ମାଲକାନଗିରି, ୧୯ା୫ (ଓଡିଆ ପୁଅ ) ଆଜି ସମଗ୍ର ରାଜ୍ୟରେ ଉଚ୍ଚମାଧମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହି ପରୀକ୍ଷାରେ ଅଧିକ ନମ୍ବର ରଖି ବାଜିମାରିଛନ୍ତି ଛାତ୍ରୀମାନେ। ବାଲିମେଳା ବିଜ୍ଞାନ ମହାବିଦ୍ୟାଳୟରୁ ୧୩୦ଜଣ ପରୀକ୍ଷା ଦେଇଥିଲେ, ପ୍ରଥମ ଶ୍ରେଣୀରେ ୯ଜଣ, ଦ୍ୱିତୀୟ ଶ୍ରେଣୀରେ ୧୧ଜଣ, ତୃତୀୟ ଶ୍ରେଣୀରେ ୪୪ଜଣ ପାସକରିଛ। ଏହି କଲେଜର ଛାତ୍ରୀ ଉପାସନାପ୍ରଧାନ ୯୦ପ୍ରତିଶତ ନମ୍ବର ରଖି କଲେଜର ଟପର ହୋଇଥିବାର ଜଣାପଡିଛି। ଠିକ ସେହିପରି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଡେଇ ଆବାସୀକ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ୧୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୩୭ ଜଣ ପ୍ରଥମ ଶ୍ରେଣୀ, ୭୬ ଜଣ ଦ୍ୱତୀୟ ଶ୍ରେଣୀ, ୬୩ଜଣ ତୃତୀୟ ଶ୍ରେଣୀ ରେ ପାସ୍ କରିଥିବା ବେଳେ କଲେଜର ଛାତ୍ର ଆକାଶ ଗୁପ୍ତା ୮୧ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି। ଘଡେଇ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ଜିଲ୍ଲାର ଅନ୍ୟାନ କଲେଜ ଠାରୁ ୯୬ପ୍ରତିଶତ ପାସହାର କରି ବାଜିମାରିଛି। ଜିଲ୍ଲାସଦର ମହକୁମାରେ ଥିବା ସତ୍ୟନାରାୟଣ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ୪୨ଜଣ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩ଜଣ, ଦ୍ୱିତୀୟ ଶ୍ରେଣୀରେ ୧୨ଜଣ ଓ ତୃତୀୟ ଶ୍ରେଣୀରେ ୧୮ଜଣ ପାସ ହୋଇଛନ୍ତି। ଓମ ଭୁଃବସ୍ୱ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ ବୃନ୍ଧାବତୀ ଖରା ୭୮ପ୍ରତିଶତ ନମ୍ବର ରଖି ଟପର ହୋଇ କଲେଜର ସୁନାମ ଆର୍ଜନ କରିଛନ୍ତି। ଚଳିତ ବର୍ଷ ବିଜ୍ଞାନରେ ମାଲକାନଗିରି ଜିଲ୍ଲାରୁ ଛାତ୍ରୀମାନେ ଭଲନମ୍ବର ରଖି ପାସ କରିଛନ୍ତି।
ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଘଢେଇ ଆବାସୀକ ବିଜ୍ଞାନ ମହାବିଦ୍ୟଳୟରେ ଚଳିତ ବର୍ଷ ୯୬ ପ୍ରତିଶତ ଭଲପରୀକ୍ଷା ଫଳ ହୋଇଥିବାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଳ ପ୍ରତକାଶିତ ହେବାପରେ ୮୧ପ୍ରତିଶତ ନମ୍ବର ରଖିଥିବା କଲେଜର ଟପର ଛାତ୍ର ଆକାଶ ଗୁପ୍ତାଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଖୁସିରେ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଆଜି ମହାବିଦ୍ୟାଳୟ ପରିଷରରେ କଲେଜ ପରିଚାଳନା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଘଢେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡାନିଏଲ ସରକାର ଯୋଗଦେଇ ଟପର ଛାତ୍ର ଆକାଶଙ୍କୁ ମିଷ୍ଟାନ ଖୁଆଇ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିବା ସହିତ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ। ଏହି ସଭାରେ ଆକାଶଙ୍କ ବାପା ସନ୍ତୋଷ ଗୁପ୍ତା,ଅଧ୍ୟାପକ ବିଭୂଦତ୍ତ ଦାଶ, ସତ୍ୟବ୍ରତ ସାମଲ, ସନ୍ତୋଷ ମହାପାତ୍ର, ଚିରଜିଂତ ମଜୁମଦାର, ଲିଙ୍ଗରାଜ ଭୂୟାଂ ପ୍ରମୁଖ ଯୋଗଦେଇ ଉକ୍ତ ଛାତ୍ରଙ୍କୁ ବଧେଇ ଜଣାଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ସୂଚନାଯୋଗ୍ୟଯେ, ଘଢେଇ ମହାବିଦ୍ୟାଳୟରେ ଟପର ହୋଇଥିବା ଛାତ୍ର ଆକାଶଙ୍କ ବାପା ଜଣେ ଛୋଟ ବ୍ୟବସାୟୀ ମଧ୍ୟବିତ ପରିବାର ବହୁ କଷ୍ଟ କରି ତାଙ୍କ ପୁଅକୁ ବିଜ୍ଞାନ ପଢାଇଥିଲେ। ବାପାଙ୍କ ସ୍ବପ୍ନ କୁ ସାକାର କରି ସେ ଜଣେ ଡାକ୍ତର ହୋଇ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗରିବ ଲୋକଙ୍କର ସେବାକରିବେ ବୋଲି ଆକାଶ କହିଛନ୍ତି।
