ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ. ୧୦୦୩ ଜଣ ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରି ଙ୍କ ସ୍ଥାନରେ ଅଛନ୍ତି ମାତ୍ର ୬୭୭ଜଣ,୩୨୬ଟି ପଦବି ଖାଲି

ମାଲକାନଗିରି, ୧୨ା୯(ଓଡିଆ ପୁଅ )   ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କ ଚିକିତ୍ସାବ୍ୟବସ୍ଥା କରା ଯିବାପାଇଁ ମାଲକାନଗିରି ଜିଲ୍ଲାରେ ନୂତନଭାବେ ସାତ ମହଲା କୋଠା ୩୦୦ଶଯ୍ୟା ବିଶିଷ୍ଟ ଜିଲ୍ଲାହସପିଟାଲ କୁ ଗତ ଜୁଲାଇମାସ୨୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଲୋକର୍ପିତ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାକି ଅନ୍ୟାନ ଜିଲ୍ଲାରେ ଏହି ଭଳି ସାତମହଲା ବିଶିଷ୍ଟ ହସପିଟାଲ ନଥିବା ବେଳେ ଏହା ମାଲକାନଗିରି ଜିଲ୍ଲାରେ ହୋଇଥିବାରୁ ଉତମଚିକିତ୍ସା ପାଇବା ଆଶାରେ ଜିଲ୍ଲାବାସୀ ବହୁତ ଖୁସିହୋଇ ଯାଇଥିଲେ । ହେଲେ ସେମାନଙ୍କ ଆଶା ଆଶାରେହିଁ ରହିଯାଇଛି । ହସପିଟାଲର ଭିତିଭୁମି ଠିକ ଥିବାବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରି ମାନେ ନ ଥିବାରୁ ସାତମହଲା ବିଶିଷ୍ଟ ହସପିଟାଲ ଓ ସ୍ୱାସ୍ଥ୍ୟ ସେବା ପରିଚାଳନାରେ ବ୍ୟାଘାତ ଘଟିଛି । ଜିଲ୍ଲାରେ ୧୦୦୩ଜଣ ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ ଅନ୍ୟାନ କର୍ମଚାରି ମାନଙ୍କ ସ୍ଥାନରେ ମାତ୍ର ୬୭୭ ଟି ପଦବିପୁରଣ ହୋଇଛି, ୩୨୬ ଟି ପଦବି ଅନେକବର୍ଷ ଧରି ଖାଲିପଡିଥିଲେ ବି ରାଜ୍ୟସ୍ୱାସ୍ଥ୍ୟ ବିଭାଗ ଏଥିପ୍ରିତ ଗୁରୁତ୍ୱ ଦେଉନଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏକରକମର ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ମୋଟ ୧୪୭ଜଣ  ଡାକ୍ତର ଙ୍କ ଆବଶ୍ୟକ ଥିବାସ୍ଥଳେ ମାତ୍ର ୭୦ଜଣ ଡାକ୍ତର ଅଛନ୍ତି ୭୧ଟି ଡାକ୍ତର ପଦବି ବହୁବର୍ଷଧରି ଖାଲିପଡିଛି । ଠିକ ସେହିପରି ଷ୍ଟାପନର୍ସ,ସ୍ୱାସ୍ଥ୍ୟକର୍ମି ,ଏଏଏନଏମ,ଙ୍କ ସହିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ୮୫୬ ପଦବି ବଦଳରେ ମାତ୍ର ୬୦୧ଜଣ ଜିଲ୍ଲାରେ କାମ କରୁଛନ୍ତି । ମାଲକାନଗିରି,କାଲିମେଳା,ପଡିଆ, କୋରକୁଣ୍ଡା,ଖଇରପୁଟ, କୁଡୁମୁଲୁଗୁମ୍ମା,ମାଥିଲି ସାତଟି ଯାକ ବ୍ଲକର ଲକ୍ଷାଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ପର ହେଉନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଅନଭିଜ୍ଞ କ୍ୱାକ ଓ ଗୁଣିଆ ଦିଶାରୀ ମାନେ । ମାଲକାନଗିରି ଜିଲ୍ଲା ସଦର ମହକୁମା ହସପିଟାଲରେ ୬୭ଜଣ ଡାକ୍ତର ଙ୍କ ସ୍ଥାନରେ ମାତ୍ର ୨୬ଜଣ ଡାକ୍ତର କାମଚଳାଉଛନ୍ତି,ଏହି ହସପିଟାଲରେ ମାଲକାନଗିରି ଜିଲ୍ଲାସହିତ ପଡୋଶି ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଜିଲ୍ଲାସଦର ମହକୁମା ହସପିଟାଲରେ ଏଡିଏମଓ -ପିଏଚ,ଏଡିଏମଓ  ମେଡିକାଲ,ମେଡିସିନ,ସର୍ଜରୀ, ସ୍ତ୍ରୀରୋଗବିଷେଜ୍ଞ, ଶିଶୁରୋଗବିଷେଜ୍ଞ, ଅସ୍ତିଶଲ୍ୟ, ଆନାଥେସିଆ,ନାଶା ଓ କର୍ଣ୍ଣ ,ରେଡିଓଲୋଜି,ଚର୍ମ,ଯକ୍ଷ୍ମା ରୋଗ ବିଶେଜ୍ଞ ଜଣେ ଲେଖା ଓ ୮ଜଣ ମେଡିକାଲ ଅଫିସର ଖାଲି ଥିବା ବେଳେ କାଲିମେଳା ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୫ଜଣ,ମାଥିଲି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୨ଜଣ ଡାକ୍ତର,ଖଇରପୁଟ ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୪ଜଣ ଡାକ୍ତର, କୋରକୁଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୩ଜଣ,ପଡିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ୫ ଜଣ,ପାଣ୍ଡ୍ରିପାଣି ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୪ ଜଣ,କୁଡୁମୁଲୁଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୮ଜଣ, ଚିତ୍ରକୋଣ୍ଡା ଚିତ୍ରକୋଣ୍ଡ.ଓରକେଲ ହସପିଟାଲରେ ରେ ଜଣେ ଲେଖା ଡାକ୍ତର ପଦବି ଦୀର୍ଘବର୍ଷ ଧରି ଖାଲିପଡିଛି । ଗାଁ ଗହଳ ଡାକ୍ତର ଖାନା ଗୁଡିକରେ ଜଣେବି ଡାକ୍ତର ନଥିବାରୁ କେଉଁଠି ଫାର୍ମାଶିଷ୍ଟ ତ ଆଉ କେଉଁଠି ଏଏନଏମ ମାନେ ଡାକ୍ତରଖାନା ଚଳାଉଛନ୍ତି ।

