ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଦିବସ ଓ ଉତ୍କଳ ଗୌରବ ମଧୂବାବୁଙ୍କ ଜୟନ୍ତୀ ପାଳିତ

ମାଲକାନଗିରି,୨୮ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଭିମାନଦିବସ ଓ ଉତ୍କଳଗୌରବ ମଧୂବାବୁଙ୍କ ଜୟନ୍ତୀ ଆଡମ୍ବର ସହକରେ ପାଳିତ ହୋଇ ଯାଇଛି ।ମାଲକାନଗିରି ଜିଲ୍ଲା ପାଠାଗାର ପରିସରରେ ଉତ୍କଳଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ,ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇ ଯାଇଛି । ଏହି ଅବସରେ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଅମିୟକୁମାର ସାହୁ,ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ପ୍ରକାଶ ଚନ୍ଦ୍ରପଟନାୟକ,ଅଧ୍ୟାପକ ରଂଜନକୁମା ସ୍ୱାଇଁ,ନାରାୟଣ ଚନ୍ଦ୍ର ଭୋଳ,ଦୁର୍ଗାପ୍ରସାଦ ପଟନାୟକ,ବାଲାପାଢି,ଶଶିରେଖା ଦାସ,ମହାଲକ୍ଷିମି ପଣ୍ଡା,ସରୋଜିନିପରିଡା,ରାଧା ମଣିରାଏ,ପୁଶ୍ପଲାତା ପଣ୍ଡା,ବବିତା ମହାପାତ୍ର,ହରେକୁଷ୍ଣକିର୍ତନୀୟା, ରଜଂନକୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସେଠାରେ ପ୍ରତିଷ୍ଟିତ ମଧୂବାବୁଙ୍କ ପ୍ରତି ମୂର୍ତୀରେ ମାଲ୍ୟାର୍ପଣ କରି ମଧୂବାବୁଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ ।

ଠିକ ସେହିପରି ବି.ବି.ଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଉଜ୍ଜଳ ଓ ଉଥାନ ତିଲିମ କେନ୍ଦ୍ରରେ ବରିଷ୍ଟ ଶିକ୍ଷକ ପ୍ରଭାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଧୂବାବୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଅନୁଷ୍ଟିତ ଏହି ଜୟନ୍ତୀ ଉତ୍ସବ ଅବସରରେ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶାର ନିର୍ମାତା ସ୍ୱାଭିମାନ ପୁରୁଷ ଉତ୍କଳ ଗୌରବ ମଧୂସୁଦନ ଦାସ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରି   ତାଙ୍କ ଆଦର୍ଶରେ ଆଜିର ଯୁବସମାଜ ଓ ସମସ୍ତେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି ଗଠନମୁଳକ କାର୍ଯ୍ୟ କରିବା ଆବସ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଶିକ୍ଷକ ରାମପ୍ରାସଦ ପାଢୀ,ବିଜୟକୁମାର ମିସ୍ତ୍ରୀ,ଦୁର୍ଗାପ୍ରାସଦ ପଟନାୟକ,ବି.ଏସ.କେ. ଖୋସଲା,ସମୀର କାନ୍ତ ରଥ,ଗୁରପଦ ସରକାର,ଚିନ୍ମୟୀ ପଣ୍ଡା,ବିନୋଦବିହାରୀ ଦାଶ,ଜୟନ୍ତୀ ସରକାର ପ୍ରମୁଖ ଯୋଗଦେଇ ସ୍ୱାଭିମାନି ପୁରୁଷ ଉତ୍କଳ ଗୌରବ ମଧୂବାବୁଙ୍କ ବହୁମୁଖି ପ୍ରତି ସଂପର୍କରେ କହିଥିଲେ । ଏହି ଅବସରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ ମଧୂବାବୁଙ୍କ ସ୍ମୃତି ଚାରଣକରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top