ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ବିଶ୍ୱକର୍ମାପୂଜା ଚିତ୍ରକୋଣ୍ଡା ଜଳଭଣ୍ଡାର ରେ ଲଚଂଚଳାଚଳ ବନ୍ଦ

ମାଲକାନଗିରି,୧୮ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇ ଯାଇଛି,ବିଶେଷକରି ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଲଚଂଘାଟଠାରେ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଚଳାଚଳ କରୁଥିବା ୪ଟି ଲଚଂ କୁ ସୋମବାର ଦିନ ଲଚଂଘାଟ ନିକଟରେ ପୂଜାପାଇଁ ଅଟକାଇ ରଖା ଯାଇଥିବାରୁ ବିଛିନ୍ନାଚଂଳକୁ ଯାତାୟତରେ ଶତାଧିକ ଗ୍ରାମବାସୀ ମାନେ ବହୁତ ହଇରାଣ ହୋଇଥିଲେ । ସୋମବାର ଦିନ କୌଣସି ଗୋଟିଏ ବି ଲଚଂ ଜଳଭଣ୍ଡାରରେ ଯାତାୟତ କରୁନଥିବାରୁ ଶତାଧିକ ଯାତ୍ରୀ ଲଚଂଘାଟନିକଟରେ ଗତ ଦୁଇଦିନହେଲା ପିଲାଛୁଆଧରି ପ୍ରବଳବର୍ଷାରେ ଅଟକିରହିଥିଲେ । କିଛି ଯାତ୍ରୀ ଜରୂରୀକାଳିନ ବୋଟ ଓ ଅନ୍ୟକେତକ ଯାତ୍ରୀ   ଡଙ୍ଗା ଯୋଗେ ବିପଦ ପୂଣ୍ଣ ର୍ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଅଧିକ ଭଡାଦେଇ ଜଳ ଯାତ୍ରା କରିଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଟାନ ପକ୍ଷରୁ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇ ଯାଇଛି ।

ଜିଲ୍ଲା ଜଳପରିମଳ ବିଭାଗ,ସାଉଥକୋ,ବିଦ୍ୟୁତ ବିଭାଗ,ଜନସ୍ୱାସ୍ଥ୍ୟବିଭାଗ,ଗୃହ ନିର୍ମାଣ ଓ ପୁର୍ତବିଭାଗ, କାଡା, କୃଷିବିଭାଗ, ଶିଳ୍ପତାଲିମକେନ୍ଦ୍ର,ପଲିଟେକନିକ କଲେଜ,ବାଲିମେଳା ପାଓ୍ୟାର ହାଉସ ଚିତ୍ରକୋଣ୍ଡା ,ପୋଟେରୁ ଆଦି ସ୍ଥାନରେ ରେ ବିଶ୍ୱକର୍ମାପୂଜା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ସାଉଥକୋ ପୂଜାମଣ୍ଡପ ନିକଟରେ ଭିନ୍ନ ଶୈଳିରେ ବିଶ୍ୱକର୍ମା ପୂଜା ପାଇଥିଲେ ,ସେଠାରେ ଶିକ୍ଷାଉପରେ ଜନ ସଚେତନତା କାର୍ଯ୍ୟକୁ ନେଇ ଶିଶୁମାନଙ୍କ ଉପଦେୟ ବିଷୟବସ୍ତୁ ଓ ସେମାନଙ୍କ ହସଖୁସିର ଚିତ୍ର ବିଚିତ୍ର କରାଯାଇ ପୂଜା ମଣ୍ଡପ ନିର୍ମାଣ କରାଯାଇଛି । ପ୍ରିତଦିନ ଏହି ପୁଜା ମଣ୍ଡପନିକଟରେ ଭକ୍ତ ଓ ଦର୍ଶକମାନଙ୍କ ପାଇଁ ଭୋଗ ପ୍ରସାଦର ବ୍ୟବସ୍ଥା କରାଯାଇଛି । ପୁଜା ମଣ୍ଡପ ନିକଟରେ ପ୍ରିତିଦିନ ସଂନ୍ଧ୍ୟାରେ ଭଜନ ସମାରୋହ,ଦେଶିଆ ନାଟ,ମେଲୋଡି କାର୍ଯ୍ୟକ୍ରମ ପରିବେଶଷଣ କରାଯାଉଛି ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top