Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ପର୍ବ ଓ ପୁରସ୍କାର ବିତରଣ ଉତ୍ସବ

ମାଲକାନଗିରି ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ପର୍ବ ଓ ପୁରସ୍କାର ବିତରଣ ଉତ୍ସବ

333

ମାଲକାନଗିରି,୯ା୧ (ଓଡିଆ ପୁଅ ) ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରେ ରାଜ୍ୟପର୍ଯ୍ୟଟନ ବିଭାଗ ଓ ଜିଲ୍ଲାପ୍ରଶାସନ, ଜିଲ୍ଲାପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଠାଗାର  ପରିସରରେ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ପର୍ବ  ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଂପର୍କୀୟ ବକୃତା ପ୍ରତି ଯୋଗୀତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତଜିଲ୍ଲାପାଳ ବୀରସେନପ୍ରଧାନ,ସମ୍ମାନୀତ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଯୋଗଦେଇ କୃତିପ୍ରତି ଯୋଗୀଙ୍କୁ ପୁରସ୍କାର ଓ ନଗଦ ଅର୍ଥପ୍ରଦାନ କରିଥିଲେ ।ବାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ କଲ୍ୟାଣୀ ଦେଓ ପ୍ରତିଯୋଗୀତା ରେ ପ୍ରଥମସ୍ଥାନ ଅଧିକାର କରି ୫ହଜାରଟଙ୍କା,କୁଡୁମୁଲୁଗୁମ୍ମା ଓଡିଶା ଆଦର୍ଶ ବିଦ୍ୟାଳୟର  ଛାତ୍ରୀ ଅନାମିକା ସନା ଦ୍ୱିତୀୟ ସ୍ଥାନ ଅଧିକାର କରି ୩ହଜାରଟଙ୍କା ଓ ମାଲକାନଗିରି ଏମଭି୭ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟର ଛାତ୍ର ଶିବମ ଦେ ତୃତୀୟ ସ୍ଥାନ ହାସଲକରି ୨ହଜାରଟଙ୍କା ପୁରସ୍କାର ପାଇଛନ୍ତି ।  ପ୍ରତିଯୋଗୀତା ର ବିଚାରକ ମଣ୍ଡଳୀ ରେ  ଅଧ୍ୟାପକ ସରୋଜଦାସ,କେଶବ ଚନ୍ଦ୍ର ନାୟକ,ଦୁର୍ଯ୍ୟଧନ ମହାରଣା ଉପସ୍ଥିତ ରହି କାର୍ଯ୍ୟତୁଲାଇ ଥିଲେ । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ରଜଂନକୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.