ମାଲକାନଗିରି ଜିଲ୍ଲାରେ ବିଏସଏନଏଲ,ଏୟାରଟେଲ ସେବା ଠପ୍, ଫୋନ୍ ଓ ଇଟଂରନେଟ ବନ୍ଦ,ଜନସାଧାରଣ ଅତିଷ୍ଟ

ମାଲକାନଗିରି,୧୧ା୧୧(ଓଡିଆ ପୁଅ )  ଗତ ୨ଦିନ ହେଲା ମାଲକାନଗିରି ଜିଲ୍ଲାରେ ଟେଲିଫୋନ,ଇଟଂରନେଟ ଓ ମୋବାଇଲ ଫୋନ ସେବା ଲୁଚକାଳି ଖେଳୁଛି । କେତବେଳେ ଘଟାଂଏ ଆସି ଦିନତମାମ ପଳାଉଛିତ  ଆଉକେତେବେଳେ ଦୁଇତିନିଦିନ ଧରି ସେବା ବନ୍ଦରହୁଛି । ଆନ୍ଦ୍ର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ  ଟେଲି ଫୋନ ,ଇଟଂରନେଟ୍ ସେବା ବାରମ୍ବାର ଅଚଳ ହୋଇପଡୁଥିବାରୁ ଜିଲ୍ଲାବାସି ଅତିଷ୍ଟ ହୋଇପଡିଲେଣି ।  ଜିଲ୍ଲାରେ ବିଏସଏନଏଲ ଟେଲିଫୋନେ,ମୋବାଇଲ ଓ ଏୟାରଟେଲ ମୋବାଇଲ ଏହି ଦୁଇଟି ଫୋନ ସେବା ବ୍ୟତିତ ଅନ୍ୟ ମୋବାଇଲ କି ଇଟଂରନେଟ ସେବା କିଛି ନଥିବାରୁ ଗ୍ରାହକମାନେ ବହୁତ ହଇରାଣ ହେଉଛନ୍ତି . ମାଲକାନଗିରି ଜିଲ୍ଲାସଦର ମହକୁମା ସହିତ ଚିତ୍ରକୋଣ୍ଡା,ବାଲିମେଳା, କାଲିମେଳା, ପଡିଆ,ମାଥିଲ, କୁଡୁମୁଲୁଗୁମ୍ମା,କୋରକୁଣ୍ଡା,ଖଇରପୁଟ ସହିତ ଅନ୍ୟାନ ଅଚଂଳରେ ଗତ ଦୁଇଦିନ ଧରି ବିଏସଏନଏଲ ଟେଲିଫୋନ ,ଇଟଂରନେଟ ସେବା ଠପ୍ ହୋଇ ଯାଇଛି । ଜିଲ୍ଲାବାସି ଙ୍କ ଏକ ମାତ୍ର ଯୋଗା ଯୋଗ ର ମାଧ୍ୟମ ଟେଲିଫେନ ହୋଇଥିବାରୁ  ଜିଲ୍ଲାବାସି ସେମାନଙ୍କ ପରିବାର ସହିତ ଯୋଗା ଯୋଗ କରିନପାରି କୁପମଣ୍ଡୁକ ପରି ପଡିରହିଛନ୍ତି । ବାରମ୍ବାର ଟେଲିଫୋନ ଏକ୍ସଚେଜଂରେ ଯାନ୍ତ୍ରୀକ ତୃଟି ଯୋଗୁ ଏସଟିଡି ଓ ଇଟଂରନେଟ୍ ସେବା ବନ୍ଦ ହୋଇ ଯାଉଛି । ବିଏସଏନଏଲ ଫୋନ ଓ ଇଟଂର ନେଟ ଚାଲୁନଥିବାରୁ ବ୍ୟାଙ୍କ,ପୋଷ୍ଟଅଫିସ ,ମେଡିକାଲ, ସରକାରି ଓ ବେସରକାରି କାର୍ଯ୍ୟାଳୟ.ସମ୍ବାଦ ସରବାରହା ସଂସ୍ଥାଗୁଡିକରେ କାମହୋଇପାରୁ ନଥିବାରୁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାସଦର ମହକୁମାରେ ବାରମ୍ବାର ବିଏସଏନଏଲ,ଏୟାରଟେଲ ,ମୋବାଇଲ ଫୋନ ସରାବାରହ ବନ୍ଦରହି ବା ଦ୍ୱାରା ଜନସାଧାରଣ ନାହିଁ ନଥିବା ହଇରାଣ ହୋଇଥିଲେ ।

