ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ୨୫ଟି ଗ୍ରାମକୁ କୃଷକ କଲ୍ୟାଣ ଅଭିଯାନ ଯୋଜନାରେ ସାମିଲ କରାଯିବ

ମାଲକାନଗିରି,୩ା୬  (ଓଡିଆ ପୁଅ )  ମାଲାକନଗିରି ଜିଲ୍ଲାରେ ପ୍ରଥମଥର କରି ୨୫ଟି ଆଦିବାସୀ ଗ୍ରାମକୁ କୃଷକ ଅଭିଯାନ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ମହିଳାଚାଷି ଙ୍କୁ ଗୁରତ୍ୱ ଦିଆ ଯିବବୋଲି ସଦର ବ୍ଲକସ୍ଥ ଗନ୍ଧିଆଗୁଡା ଗ୍ରାମଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷିକଲ୍ୟାଣ ବୈଠକରେ ନିସ୍ପତି ନିଆଯାଇଛି ।  କେବିକେ ସଭାଗୃହରେ ବରିଷ୍ଟ କୃଷିବୈଜ୍ଞାନିକ ନିଗମାନନ୍ଦ ବେହେରା ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ସଭାରେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଧୁନିକ ପ୍ରଣାଳିରେ ଉନ୍ନତମାନର ଚାଷ କରାଯାଇ କୃଷିରବିକାଶ ହେବାସହତି ଗାଁ ଗହଳର ମହିଳା ଚାଷୀ ମାନଙ୍କୁ ସ୍ୱତନ୍ତ୍ରଭାବେ ତାଲିମ ଦେବା ପାଇଁ ନିସ୍ପତି ନିଆଯାଇଛି । ରାଜ୍ୟର ୧୦ଟି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାଅଚଂଳର ବିକାଶ ପାଇଁ କେନ୍ଦ୍ରସରକାର ସ୍ୱତନ୍ତ୍ର ଭାବେ ଯୋଜନା କରିଛନ୍ତି । ସେଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଅନ୍ୟତମ । ଏହି ଜିଲ୍ଲାର ୨୫ଟି ଗ୍ରାମରେ ଆସନ୍ତା ଦୁଇମାସ ମଧ୍ୟରେ କୃଷି,ଉଦ୍ୟାନ,ପ୍ରାଣୀସମ୍ପଦ,ଜଳଛାୟା ପ୍ରକଳ୍ପ,ମୃତିକା ସଂରକ୍ଷଣ,ଶିକ୍ଷା,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ କାର୍ଯ୍ୟ ଆରମ୍ଭ କରାଯାଇ ଗ୍ରାମବାସୀ ମାନଙ୍କୁ ସେଥିରେ ସାମିଲ କରିବା ପାଇଁ ଯୋଜନା ରହିଛି ।  ପ୍ରତି ଗ୍ରାମରେ ୧୦୦ଟି କମ୍ପୋଷ୍ଟ ପିଟ ଖୋଳା ଯାଇ ଜିଆଖତ ପ୍ରସ୍ତୁତି ହେବ,ଏଥିରେ ୨୫ଟି ଗ୍ରାମର ୩୩୫ଟି ପବରିବାର ଓ  ୧୫୫୨ ଜଣ ଚାଷୀଉପକୃତ ହେବେ ।ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ବ୍ଲକର ୮ଟିଗ୍ରାମ,କୋରକୁଣ୍ଡା ବ୍ଲକର ୪ଟି,ଖଇରପୁଟ ବ୍ଲକର ୨ଟି,ମାଥିଲି ବ୍ଲକର ୪ଟି,କାଲିମେଳା ବ୍ଲକର ୫ଟି, ପଡିଆ ବ୍ଲକର ୨ଟି ଗ୍ରାମକୁ କୃଷକ କଲ୍ୟାଣ ଅଭିଯାନ ଯୋଜନାରେ ସାମିଲ କରାଯାଇଛି ।ଏହି ଗ୍ରାମଗୁଡିକରେ ପ୍ରତ୍ୟେକ ଚାଷୀଙ୍କୁ ଡାଲି,ତୈଳଜାତୀୟ ବିହନ ରଖିବାପାଇଁ କିଟ ବ୍ୟାଗ,ମୃତିକା ସ୍ୱାସ୍ଥ୍ୟକାର୍ଡ,କୃଷି ସମ୍ଫଦିୟ ପୁସ୍ତକ,ଆମ୍ବ,ଫୁଲ,ଫଳ ଚାରା ଯୋଗାଇ ଦିଆଯିବ,ବିଶେଷ କରି ମହିଳା ଚାଷୀ ମାନଙ୍କୁ ପନିପରିବା ଓ ଛତୁ ଚାଷ ଉପରେ ତାଲିମ ଦିଆ ଯାଇ ସେମାନଙ୍କୁ ସ୍ବାବଲମ୍ବି କରରାଯିବ , ଏହି ବୈଠକରେ ବୈଜ୍ଞାନିକ ସମୀର କୁମାର ଦାଶ,ଜଳଛାୟା ପ୍ରକଳ୍ପ ଉପନିଦେ୍ର୍ଦଶକ ଅରୁଣକୁମାର ବେହେରା,ଜିଲ୍ଲାସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ସଚିଦାନନ୍ଦ ପଣ୍ଡା,ସହକାରି ଉଦ୍ୟାନବିତ ଦେବୀପ୍ରସାଦ ରାଓ,ଲାଲବିଜୟକୁମାର,ପ୍ରକାଶ ଚନ୍ଦ୍ର ମଲିକ,ଶୁଭେନ୍ଦୁ କୁମାର ବିଶ୍ୱାସ,ଅଶୋକପାଇକ ରାଏ ପ୍ରମୁଖ ଅଧିକାରୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top