ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ମୌସୁମୀ, ୪ ଦିନରେ ୫୯୧.୪୦ ମିଲିମିଟର ବର୍ଷା

ମାଲକାନଗିରି, ୫ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ପର୍ବତରୁ ମୌସୁମୀ ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ଜୁନମାସ ୧ତାରିଖ ଠାରୁ ଜୁଲାଇ ମାସ ୪ତାରିଖ ସୁଦ୍ଧା ୨୨୫୩.୬୭ ମିଲିମିଟର ବର୍ଷା ହୋଇଛି। ବିଶେଷକରି ଜୁଲାଇ ମାସ ୧ତାରିଖ ରୁ ୪ତାରିଖ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୫୯୧.୪୦ ମିଲିମିଟର ବର୍ଷା ହୋଇଛି ସେଥିମଧ୍ୟରୁ ମାଲକାନଗିରି ବ୍ଲକରେ ୧୧୭ ମିଲି ମିଟର, ମାଥିଲି ବ୍ଲକରେ ୬୦ମିଲିମିଟର, ଖଇରପୁଟ ବ୍ଲକରେ ୫୭ ମିଲିମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୧୦୫ ମିଲିମିଟର, କୋରକୁଣ୍ଡା ବ୍ଲକରେ ୧୧୫ମିଲି ମିଟର, କାଲିମେଳା ବ୍ଲକରେ ୭୨ ମିଲିମିଟର, ପଡିଆ ବ୍ଲକରେ ୬୫.୪୦ ମଲିମିଟର ବର୍ଷା ଗତ ଚାରିଦିନମଧ୍ୟରେ ହୋଇଛି। ପ୍ରଥମ ମୌସୁମୀ ବର୍ଷାରେ କେତେକ ସ୍ଥାନର ଚାଷୀ ମାନେ ଧାନତଳିପକାଇବା ସହିତ କିଛି ଜମିରେ ଧାନବୁଣି ଦେଇଥିଲେ। ପ୍ରାକ ମୌସିମୀ ବର୍ଷା ପରେ କେତକ ଛାଷୀ ସେମାନଙ୍କ ଖାଲୁଆ ଜମିରେ ବିହନ ବୁଣିବା ପାଇଁ ହଳ ଆରମ୍ଭ କରିଦେଇଛନ୍ତି। ଭଲ ବର୍ଷା ହୋଇଥିବାରୁ ଚାଷୀମାନେ ନିଜ ନିଜ ଜମିରେ ହଳ ବେଉଷଣ ଆରମ୍ଭ କରିଦେଇ ଜମିରେ ଧାନବୁଣିବା ଓ ତଳିପକାଇବା କାମ ଆରମ୍ଭ କରିଦେଇଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top