ଓଡ଼ିଶା

ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରପୀଡିତଙ୍କ ପାଇଁ ୧୦୦ କୋଟି ଟଙ୍କାର ସହାୟତା ଦାବି କଲେ ଜିଲ୍ଲା କଂଗ୍ରେସ ଦଳ

ମାଲକାନଗିରି, ୨୪ା୯ (ଓଡିଆ ପୁଅ ) ଗତ ତିନିମାସ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଦୁଇଦୁଇ ଥର ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହେବା ସହିତ ଜିଲ୍ଲା ବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ଯୋଗାଉଥିବା ସହାୟତା ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ। ବନ୍ୟାରେ କ୍ଷୟ କ୍ଷତି ହୋଇଥିବା ଜିଲ୍ଲା ବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେଇ ୧୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ଦାବି କରିଛନ୍ତି। ଗତ ମାସ ୧୬ ତାରିଖରେ ମାଲକାନଗିରି ଜିଲ୍ଲାରେ ବନ୍ୟା ହୋଇ ୫ଟି ବ୍ଲକ ୭୩ଟି ପଚାଂୟତ, ବାଲିମେଳା, ଏନଏସି, ମାଲକାନଗିରି ପୌର ପରିଷଦ ପ୍ରଭାବିତ ହେବା ସହିତ ୪ ଜଣଙ୍କର ମୃତ୍ୟୁ ହେବା ଓ ୨୨୧ ଘର ଭାଙ୍ଗିବା ସହିତ ୧୪୭୬ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟହୋଇ ଜମିବାଲିଚର ହୋଇ ଯାଇଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୁରଣ ମିଳିନଥିବା ବେଳେ ପୁଣି ଚଳିତ ମାସ ୨୧ ତାରିଖରୁ ବନ୍ୟାହୋଇ ଜିଲ୍ଲାବାସୀଙ୍କୁ ସର୍ବହରା କରିଦେଇଛି। ଖାଲି ଲୋକ ଦେଖାଣିଆ ଭାବେ ଜିଲ୍ଲା ପ୍ରଶାସନ ବନ୍ୟାଗସ୍ତ ଗ୍ରାମବାସୀଙ୍କୁ କିଛି ରିଲିଫ ସାମଗ୍ରୀ ଯୋଗାଇଛନ୍ତି ତାହା ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଏହି ବନ୍ୟାରେ ପୋଟେରୁ ବଜାର, ଗାଁ ଧ୍ୱଂସ ହୋଇ ଯାଇଛି।

ଏହା ବ୍ୟତୀତ କାଲିମେଳା, ପଡିଆ, ମାଲକାନଗିରି, କୋରକୁଣ୍ଡା, ଗୁମ୍ମା, ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମଧ୍ୟ କ୍ଷୟ କ୍ଷତି ହୋଇଛି। ସେ ସବୁ ଅଞ୍ଚଳ ବାସୀଙ୍କୁ ତୁରନ୍ତ ସରକାରି ସହାୟତା ଯେଗାଇ ଦିଆ ଯାଉ, ମାଲକାନଗିରି ଜିଲ୍ଲାକୁ ତୁରନ୍ତ ୧୦୦ କୋଟି ଟଙ୍କା ବନ୍ୟା କ୍ଷୟ କ୍ଷତି ପାଇଁ ଯୋଗାଇ ଦିଆଯାଉ, ଚାଷୀମାନଙ୍କୁ କୃଷିଋଣ ଛାଡ କରାଯାଉ, ବ୍ୟବସାୟୀମାନଙ୍କ ଦୋକାନ ବଜାର ଭାଙ୍ଗି ଯାଇଥିବାରୁ ସେମାନଙ୍କ ଋଣ ଛାଡ କରାଯାଇ ରିହାତିରେ ବ୍ୟବସାୟୀ ଋଣ ଯୋଗାଇଦିଆ ଯାଉ ବୋଲି ଆଜି ସକାଳେ ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଜିଲ୍ଲା କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ନଗର କଂଗ୍ରେସ ସଭାପତି ପି.କେସୁରାଓ, ଯୁବକଂଗ୍ରେସ ନେତା ପ୍ରଭାକର ପାଳ, ରବି.ରାଜେଶ, ଯୁବ କଂଗ୍ରେସ ସଭାପତି ଚିତ୍ତ ପଟ୍ଟନାୟକ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ଛବିଦାସ, ଘାସି ନାୟକ, ବଳରାମ ସ୍ୱାଇଁ, ପେଣ୍ଡ୍ରାପଣ୍ଡା, ଜି.ଶ୍ରୀନିବାସ ରାଓ, ପଦ୍ମପାଙ୍ଗ. ୭ଟି ଯାକବ୍ଲକର ସଭାପତି, ସଂପାଦକଙ୍କ ସହିତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top