ମାଲକାନଗିରି ଜିଲ୍ଲାରେ ବିଚିତ୍ର ସ୍ୱାସ୍ଥ୍ୟସେବା,ଗୋଟିଏ କୋଠରୀରେ ତିନୋଟି ବିଭାଗ,ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କୋଠରୀ ନାହିଁ

ମାଲକାନଗିରି,୮ା୫ (ଓଡିଆ ପୁଅ ) )ଗ୍ରାମାଚଂଳ ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚକରାଯାଉଥିବାର ଡିଣ୍ଡିମପିଟା ଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ରେ ଅବ୍ୟବସ୍ଥା ଦେଖା ଦେଇଛି ।ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲା ପ୍ରବଳରୌଦ୍ରତାପ ସାଙ୍ଗକୁ ତାପମାତ୍ରା ୪୨ଡିଗ୍ରୀକୁ ଟପି ଜଣେ ଅଂଶୁଘାତରେ ମୃତ୍ୟୁହେବାସହିତ ପ୍ରାୟ୫ଜଣରୁ ଉର୍ଦ୍ଦ ଅଂଶୁଘାତରେ ଆକ୍ରାନ୍ତହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ହେଲେ ଜିଲ୍ଲାସଦର ମହକୁମା ହସପିଟାଲରେ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ଅଂଶୁଘାତ କକ୍ଷ ଖୋଲାଯାଇ ନାହିଁ । ଖାଲି ଧର୍ମକୁ ଆଖିଠାର ମାରିବା ପରି କାଜୁଆଲ୍ଟି କୋଠରୀରେ ଅଂଶୁଘାତ ରୋଗୀଙ୍କ ପାଇଁ ଗୋଟିଏ ମାତ୍ର ବେଡ ପକାଯାଇଛି । ସେହି କୋଠରିରେ ଜରୁରୀକାଳିନ ରୋଗୀଙ୍କ ଚିକିତ୍ସା ନିମନ୍ତେ ଗୋଟିଏ ବେଡ ଓ ବିଷଖିଆ ରୋଗୀଙ୍କ ପାଇଁ ଗୋଟିଏ ବେଡ ମୋଟ ତିନୋଟି ବେଡ ରହିଛି ।ଗୋଟିଏ କୋଠରୀରେ ମାତ୍ର ତିନୋଟି ବେଡରେ ଏକ କାଳିନ ଅଂଶୁଘାତ, ଜରୁରୀକାଳିନ ଓ ବିଷପିଆ ରୋଗୀ ଙ୍କୁ କିପରି ଚିକିତ୍ସା କରାଯିବ ସେନେଇ ରୋଗୀମାନେ ଚିନ୍ତାରେ ପଡି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *