ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ସରାସରି ବୋଲ ବମ୍ ଉତ୍ସବ ପାଳିଲେ କାଉଡିଆ ମାନେ

ମାଲକାନଗିରି,୨୬ା୮ (ଓଡିଆ ପୁଅ ) ଶ୍ରାବଣ ମାସ ଶେଷ ପୁଣ୍ଣୀମା ଉପଲକ୍ଷେ ଆଜି ମାଲକାନଗିରି ଜିଲ୍ଲାରେ ସରାସରି ବୋଲବମ ଉତ୍ସବ ପାଳିଛନ୍ତି କାଉଡିଆ ମାନେ। ପ୍ରବଳ ବର୍ଷା ହେବା ସ୍ୱତ୍ୟେ ମଧ୍ୟ ବିଭିନ୍ନ ସ୍ଥାନର ପବିତ୍ର ନଦୀରୁ ଜଳ ଆଣି ଶତାଧିକ ମହିଳା ଓ ପୁରୁଷ, ଯୁବକ ଯୁବତୀ,ଛୋଟପିଲା ମାନେ ବର୍ଷାକାଦୁଅରେ ପାଦରେ ଚାଲି ଚାଲି  କାନ୍ଧରେ କାଉଡି ଧରି ଜଳ ଯାତ୍ରାରେ ଶେଷ ବୋଲବମ ପୁର୍ଣ୍ଣୀମା ଉତ୍ସବ କୋରକୁଣ୍ଡା ସୁଳିଆ ପାହଡ ନିକଟରେ ଥିବା ସୁଳିଆ ମହାଦେବ ମନ୍ଦୀର ରେ ଶେଷ ବୋଲବମ ଉତ୍ସବ ପାଳନ କରିଛନ୍ତି । ଜିଲ୍ଲାର ବିଭିନ୍ନସ୍ଥାନରୁ ଶତାଧିକ ବୋଲବମଭକ୍ତ ମାନେ ଏଠାରେ ଏକତ୍ରୀତ ହୋଇ ମହାଦେବ ଙ୍କୁ ଜଳାଭିଷେକ କରିବାସହ ବନ୍ଧୁମିଳନ କରିଥିଲେ । ମଧ୍ୟାହ୍ନ ରେ ସମସ୍ତ ଭକ୍ତଙ୍କ ପାଇଁ  ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ସକାଳେ ବୋଲବମ ଭକ୍ତମାନେ ମଲ୍ଲୀକେଶ୍ୱର ,ଶିବାନନ୍ଦ ଆଶ୍ରମ ଠାରେ ଥିବା କାଶିବିଶ୍ୱନାଥ  ଶୈବପୀଠ ଓ ଗୋଇପବ ର୍ତ ରେ ଥିବା ହରଗୈରୀ ମନ୍ଦିର  ରେ ନିଜର ଓ ପରିବାର ମଙ୍ଗଳ ନିମନ୍ତେ ମହାଦେବଙ୍କୁ ଜଳାଭିଷେକ କରିଥିଲେ ।  ମାଲକାନଗିରି,କୋରକୁଣ୍ଡା, ବାଲିମେଳା,ଚିତ୍ରକୋଣ୍ଡା, ପଡିଆ,କାଲିମେଳା,ମୋଟୁ, ଏମଭି୧୭, ଏମଭି୧୯, ଏମଭି୭, ଏମଭି୭୨, ଏମଭି୪୨,ଗୁମ୍ମା, ଖଇରପୁଟ, ଗୋବିନ୍ଦପାଲି,ମାଥିଲି, ପାଣ୍ଡ୍ରିପାଣି, ପଦ୍ମଗିରି,ବିଭିନ୍ନ ଅଚଂଳରୁ ଶହ ଶହ ସଂଖ୍ୟାରେ ମାନଶିକ ଧାରୀଭକ୍ତ  ମାନେ ପହିତ୍ର ସାବେରୀ,ସିଲେରୁ, ଚିନାଗୋଦାବରୀ, ତମସା,ଗୁରୁପ୍ରିୟା, ସପ୍ତଧାରା, କୋଲାବ,ନଦୀରେ ସ୍ନାନକରି କଳସରେ ପାଣି ଉଠାଇ ଓଁନମଶିବାୟ ମନ୍ତ୍ରଜପକରି ବୋଲବମ,ଜଟିଆ ବାବା ପାରକରେଗା ନାରା ଦେଇ କାନ୍ଧରେ କାଉଡି ଧରି ଗୌରିକ ବସ୍ତ୍ରଧାରୀ ବୋଲବମ ଭକ୍ତ ମାନେ ବିଭିନ୍ନ ଶୈବପୀଠକୁ ଯାଇଥିଲେ । ବିଶେଷକରି ମାଲକାନଗିରି ସହରରେ ଥିବା ତଳସାହି ଶିବମନ୍ଦିର, ପାହଡଉପରେ ଥିବା ମଲିକେଶ୍ୱର, ସତିଗୁଡା ଶିବମନ୍ଦିର,ହାଟପଦା ଶିବମନ୍ଦିର,ମାଉଲିମା ସାହି ଶିବମନ୍ଦିର,ଶିବାନ୍ଦ ଆଶ୍ରମ, ମେଡିକାଲଛକ, କୋରକୁଣ୍ଡା, ଶୁଳିଆପାହଡ ଶିବମନ୍ଦିର ଗୁଡିକରେ ବୋଲବମ ଭକ୍ତମାନେ ଶିବଙ୍କୁ ଦର୍ଶନକରି  ପାଣି ଢାଳି ଜଲାଭିଷେକ କରି ଆଶୀର୍ବାଦ ଭିକ୍ଷାକରି ଥିଲେ । ଶ୍ରାବଣ ମାସ ଶେଷରେ ବୋଲବମ ସାରାସରି ଯାତ୍ରା କୋରକୁଣ୍ଡା ଶୁଳିଆ ମନ୍ଦୀର ରେ ସାରିଦେଇ ବ୍ରତ ଉଝାଇଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top