ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ୮୦୪୫୬ଜଣ ଶିଶୁ ପଲ୍ସପୋଲିଓ ଖାଇବେ,ପ୍ରଥମଦିବସରେ ୭୩ପ୍ରତିଶତ ଶିଶୁ ପୋଲିଓ ବୁନ୍ଦାଖାଇଲେ , ୨୨ଓ୨୩ତାରିଖରେ ବିଛିନ୍ନାଚଂଳରେ ସ୍ୱତନ୍ତ୍ର ଭାବେ ଶିଶୁଙ୍କୁ ପୋଲିଓ ଦିଆଯିବ

ମାଲକାନଗିରି,୧୬ା୪ (ଓଡିଆ ପୁଅ )  ଆଦିବାସି ଅଧ୍ୟୁଷିତ  ମାଲକାନଗିରି ଜିଲ୍ଲାରେ ଠାରୁ ପଲ୍ସପୋଲିଓ ଆରମ୍ଭ ହୋଇଛି,ଚଳିତ ବର୍ଷ  ୮୦୪୫୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ,ପ୍ରଥମ ଦିବସରେ ୫୭୦୫୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦାଦିଆ ଯାଇଛି । ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ଜଣେ ଶିଶୁକୁ ପୋଲିଓ ବିନ୍ଦା ଖୁଆଇ ପଲ୍ସପୋଲିଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ ଡା ଅଜିତକୁମାର ମହାନ୍ତି,ଅତିରିକ୍ତ ଜିଲ୍ଲା ଚିକତ୍ସା ଅଧାକାରୀ ଅମରେନ୍ଦ୍ର ମହାନ୍ତି,ଏଡିଏମଓ ମେଡିକାଲ ଶଶିଭୁଷଣ ମହାପାତ୍ର,ଡା.ସପନକୁମାର ଧିଣ୍ଡା,ଡିପିଏମ ଶୁଭକାନ୍ତ ଗନ୍ତାୟତ,ହସପିଟାଲ ପରିଚାଳକ ଶୁଭାଶିଷ ସାଠୁଆ  ମାଓ ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ ବନବିହାରି ମିଶ୍ର,ଜିଲ୍ଲା ପ୍ରତିଶେଷଦକ ଓ କମ୍ପ୍ୟୁଟର ସହାୟକ ଶିବପ୍ରସାଦ ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ଦିବସରେ ୭୩ ପ୍ରତିଶତ ଶିଶୁଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗାଁ ଗହଳିରେ ଥିବା କେନ୍ଦ୍ରରେ ପୋଲିଓବୁନ୍ଦା ଦିଆ ଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ପର୍ଯ୍ୟନ୍ତ ଚାଲିବ,ଆଜିଠାରୁ  ସ୍ୱାସ୍ଥ୍ୟକର୍ମି, ଆଙ୍ଗନ ଓ୍ୟାର୍ଡି, ଆଶାକର୍ମି ମାନେ ଘର ଘର ବୁଲି ଶିଶୁଙ୍କୁ ଚିହ୍ନଟ କରି ପୋଲିଓବୁନ୍ଦା ଦେବା ଆରମ୍ଭ କରିଦେଇଛନ୍ତି  । ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ଥିବା ବିଛିନ୍ନାଚଂଳର ୬ଟି ଗ୍ରାମପଟାଂୟତର୧୫୧ଖଣ୍ଡ ଗ୍ରାମରେ ସ୍ୱତନ୍ତ୍ର ଭାବେ ଆସନ୍ତା ୨୨ ଓ ୨୩ ତାରିଖ ରେ ଦୁଇଦିନ ଧରି ସ୍ୱାସ୍ଥ୍ୟକର୍ମୀ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ଘର ଘର ବୁଲି ସମସ୍ଥ ଶିଶୁଙ୍କୁ ପୋଲିଓ ବୁନ୍ଧାଖୁଆଇବେ ।  ଜିଲ୍ଲାର ୭୧୨ଟି ପଲ୍ସପୋଲିଓ କେନ୍ଦ୍ରଖୋଲା ଯାଇଛି , ଏହିକାର୍ଯ୍ୟକ୍ରମରେ ୧୪୨୪ଜଣସ୍ୱାସ୍ଥ୍ୟ କର୍ମୀ,୬୧ଜଣସୁପରଭାଇଜର ଙ୍କୁ ନିୟୋଜିତ କରା ଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top