ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ମାଓବାଦୀ ପାଳିଲେ କଳାଦିବସ

ମାଲକାନଗିରି,୧୫ା୮(ଓଡିଆ ପୁଅ )  ସମଗ୍ର ଦେଶ ଅଗଷ୍ଟ୧୫ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନକରି ଆସୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାଓବାଦି ମାନେ ଏହାକୁ ବିରୋଧକରି କଳାଦିବସ ଭାବେ ପାଳନ କରିଛନ୍ତି । ମାଓପ୍ରବଣ ଦୃର୍ଗମ ବିଛିନ୍ନାଚଂଳ ରେ ଥିବା କେତକ ଗାଁ ଓ ସ୍କୁଲରେ ମାଓବାଦିଙ୍କ ଭୟରେ ଜାତୀୟପତାକା ଉଡା ଯାଇନଥିବାର ଜଣାପଡିଛି । ମାଓବାଦିମାନେ ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ପଚାଂୟତର କେତୋଟି ଦୁର୍ଗମ ମାଓପ୍ରବଣ ଗ୍ରାମରେ ସ୍ୱାଧିନତା ଦିବସ ଅବସରରେ ମାଓବାଦୀ ମାନେ କଳାପତାକା ଉଡାଇବା ସହ ବିଭିନ୍ନ ସ୍ଥାନରେ କଳା କପଡାରେ ଲେଖି କଳାଦିବସ ପାଳନକରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । କାଲିମେଳା,ପଡିଅ.ଚିତ୍ରକୋଣ୍ଡା, କେ.ଗୁମ୍ମା,ମାଥିଲି ବ୍ଲକ ସ୍ଥ ଦୁର୍ଗମ ଅଚଂଳରେ ଓ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶରେ ଥିବା  ପଣସପୁଟ,ପାପରମେଟଲା, ବଡପଡା,ଅଣ୍ଡ୍ରାପାଲି ପଚାଂୟତର ଦୁର୍ଗମ ବିଛିନ୍ନାଚଂଳ ଗ୍ରାମ ଓ ଜଙ୍ଗଲ ନିକଟରେ  କଳାପତାକା ଉଡାଇଥିବାର ଜଣାପଡିଛି ।ଏହି ଘଟଣାପରେ ପୋଲିସ ପ୍ରଶାସନପକ୍ଷରୁ  ପୋଲିସ ପେଟ୍ରୋଲିଂ,କଂମ୍ବି ଅପରେସନ ସହ ସୁରକ୍ଷା ବ୍ୟବସ୍ଥା କୁ ଯୋରଦାର କରି ଦିଆଯାଇ ଜାଲ୍ଲାରେ ହାଇଆଲର୍ଟ ଜାରିହୋଇଥିବାର ଜଣାପଡିଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top