ମାଲକାନଗିରି ଜିଲ୍ଲାରେ ଶ୍ରୀ ସତ୍ୟସାଇଙ୍କ ୯୨ତମ ଜୟନ୍ତୀ ପାଳନ

ମାଲକାନଗିରି,୨୩ା୧୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀ ଶ୍ରୀ ସତ୍ୟସାଇ ଙ୍କ 92ତମ ଜୟନ୍ତୀ ମହାଆଡମ୍ବର ସହାକରେ ପାଳିତ ହୋଇ ଯାଇଛି ,  ଜିଲ୍ଲାସଦର ମହକୁମାସ୍ଥ ସାଇନଗର ଠାରେ ଶ୍ରୀ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ଶ୍ରୀ ସତୟସାଇ ଙ୍କ ୯୨ତମ ଜୟନ୍ତୀ ଉତ୍ସବ ଆଡମ୍ବର ସହାକାରେ ପାଳିତ ହୋଇ ଯାଇଛି ।  ପ୍ରାତରେ ଶ୍ରୀ ସତ୍ୟସାଇଙ୍କ  ନାମସଙ୍କିର୍ତନ କରି ନଗର ପରିକ୍ରମା କରାଯାଇଥିଲା, ଶ୍ରୀ ସତ୍ୟସାଇ ଭଜନ ସମରୋହ,ଆରତୀ କାର୍ଯ୍ୟକ୍ରମ,ଧାର୍ମିକ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ରାଜ୍ୟ ସଭାପତି ପି.ଜଗନ୍ନାଥ ପ୍ରସାଦ ରାଓ ଙ୍କ ଦ୍ୱାରା ଆଧ୍ୟାତ୍ମିକ ପତକା ଉତୋଳନକରା ଯାଇଥିଲା,ଜିଲ୍ଲାସଭାପତି ରାମାରାଓପଟନାୟକ ସ୍ୱାଗତ ଭାଷଣ ଦେଇଥିଲେ,ଶ୍ରୀ ସତ୍ୟସାଇଙ୍କ ପ୍ରବଚନ, ନାମସଙ୍କିର୍ତନ,ଭଜନ, ଶ୍ରୀ ସତ୍ୟସାଇ ଙ୍କ ଉପରେ ସାଇ ଭକ୍ତ ମାନେ ପ୍ରବଚନ ଦେଇଥିଲେ ।  ଜ୍ୟୋତି ଧ୍ୟାନ, ଆଧ୍ୟାତ୍ମିକ ବାର୍ତା ସହିତ ଶେଷରେ ଜିଲ୍ଲା ଆବାହକ କେ.ଗୋପାଳ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ  ଦରିଦ୍ର ନାରାୟଣସେବା,ପ୍ରସାଦ ସେବନ ବ୍ୟବସ୍ଥା ସହିତ ସନ୍ଧ୍ୟାରେ ଭଜନସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ଶତାଧିକ ଭକ୍ତ ଓ ଶ୍ରୀ ସତ୍ୟସାଇ ସେବା ମଣ୍ଡଳିର ସଭାପତି ଅନ୍ୟାନକର୍ମକାର୍ତା ମାନେ ଯୋଗଦେଇଥିଲେ ।

 

Leave a Reply

Your email address will not be published. Required fields are marked *