ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟୟ ପ୍ରଶମନ ମକ୍ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି, ୧୩। ୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମକ୍ ଡ୍ରିଲ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଟିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ପ୍ରାକ୍ ମୌସମୀ ବର୍ଷା ଆସି ଯାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଦୀ ଉପକୂଳବର୍ତି ଗ୍ରାମଗୁଡିକରେ ବନ୍ୟାହେବା ଆଶଙ୍କାକୁ ଏଡାଇଦିଆ ଯାଇନପାରେ। ତାହାକୁ ଆଖି ଆଗରେ ରଖି ପ୍ରାକ୍ ମୌସୁମୀ ବନ୍ୟାକୁ କିପରି ମୁକାବିଲା କରାଯିବ ସେନେଇ ଜିଲ୍ଲାସଦର ମହକୁମା ଠାରେ ଥିବା ବାଲିସାଗର ବନ୍ଧରେ ଅଗ୍ନିଶମ ବିଭାଗ ଓ ଉଡ୍ରାପ ଟିମଙ୍କ ଦ୍ୱାରା ବନ୍ୟା ଅଞ୍ଚଳର ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ଏକ ମକ୍ ଡ୍ରୀଲ ଆସନ୍ତା ୧୯ ତାରିଖରେ କରା ଯିବାପାଇଁ ନିଷ୍ପତି ନିଆଯାଇଛି। ସାତଟି ଯାକ ବ୍ଲକସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ଗଠନ ହେବା ସହିତ, ବିଭିନ୍ନ ବନ୍ୟା ଅଞ୍ଚଳର ସୁରକ୍ଷିତ ସ୍ଥାନରେ ଜୁନମାସ ପ୍ରଥମ ସପ୍ତାହ ସୁଧା ରିଲିଫ ପାଇଁ ଚୁଡା, ଡାଉଳ, ଗୁଡ ଓ ଗୋଖାଦ୍ୟ ଗଛିତ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହା ଯାଇଥିଲା। ଜିଲ୍ଲାରେ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମବାସୀ ଆକ୍ରାନ୍ତ ହୋଇଥାନ୍ତି, ଏହାର ପ୍ରତିକାର ପାଇଁ ଗାଁ ଗୁଡିକରେ ଫଗିଙ୍ଗ୍, ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଏଏନଏମ ସେଣ୍ଡର, ସ୍କୁଲଗୁଡିକରରେ ଔଷଧ ସାଲାଇନ ଗଛିତ ରଖି, ସ୍ୱାସ୍ଥ୍ୟ କର୍ମୀମାନେ ସଜାଗ ହେବା ପାଇଁ ସିଡିଏମଓଙ୍କୁ କୁହାଯାଇଥିଲାା ବିଡିଓ ତହସିଲଦାରମାନଙ୍କୁ ବନ୍ୟାଞ୍ଚଳ ଚିହ୍ନଟ କରି ସେଠାରେ ଡଙ୍ଗା, ମୋଟରବୋଟ, ଲାଇଫ ଜାକେଟ, ତାରପଲିନ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଗମାଙ୍ଗୋ କହିଥିଲେ। ବର୍ଷାହେବା ଆଗରୁ ଗାଁ ଗହଳର ରାସ୍ତାଘାଟ ଗୁଡିକୁ ମରାମତି ସହିତ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତକୁ ସଂଯୋଗ କରୁଥିବା ଖଇରପୁଟ ଠାରୁ ରାସ୍ତାଟିକୁ ଭଲଭାବରେ ମରାମତିକରିବା ପାଇଁ ଆରଡି ବିଭାଗ ଯନ୍ତ୍ରୀଙ୍କୁ କୁହାଯାଇଥିଲା। ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ, କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ, କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ, ପଡିଆ ବ୍ଲକର ୧୪ଟି ସ୍ଥାନରେ, ମାଲକାନଗିରି ବ୍ଲକ ୩ଟି ସ୍ଥାନରେ, କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟ କରାଯାଇଛି। ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଗତ ବର୍ଷ ୧୭ ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲା ଯାଇଥିଲା। ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଅଧିକ ଆଶ୍ରୟସ୍ଥଳୀ ଦରକାରପଡିଲେ ଖୋଲାଯିବ ବୋଲି ସଭାରେ ସ୍ଥିର କରା ଯାଇଥିଲା। ମାଲାକନଗିରି ଜିଲ୍ଲାରେ ବନ୍ୟାରେ ଯେପରି କୌଣସି ଗ୍ରାମବାସୀ ଙ୍କ ଗାଈ ଗୋରୁ ଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନ ସଜାଗ ରହିବ ବୋଲି ସମସ୍ଥ ଅଧିକାରି ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥଲେ। ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ପୁର୍ତ ଗୃହ ନିର୍ମାଣ ନିର୍ବାହି ଯନ୍ତ୍ରୀ ଇଂ ଅରୁଣ କୁମାର ସାହୁ, ଜିଲ୍ଲାଜଳ ଓ ପରିମଳ ନିର୍ବାହି ଯନ୍ତ୍ରୀ ବସନ୍ତକୁମାର ରାଉତ, ପିଏଆଇଟିଡିଏ ରାମକୃଷ୍ଣ ଗଣ୍ଡ, ବିଡିଓ ବିରିଞ୍ଚନାରାୟଣ ଦରଓ୍ୟାନ ଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଗୁମ୍ମା, ଖଇରପୁଟ, ମାଥିଲି, ସାତଟି ଯାକବ୍ଲକ ବିଡିଓ, ତହସିଲଦାରଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଏହି ବୈଠକରେ ସହକାରି ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରା ସଭା ପରିଚାଳନା କରିଥିଲେ। ଜିଲ୍ଲା ଜରୁରୀକାଳୀନ ବିଭାଗର ଭି.ଡି.ସତ୍ୟନାରାୟଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *