ମାଲକାନଗିରି ଜିଲ୍ଲାରେ ବଳକା ଆଧାର କାର୍ଡ ଫଟୋ ଉଠା ଆରମ୍ଭ, ୬ ଲକ୍ଷ ୫୬ ହଜାର ୫୪୩ ଜନସଂଖ୍ୟା ମଧ୍ୟରୁ ୬ ଲକ୍ଷ ୧୪ ହଜାର ୯୧୨ ଜଣଙ୍କୁ ଆଧାର କାର୍ଡ ବଟାଂ ଯାଇଛି

ମାଲକାନଗିରି, ୭।୧ ( ଓଡିଆ ପୁଅ ) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିଶୁଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଧାର କାର୍ଡର ଆବଶ୍ୟକତା ସରକାରି ବେସରକାରି ପ୍ରତି କ୍ଷେତ୍ରରେ ରହୁଥିବାରୁ ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଯୋରଦାର ଆଧାର କାର୍ଡ ଫଟୋ ଉଠା କାର୍ଯ୍ୟ ଚାଲିଛି। ଓକାକ ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲାକୁ ୬ଟି କିଟ ଆଧାର ଫଟୋ ଉଠା ମେସିନ ଯୋଗଇ ଦିଆ ଯାଇଛି। ୬ ଜଣରୁ ଉର୍ଦ୍ଧ୍ୱ କର୍ମଚାରି ଜିଲ୍ଲାର ସାତଟି ବ୍ଲକ ୧୧୧ ଟି ପଚାଂୟତରେ ୫୪୧ ଦିନ ଭିତରେ ୬୫୬୫୪୩ ଲକ୍ଷ ଜନ ସଂଖ୍ୟା ମଧ୍ୟରୁ ୬୧୪୯୧୨ ଲକ୍ଷ ଲୋକଙ୍କର ଆଧାର କାର୍ଡ ଫଟୋ ଉଠାଇ ସାରିଛନ୍ତି, ଏବେ ବଳକା ରହି ଯାଇଥିବା ଗ୍ରାମ ଓ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ପ୍ରସ୍ତୁତି ଚାଲିଛି।

ସାତଟି ବ୍ଲକରେ ଆଧାର କାର୍ଡପ୍ରସ୍ତୁତିକାରି ମାନେ ପହଁଚି ଫଟୋ ଉଠାକାର୍ଯ୍ୟ ଚଳାଇଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବ୍ଲକଶିକ୍ଷାଅଧିକାରୀ ଙ୍କ କାର୍ଯାଳୟ ପରିସର ରେ ଜିଲ୍ଲାସଦର ମହକୁମା ଠାରେ ଥିବା ବିଦ୍ୟାଳୟ ଓ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରର ପିଲାମାନଙ୍କର ଆଧାରକାର୍ଡ ଫୋଟଉଠା ଗତ ତିନିଦିନ ଧରି ଚାଲିଛି, ଏହି ଫଟୋ ଉଠାଇବାପାଇଁ ଆଗ୍ରହସହକରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକପର୍ଯ୍ୟନ୍ତ ଲମ୍ବାଧାଡିରେ ଛିଡାହୋଇ ଫଟୋ ଉଠାଇ ଆଧାର କାର୍ଡ କରିବାପାଇଁ ଜଗିରହିଥିବାର ଦେଖାଯାଉଛି । ସିଆରସିସି ହରେକୃଷ୍ଣବାରିକ,ଶିକ୍ଷକ କେଦାରନାଥ ମୋହାକୁଡ,ଆଧାର କାର୍ଡ ପରିଚାଳକ ଉତମ ବିଶ୍ୱାସ,ବିରେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଫୋଟ ଉଠାକାର୍ଯ୍ୟକୁ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *