ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ, ମିଲାନିୟମ ଓ ବୟସ୍କ ଭୋଟରଙ୍କୁ ସମ୍ମାନିତ

ମାଲକାନଗିରି, ୨୫ା୧(ଓଡିଆ ପୁଅ / ଏସ.ଦାଶ ) ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ସ୍ଥାନୀୟ ସଂସ୍କୃତି ଭବନ ଠାରେ ନୂତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡାକମି ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଜାତୀୟ ଭୋଟର ଦିବସ ସଭାକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥିଭାବେ ସହକାରି ଜିଲ୍ଲାପାଳ ରାମକୃଷ୍ଣ ନାୟକ, ହୃଷିକେଶ ଗଣ୍ଡ ଯୋଗଦେଇ ଆଜିର କିଶୋର କାଲିର ଭୋଟର, ଭୋଟର ଜାଗିଲେ ଦେଶ ଜାଗିବ, ଜଣେ ଭୋଟର ମତଦାନ ଅତ୍ୟନ୍ତ ମୂଲ୍ୟବାନ, ଗୋଟିଏ ଭୋଟରେ ଜଣେ ଭଲ ସଚ୍ଚା ଦେଶ ଭକ୍ତ ବନିପାରିବ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ସ୍ଲୋଗାନ ବିଭିନ୍ନ ପ୍ରତି ଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ବିଶେଷକରି ୧.୧.୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିବା ଚଳିତବର୍ଷର ମିଲାନିୟମ ଭୋଟର ଭାବେ ଅଭିଜିତ ବୈରାଗୀ, ସୁଦିପ ଦେ, ସୁରଜ ସରକାର,  ବୟସ୍କା ଭୋଟରଭାବେ ଡମଣି ଝୋଲା ଓ ୪ଜଣ ଦିବ୍ୟାଙ୍ଗ ଭୋଟର ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଜିଲ୍ଲାପାଳ ଜାତୀୟ ମତଦାତା ଦିବସର ଶପଥ ପାଠ କରାଇଥିଲେ, ଏହି ସଭାରେ ଜୟଦେବ ଦାଶ, ଉତ୍ତମ ନାୟକ, ସରୋଜ ପଟନାୟକ, ଭଗବାନ ମାଢି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପକ ରଜଂନକୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ସାମ୍ବାଦିକ, ଅବିଭାବକ ବିଭିନ୍ନ କଲେଜ ଓ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଜାତୀୟ ମତଦାତା ଦିବସ ର ଆଭିମୁଖ୍ୟ ସଂପର୍କରେ ମତଉପସ୍ଥାପନ କରିଥିଲେ। ସକାଳେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସ୍ଥାନୀୟ ଜାଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭା ଯାତ୍ରାରେ ବାହରି ସହର ପରିକ୍ରମା କରି ଭୋଟରମାନଙ୍କୁ ସଚେତନକରାଇଥିଲେ। ଏହି ଶୋଭା ଯାତ୍ରାରେ ଘଡେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ, ସତ୍ୟ ନାରାୟଣ ଜିଏନଏମ ଓ ବିଜ୍ଞାନ କଲେଜ, ମାଲାକନଗିରି କଲେଜ, ଓମ ଭୁଃଭବଃସ୍ୱ କଲେଜ, ସରକାରି ବିଜ୍ଞାନ ମହାବିଦ୍ୟାଲୟ, ଜାବାହର ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top