ମାଲକନଗିରି ରେ ଟେଲିଫୋନ ସରବରାହ ବନ୍ଦରହିଲେ ଯନ୍ତ୍ରୀ ଙ୍କୁ ପଚାରିଲେ ସେ କୁହନ୍ତି ଆମେ ଜାଣିନାହିଁ କୋରାପୁଟ ଟେଲିଫୋନ ହେଡଅଫିସରୁ ବନ୍ଦରହିଥିବ, କିମ୍ବା ରାସ୍ତାରେ କେବୁଲ ଲାଇନ କଟିଥିବ, କୋରାପୁଟକୁ ପଚାରିଲେ ସେଠାରୁ ଉତର ଆସେ ଆମ ଏଠାରେ ସବୁଠିକ ଠିକ ଅଛି, ମାଲକାନଗିରିରେ ଖରାପ ଥିବ, ଏହିପରି ଟାଳ ଟୁଳନିତିରେ ମାଲକାନଗିରି ଜିଲ୍ଲାବାସି ଅତିଷ୍ଟ ହୋଇପଡିଲେଣି । ଜୟପୁର ମାଲକାନଗିରି ରାସ୍ତା ନିର୍ମାଣ ସମୟରେ ବ୍ୟବହୃତ ପୋକଲିନ ଗାଡି ମାଟି ଖୋଳିଲା ବେଳେ କେତେବେଳେ କେମିତି ଟେଲିଫୋନ କେବୁଲ କଟି ଯାଇ ଦୁଇଦିନ ତିନିଦିନଧରି ସେବା ବନ୍ଦରହୁଛି । କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ରାଯଗଡା ଚାରୋଟି ଜିଲ୍ଲାପାଇଁ କୋରାପୁଟ ଠାରେ ଗୋଟିଏ ମାତ୍ର ଅପଟିକାଲକେବଲୁ ଅପରେଟର ଟମି ଥିବାରୁ  ଫୋନ କେବୁଲ ଲାଇନ କଟିଗଲେ କି ଅଚଳ ହେଲେ ତାହା ମରାମତକରିବାକୁ ଦିନେ ଦୁଇଦିନ ଲାଗିାଉଛି ,ତୁରନ୍ତ ଚାରୋଟି ଚାରୋଟି ଜିଲ୍ଲାରେ ଚାରୋଟି ଟିମ ଙ୍କୁ ନିଯୁକ୍ତି ଦେବାପାଇଁ ଦାବି ହେଉଛି , ଛତିଶଗଡ ସକୁମା ରାସ୍ତା ଦେଇ ଆଗରୁ ଫୋନ୍ ସେବା ର ବିକଳ୍ପ ବ୍ୟବସ୍ଥା କରା ଯାଉଥିଲା , ଏବେ ତାହା କରା ଯାଉନଥିବାରୁ ମାଲକାନଗିରି ଜିଲ୍ଲାରେ ବାରମ୍ବାର ଟେଲିଫୋନ ସେବା  ବନ୍ଦ ରହୁଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲାପ୍ରଶାସନ କିମ୍ବା ଉଚ୍ଚ କତୃପକ୍ଷ ଗୁରୁତ୍ୱ ଦେଉନାହାଁନ୍ତି । ଜିଲ୍ଲାବାସୀ କେଉଁ ଆଡେ ଯୋଗା ଯୋଗ କରିପାରୁନହାଁନ୍ତି । ଗୋଟିଏ ପଟେ ମାଲକାନଗିରି ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ଅନ୍ୟପଟେ ଫୋନସେବା ଅଚଳ ହେବା ଘଟଣାରେ ଜିଲ୍ଲା ବାସୀ ଅତିଷ୍ଟ ହୋଇପଡିଛନ୍ତି । ମାଓବାଦୀ କେଉଁଠି ଅଘଟଣ କଲେ ତାର ସୁରାକ ପୁଲିସ କି ଜନସାଧରଣ ପାଇପାରିବେ ନାହିଁ, ତେଣୁ ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଟେଲି ଯୋଗା ଯୋଗ ପ୍ରତି ଧ୍ୟାନ ଦେବାପାଇଁ ଜିଲ୍ଲାବାସୀ ଦାବିକରିଛନ୍ତି ।

Leave a Reply

Your email address will not be published. Required fields are marked *