ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ,ମୈସୁମୀ ଆସିବା ଆଗରୁ ବନ୍ୟାଚଂଳ ଗୁଡିକରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ମାଲକାନଗିରି,୩୧ା୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ  ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ୪୩ ଡିଗ୍ରୀ ଟପିଗଲାଣି,ଏହାପରେ ଖୁବ ଶିଘ୍ର ପ୍ରାକ୍ ମୌସମୀ ଆସି ଯାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଦୀ ଉପକୁଳବର୍ତି ଗ୍ରାମଗୁଡିକରେ ବନ୍ୟାହେବା ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ତାହୁକ ଆଖି ଆଗରେ ରଖି ପ୍ରାକ୍ ମୈସମୀ ବନ୍ୟାକୁ କିପରି ମୁକାବିଲା କରା ଯିବ ସେନେଇ ଜିଲ୍ଲା ଓ ସାତଟି ଯାକ ବ୍ଲକସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ଗଠନ ହେବା ସହିତ,ବିଭିନ୍ନ ବନ୍ୟା ଅଚଂଳର ସୁରକ୍ଷିତ ସ୍ଥାନରେ ଜୁନମାସ ପ୍ରଥମ ସପ୍ତାହ ସୁଧା ରିଲିଫ ପାଇଁ ଚୁଡା,ଡାଉଳ,ଗୁଡ ଓ ଗୋଖାଦ୍ୟ ଗଛିତ ରକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହା ଯାଇଥିଲା । ଜିଲ୍ଲାରେ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥାନ୍ତି , ଏହାର ପ୍ରତିକାର ପାଇଁ ଗାଁ ଗୁଡିକରେ ଫଗିଙ୍ଗ୍ ,ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଏଏନଏମ ସେଟଂର ସ୍କୁଲଗୁଡିକରରେ ଔଷଧ ସାଲାଇନ ଗଛିତ ରଖି , ସ୍ୱାସ୍ଥ୍ୟକର୍ମୀ ମାନେ ସଜାଗ ହେବା ପାଇଁ ସିଡିଏମଓ ,ବିଡିଓ ତହସିଲଦାର ମାନଙ୍କୁ ବନ୍ୟାଚଂଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ,ଲାଇଫ ଜାକେଟ,ତାରପଲିନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ  କହିଥିଲେ । ବର୍ଷାହେବା ଆଗରୁ ଗାଁ ଗହଳର ରାସ୍ତାଘାଟ ଗୁଡିକୁ ମରାମତ ସହିତ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତକୁ ସଂଯୋଗକରୁଥିବା ଖଇରପୁଟ ଠାରୁ ରାସ୍ତାଟିକୁ ଭଲଭାବରେ ମରାମତକରିବା ପାଇଁ ଆରଡିବିଭାଗ ଯନ୍ତ୍ରୀ ଙ୍କୁ କୁହା ଯାଇଥିଲା ।

ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ,କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ ,କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ,ପଡିଆବ୍ଲକର ୧୪ଟି ସ୍ଥାନରେ,ମାଲକାନଗିରି ବ୍ଲକ ୩ଟି ସ୍ଥାନରେ ,କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟକରା ଯାଇଛି । ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଗତ ବର୍ଷ ୧୭ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳି ଖୋଲା ଯାଇଥିଲା । ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଅଧିକ ଆଶ୍ରୟସ୍ଥଳି ଦରକାରପଡିଲେ ଖୋଲାଯିବ ବୋଲି ସଭାରେ ସ୍ଥିର କରା ଯାଇଥିଲା । ମାଲାକନଗିରି ଜିଲ୍ଲାରେ ବନ୍ୟାରେ ଯେପରି କୌଣସି ଗ୍ରାମବାସୀ ଙ୍କ ଗାଇ ଗୋରୁ ଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନ ସଜାଗ ରହିବ ବୋଲି ସମସ୍ଥ ଅଧିକାରି ମାନଙ୍କୁ  ଜିଲ୍ଲାପାଳ କହିଥଲେ । ଏହି ବୌଠକରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଶୈଳେନ୍ଦ୍ର ନାରାୟଣ ପଟନାୟକ ଯୋଗଦେଇ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କି କି ପଦ କ୍ଷେପ ନିଆ ଯାଇଛି ଓ ଏହାର ମୁକାବିଲା କିପରି କରାଯିବ ସେ ସଂପର୍କରେ କହିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଗୋଭାଲି ପରାଗ ହର୍ଷଦ,ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା,ତହସିଲଦାର ଶ୍ରୀମତୀ ପ୍ରୀତାକୁମାର , ଜିଲ୍ଲାଜଳ ଓ ପରିମଳ ନିର୍ବାହି ଯନ୍ତ୍ରୀ ଇଂ ବସନ୍ତକୁମାର ରାଉତ ଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଗୁମ୍ମା, ଖଇରପୁଟ, ମାଥିଲି, ସାତଟି ଯାକ ବ୍ଲକର ବିଡିଓ, ତହସିଲଦାର ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ସହକାରି ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳିନ ଅଧିକାରୀ ପ୍ରମୋଦ କୁମାର ବେହେରା ସଭାପରିଚାଳନା କରିଥିଲେ । ଜିଲ୍ଲା ଜରୁରୀକାଳିନ ବିଭାଗର ଭି.ଡି.ସତ୍ୟନାରାୟଣ ଓ ଅରୁଣକୁମାର ମୁଦୁଲି ଉକ୍ତକାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top