ଜିଲ୍ଲାରେ ଅନେକ ଡାକ୍ତର ପଦବି ଖାଲିପଡିଥିବାରୁ ଗାଁ ଗହଳର ଆଦିବାସୀ ଲୋକମାନେ ସରକାରି ଡାକ୍ତରଖାନା ଭରସା ଛାଡି ବାଧ୍ୟ ହୋଇ କ୍ୱାକ ଓ ଗୁଣିଆ ଦିଶାରୀ ମାନଙ୍କ ଦ୍ୱାରସ୍ତ ହୋଇ ଡୁମାପୂଜା କରି ଛେଳି କୁକୁଡା ବଳି ପକାଇ ଶୋଷଣର ଶିକାର ହେଉଛନ୍ତି । ମାଲକାନଗିରି ଜିଲ୍ଲାରେ ୭୦ଟି ଡାକ୍ତରପଦବି ଖାଲି ପଡିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେବାରେ ଲାଗିଛି,ଯେଉଁ କେତଜଣ ସ୍ୱଳ୍ପ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମି ମାନେ  ରହିଛନ୍ତି, ସେମାନେ ଦିନରାତି ରୋଗୀମାନଙ୍କ ସେବାକରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପ୍ରତି ଗୁରୁତ୍ୱ ନଥିବା ପରି ଜଣାପଡୁଛି, ତୁରନ୍ତ ଜିଲ୍ଲାରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ ପଦବିପରୁଣ ନିମନ୍ତେ ଜିଲ୍ଲାପାଳ ଓ ସିଡିଏମଓ, ମନ୍ତ୍ରୀ,ବିଧାୟକ ରାଜ୍ୟସ୍ୱାସ୍ଥ୍ୟବିଭାଗକୁ ଜଣାଇଆସୁଥିଲେ ମଧ୍ୟ ସାବତ ମାର ପୁଅ ପରି ରାଜ୍ୟସରକାର ମାଲକାନଗିରି ଜିଲ୍ଲାକୁ ଦେଖୁ ଥିବାର ଜିଲ୍ଲାବାସୀ ମାନେ ଅଭି ଯୋଗକରିଛନ୍ତି । ମାଲକାନଗିରି ଜିଲ୍ଲାହସପିଟାଲ ସାତମହଲା କୋଠା ହେଲେ ମଧ୍ୟ ଡାକ୍ତର କି ସ୍ୱାସ୍ଥ୍ୟବିଭାଗ କର୍ମଚାରି ଙ୍କ ମରୁଡି ଯୋଗୁଁ ଏହି ହସପିଟାଲ ଗୃହଟିର ଅଧାଭାଗ ଭୁତକୋଠିପାଲଟି ଯାଇଛି । ଉପଯୁକ୍ତ ପରିମାଣର ଡାକ୍ତର ନଥିବାରୁ ରୋଗୀ ମାନେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇ ପାରୁନାହାଁନ୍ତି । ଡାକ୍ତର ନଥିଲେ କଣ ହେଲା ସାତମହାଲା କୋଠା ନିକଟରେ ରୋଗୀ ଓ  ସେମାନଙ୍କ ସଂପର୍କିୟ ମାନେ ଠିଆ ହୋଇ ସେଲଫି ନେଇ ମନଶାନ୍ତି କରି ଘରକୁ ଫେରିଯାଉଛନ୍ତି ।

 

Leave a Reply

Your email address will not be published. Required fields are marked *