ମାଲକାନଗିରି ଜିଲ୍ଲାରେ ବାପା ଓ ଝିଅଙ୍କ ଝୁଲନ୍ତା ମୃତଦେହ ଜବତ

ମାଲକାନଗିରି ୪-୧୨ (ଓଡ଼ିଆ ପୁଅ) ଆଜି କିଛି ଲୋକ ମାଲକାନଗିରି ଜିଲ୍ଲାର ଏମ୍.ଭି.୭୯ ଗ୍ରାମରେ ବାପା ଓ ଝିଅଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପ୍ରଥମ ବଖରାରେ ବାପା ସପନ ସରକାର ଓ ଦ୍ଵିତୀୟ ରୁମରେ ଝିଅ ଅଞ୍ଜଳିର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ କିଛି ସ୍ପଷ୍ଟ ହୋଇପାରିନି।

ଅଞ୍ଜଳି ଗତ ୨ ବର୍ଷ ତଳେ ଏମ ଭି ୭୯ ଇରିଗେସନ କଲୋନୀର ଆଶିଷ ମାଲକାରକୁ ବିବାହ କରିଥିଲେ। ଆଶୀଷଙ୍କ ପରିବାର ବମ୍ବେରେ ରହୁଥିଲେ, ଅଞ୍ଜଳିକି ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସେ ଏମ ଭି ୭୯ କୁ ଫେରି ଆସିଥିଲା, ଗତ କାଲି ଭୁବନପାଲି ପଂଚାୟତ ଏମ ଭି ୧୧୨ ଗ୍ରାମରୁ ତାଙ୍କ ବାପା ସପନ ସରକାର ଝିଅ ଘରକୁ ବୁଲିବାକୁ ଆସି ଝିଅର ନିର୍ଯାତନା କାହାଣୀ ଶୁଣି ଦୁଃଖ ପ୍ରକାଶ କରିଥିଲେ। ଆଜି ସକାଳୁ ଝିଅ ଅଞ୍ଜଳି ଶାଶୁଘରେ ବାପା ସପନ ଓ ଝିଅ ଅଞ୍ଜଳୀର ଝୁଲନ୍ତା ମୃତ ଶରୀରକୁ ପୁଲିସ ଉଦ୍ଧାର କରି ଶବବ୍ୟବଛେଦ ପାଇଁ କାଲିମେଳା ଡାକ୍ତର ଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଶରୀର ନିକଟରୁ ସୁସାଇଡ଼ ନୋଟ ପୁଲିସ ଜବତ କରିଛି। ଅଞ୍ଜଳିକି ତାର ଶାଶୁ ଘର ଲୋକେ ନିର୍ଯାତନା ଦେଇ ଥିବାରୁ ଦୁଇଟି ଜୀବନ ଅକାଳରେ ଚାଲିଗଲା ବୋଲି ଝିଅର ଭାଇ ସଞ୍ଜୟ ସରକାର ଏମ ଭି ୭୯ ଥାନାରେ ଏତଲା ଦେଇଛନ୍ତି। ପୁଲିସ ତଦନ୍ତ ଚଳାଇ ଛନ୍ତି ଖୁବ ଶୀଘ୍ର ବାପ ଝିଅ ଙ୍କ ମୃତ୍ୟୁ ରହସ୍ୟ ପଦାକୁ ଆସିଯିବ ବୋଲି ଏସପି ଜଗମୋହନ ମୀନା କହିଛନ୍ତି।

 

ଏହି ମୃତ୍ୟୁ ସମ୍ପର୍କରେ ବମ୍ବେରେ ରହୁଥିବା ଅଞ୍ଜଳିଙ୍କ ସ୍ୱାମୀ ଓ ତାଙ୍କପାରିବାରଙ୍କୁ ଖବର ଦିଆଯାଉଛି। ଆସନ୍ତା କାଲି ସାଇଣ୍ଟିଫିକ ଟିମ ଓ ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ ଏମ ଭି ୭୯ ଇରିଗେସନ କଲୋନୀ ଅଞ୍ଜଳି ଶାଶୁ ଘରେ ପହଁଚି ତଦନ୍ତ ଆରମ୍ଭ କରିବେ। ଶବ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ବାପା ଝିଅଙ୍କ ମୃତ୍ୟୁ ରାହସ୍ୟ ଜଣା ପଡିବ ବୋଲି ଏସ ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *