ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ସରକାରୀ ନିର୍ଦେଶକକୁ ବେଖାତିରି,ଓଡିଆ ଭାଷାକୁ ଗୁତ୍ୱଦିଆ ଯାଉନାହିଁ

ମାଲକାନଗିରି,୨୭ା୪ (ଓଡିଆ ପୁଅ ) ମାତୃଭାଷା ଓଡିଆଭାଷା କୁ ସମ୍ମାନଜଣାଇ ରାଜ୍ୟସରକାର ପବିତ୍ର ଉକ୍ରଳଦିବସ ଏପ୍ରିଲ ୧ତାରିଖ ଠାରୁ ସମସ୍ତ ସରକାରୀ,ଘରୋଇ କାର୍ଯ୍ୟାଳୟ,ଶିକ୍ଷାଅନୁଷ୍ଠାନ,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ଭାଷାରେ ନାମଫଳକ ସହିତ ଓଡିଆରେ ଚିଠିପତ୍ର ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ନିର୍ଦ୍ଦେଶକୁ ଅଧିକାଂଶ ଜିଲ୍ଲାପ୍ରଶାସନ ମାନିନେଇ ଓଡିଆ ଭାଷାରେ ଚିଠିପତ୍ର ଠାରୁ ଆରମ୍ଭ କରି ନାମଫଳକ ଓଡିଆରେ ଲେଖିଥୁବାବେଳେ ମାଲାକନଗିରି ଜିଲ୍ଲାରେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନାହିଁ ।  ଆନ୍ଦ୍ର,ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଧିରେ ଧିରେ ଓଡିଆ ଭାଷା ଓ ସଂସ୍କୃତି ଲୋପପାଇବାକୁ ବସିଲାଣି । ଗୋଟିଏ ପଟେ ଆନ୍ଦ୍ରପ୍ରଦେଶ ର ତେଲୁଗୁ ଭାଷା ଅନ୍ୟପଟେ ଛତିଶଗଡର ହିନ୍ଦୀ ଭାଷା ସାଙ୍ଗକୁ ବଙ୍ଗାଳି ଭାଷା ଏହି ଜିଲ୍ଲାକୁ ଗ୍ରାସକରିସାରିଲାଣି । ଜିଲ୍ଲାର ସରକାରୀ,ବେସରକାରୀ କାର୍ଯ୍ୟାଳୟ,ଶିକ୍ଷାଅନୁଷ୍ଟାନ,ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷା ବଦଳରେ ଇଂରାଜୀ,ହିନ୍ଦୀ,ତେଲୁଗୁ,ବଙ୍ଗାଳୀ ଭାଷାରେ ନାମଫଳକ ଲେଖା ଯାଇଥିବାର ଦେଖିବାକୁ ମିଳୁଛି । ଏପରିକି ଜିଲ୍ଲାସଦର ମହକୁମା ଠାରେ ଥିବା ବନଖଣ୍ଡୀୟ ଅଧିକାରୀ,ସତିଗୁଡା  ଜଳସେଚନ ବିଭାଗ ସହକାରି ଯନ୍ତ୍ରୀ, ସରକାରୀ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସହିତ ଅନେକ ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଛୋଟ ବଡ ଦୋକାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ ବଦଳରେ ଇଂରାଜୀ ଭାଷାରେ ଏବେ ବି ନାମଫଳକ ଲାଗିଛି । ଏପରିକି ପୁର୍ତବିଭାଗ,ବିଭିନ୍ନ ବିଭାଗର ଇଂରାଜୀ ସୁଚନା ଫଳକ ପରିବର୍ତନ ହୋଇ ପାରିନାହିଁ । ସରକାରୀସ୍ତରରେ ଓ ସ୍ୱେଚ୍ଛାସେବୀ ଅନୁଷ୍ଟାନ ମାନଙ୍କ ପକ୍ଷରୁ ହେଉଥିବା ସଭାସମତିର ଚିଠି,ପ୍ରଚାର ପତ୍ର ,ନାମଫଳକ,ବ୍ୟାନର ଗୁଡିକ ଓଢିଆ ଭାଷାପରିବର୍ତେ ଇଂରାଜୀ ଭାଷାରେ ଏବେ ବି ଲେଖାଯାଉଛି । ଏ ନେଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ସହ ଯୋଗା ଯୋଗ କରିବାରୁ ଓଡିଆ ଭାଷାରେ ଲେଖାପଢା ସହ ନାମଫଳକ ଲେଖିବା ସମସ୍ତଙ୍କର ନୈତିକ କର୍ତବ୍ୟ, ଖୁବଶିଘ୍ର ମାଲକାନଗିରି ଜିଲ୍ଲାର ସରକାରୀ,ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାଅନୁଷ୍ଟାନ, ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକୁ ତୁରନ୍ତ ଓଡିଆ ଭାଷାରେ ନାମଫଳକ, ଚିଠିପତ୍ର ଆଦାନ ପ୍ରଦାନକରିବା ପାଇଁ ଜିଲ୍ଲାପ୍ରଶାନ ପକ୍ଷରୁ ଚିଠିକରା ଯିବା ସହିତ ଜିଲ୍ଲାସ୍ତରୀୟ ଏକ ଜନସଚେତନା କାର୍ଯ୍ୟକ୍ରମ ର ଆୟୋଜନ କରି ଯିବବୋଲି ସେ କହିଛନ୍ତି । ମାଲକାନଗିରି ଜିଲ୍ଲାର ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାଅନୁଷ୍ଟାନ,ଛୋଟବଡ ଦୋକାନ,ବାଣିଜ୍ୟପ୍ରତିଷ୍ଠାନ,ବସଷ୍ଟାଣ୍ଡ,ଓ ସରକାରୀ,ଘରୋଇ ବସ  ଗୁଡିକରେ ଓଡିଆ ଭାଷାରେ  ନାମଫଳକ  ଲାଗାଇବାସହ ଓଡିଆରେ ଚିଠିପତ୍ର,ନିମନ୍ତ୍ରଣପତ୍ର,ପ୍ରଚାର ପତ୍ର କରିବା ନିମନ୍ତେ ଓଡିଶା ସାହିତ୍ୟ ଏକେଡାମୀ ସଦସ୍ୟ ରତ୍ନାକରଦାଶ ଜିଲ୍ଲାସ୍ତର,ବ୍ଲକସ୍ତର ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ନିଦେ୍ର୍ଦଶ ଦେବା ପାଇଁ  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଙ୍କୁ ଅନୁରୋଧ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top