେ କହିଥିଲେ। ଫକୀର ମୋହନ କେବଳ ଜଣେ ସାଧାରଣ ବ୍ୟକ୍ତି ନଥିଲେ ସେ ଏକା ଧାରରେ ସୁସାହିତ୍ୟିକ, ଲେଖକ, ସୁବକ୍ତା, ସଂସ୍କାର ଧର୍ମୀ ସାହିତ୍ୟ ରଚନାର ଅଗ୍ରଦୁତ ସହ ଓଡିଆ ସାହିତ୍ୟର ସେନାପତି ଥିଲେ। ଅନ୍ଧବିଶ୍ୱାସ ବଦ୍ଧମୂଳକ ଭ୍ରାନ୍ତ ଧାରଣାରମୂଳ ଉତ୍ପାଟନ ଲାଗି ତାଙ୍କ କଲମ ସଦା ଜାଗ୍ରତ ପ୍ରହରୀ ପରି କାମକରୁଥିଲେ।

ନାରୀ ଶିକ୍ଷାର ଅଗ୍ରଗତି ସହିତ ଦେଶରୁ ଇଂରେଜ ସରକାର ଙ୍କୁ ହଟେଇବା ପାଇଁ ସେ ଅନେକ ଉଦ୍ୟମ କରି ଥିଲେ। ତାଙ୍କ ଲେଖନି ସୃଷ୍ଟିର ମାନସ ପୁତ୍ର ଛଅମାଣ ଆଠଗୁଣ୍ଠ, ଡାକମୁନସୀ, ପ୍ରାୟଶ୍ଚିତ, ଲଛମା, ମାମୁଁ ଏବେ ବି ସମାଜରେ ବଚିଂଛନ୍ତି, ସେ ନଥିଲେ ବି ତାଙ୍କ ଲେଖା ଜୀବତ ହୋଇ ଜନତାଙ୍କୁ ଦିଗଦର୍ଶନ ଦେଉଛି, ତାଙ୍କ ଅଦର୍ଶରେ ଅନୁପ୍ରାଣିତ ହେବାପାଇଁ ମଚାଂସିନ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସବ ର୍ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ବ୍ୟାସକବିଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିବାପରେ ଛାତ୍ରବାସର ଛାତ୍ର ମାନେ ଦେଶାତ୍ମକ ବୋଧ ସଂଗୀତ ଗାନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ବିଧାୟକ ଓ ଅତିରିକ୍ତ ଜିଲ୍ଲପାଳ ଛାତ୍ର ମାନଙ୍କ ଅଭିଭାକମାନଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଶିକ୍ଷା ବିଭାଗର କ୍ୟାଲେଣ୍ଡର ଓ ଅଭିଭାବକ ସୂଚନା ପୁସ୍ତିକା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ନବପ୍ରଭାତ ହଷ୍ଟେଲର ଶିକ୍ଷକ ଦିବ୍ୟରଜଂନ ପାଣିଗ୍ରାହୀ, ପ୍ରଭାତ ମହାରଣା, କ୍ଷିରୋଧ ମହାନ୍ତି, ସାବିନା ନାୟକ ଯୋଗଦେଇ ବ୍ୟାସକବି ଙ୍କ ବୁହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିବାସହିତ ତାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ନବପ୍ରଭାତ ର ଶତାଧିକ ଛାତ୍ର ଓ ସେମାନଙ୍କ ଅବିଭାବକ ମାନେ ଯୋଗଦେଇଥିଲେ। ଶେଷରେ ଶିକ୍ଷକ କ୍ଷୀରୋଧ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top