ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥତି ସୁଧୁରୁଛି, ଜିଲ୍ଲାପାଳ ପରିସ୍ଥିତି ଅନୁଧ୍ୟାନ କଲେ

ମାଲକାନଗିରି, ୨୧ା୭ (ଓଡିଆ ପୁଅ ) ପ୍ରବଳବର୍ଷାରେ ଗତକାଲିଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାସୃଷ୍ଟି ହୋଇ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା। ଆଜି ବର୍ଷା କମିଯିବାପରେ ବନ୍ୟା ପରିସ୍ଥତି ସୁଧୁରିବାରେ ଲାଗିଛି। ଆଜି ସକାଳେ ଜିଲ୍ଲାପାଳ ମନୀଷ ଆଗ୍ରଓ୍ବାଲ ଓ ଅନ୍ୟାନ୍ୟ ଅଧିକାରୀ ବନ୍ୟା ପ୍ରଭାବିତ କାଲିମେଳା, ମୋଟୁ ଅଞ୍ଚଳ ଗସ୍ତକରି ପରିସ୍ଥତି ଅନୁଧ୍ୟାନ କରିବା ସହିତ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଧିରେ ଧିରେ ନଦୀ ନାଳରେ ଜଳ ସ୍ଥର କମିବାପରେ ଜୟପୁର, କାଲିମେଳା, ମୋଟୁ, କୋରକୁଣ୍ଡା, ବାଲିମେଳା, ମାଥିଲି, ବଣ୍ଡାଘାଟି ଅଞ୍ଚଳ କୁ ଗମନା ଗମନର ବାଟ ଫିଟି ଯାଇ ସ୍ୱାଭାବିବକ ପରିସ୍ଥିତି ଆସି ଯାଇଛି। ହେଲେ କାଲିମେଳା କନ୍ୟାଶ୍ରମ ପୋଟେରୁ ନଦୀର ଉଣ୍ଡ୍ରୁକୋଣ୍ଡା ଠାରେ ପାଣି କମିନଥିବାରୁ ପଡିଆକୁ ଯୋଗାଯୋଗ ବିଛିନ୍ନ ରହିବା ସହିତ ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ସାବେରୀ ନଦୀରେ ଝାପରାପାଲ ଉପରେ ୬ଫୁଟ ଉଚରେ ପାଣି ଚାଲୁଥିବାରୁ ସୁକୁମା, ରାଇପୁର, ଜଗଦଲପୁର, ଦନ୍ତେ ଓ୍ୟାର୍ଡା, ବସ୍ତର ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହେବାସହିତ କୌଣସି ଯାନବାହନ ଚଳପ୍ରଚଳ କରିପାରୁନଥିବାରୁ ସାଧାରଣ ଯାତ୍ରୀ ମାନେ ମାଲକାନଗିରି ଠାରେ ଅଟକି ରହିଛନ୍ତି।

ମାଥିଲି ବ୍ଲକ କିଆଙ୍ଗ, ମୁଣ୍ଡାଗୁଡା, ଗାରିଆଗୁଡା, ସାରଙ୍ଗପାଲି, ଖଟଲାଗୁଡା, ଅଟଳଗୁଡା, କମାରଗୁଡା, ମାଟିଗୁଡା, ଗାଙ୍ଗାରାମଗୁମ୍ମା, ସାବେରୀ ନଦୀକୁଳରେ ଥିବା ପ୍ରଭୁତି ଗ୍ରାମରେ ବନ୍ୟାଜଳ ପ୍ରବାବିତ ହୋଇ ଅନେକ ମାଟି ଘର ଭାଙ୍ଗି ଯିବା ସହିତ ଚାଷ ଜମିରେ ପାଣିପସି ଚାଷ ନଷ୍ଟ ହୋଇ ଯାଇଛି। ସେଠାରେ ମାଥିଲି ବିଡିଓ ଆଶିଷ କୁମାର ଭୋଇ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପହଁଚି ରିଲିଫର ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଜୁଲାଇ ମାସ ୧ତାରିଖ ଠାରୁ ୨୧ତାରିଖ ସୁଦ୍ଧା ୪୫୭୨.୫୦ ମିଲିମିଟର ବର୍ଷା ହୋଇଛି। ବିଶେଷକରି ମାଲକାନଗିରି ବ୍ଲକରେ ୫୯୪.୪୦ମିଲି ମିଟର, ମାଥିଲି ବ୍ଲକରେ ୭୩୨ ମିଲିମିଟର, ଖଇରପୁଟ ବ୍ଲକରେ ୭୪୦.୪୦ ମିଲି ମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୬୮୧.୫୦ ମିଲିମିଟର, କୋରକୁଣ୍ଡା ବ୍ଲକରେ ୮୯୫ମିଲି ମିଟର, କାଲିମେଳା ବ୍ଲକରେ ୪୯୯ ମିଲିମିଟର, ପଡିଆ ବ୍ଲକରେ ୪୩୦ ମଲିମିଟର ବର୍ଷା ଗତ୨୧ ଦିନମଧ୍ୟରେ ହୋଇଛି। ଗତ ୨୪ ଘଟାଂ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୮୫.୯୦ ମିଲିମିଟର ବର୍ଷା ହୋଇଥିଲା, ବିଶେଷକରି ମାଲକାନଗିରି ବ୍ଲକରେ ୮୩ ମିଲି ମିଟର, ମାଥିଲି ବ୍ଲକରେ ୧୭୪ମିଲିମିଟର, ଖଇରପୁଟ ବ୍ଲକରେ ୧୪୩ ମିଲି ମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୧୦୪.୫୦ ମିଲିମିଟର, କୋରକୁଣ୍ଡା ବ୍ଲକରେ ୨୦୮ମିଲି ମିଟର, କାଲିମେଳା ବ୍ଲକରେ ୪୨ ମିଲିମିଟର, ପଡିଆ ବ୍ଲକରେ ୩୧ ମଲିମିଟର ବର୍ଷା ଶୁକ୍ରବାର ସକାଳ ୮ଟା ଠାରୁ ଆଜିସକାଳ ୮ମଧ୍ୟରେ ହୋଇଛି। ଗତ ତିନିଦିନଧରି ପ୍ରବଳ ବର୍ଷା ହେବା ଦ୍ୱାରା ବନ୍ୟାଜଳ ପ୍ରଭାବିତ ହୋଇ ଜିଲ୍ଲାର ଖଇରପୁଟ, ମିଥିଲି, କୋକୁଣ୍ଡା, ମାଲକାନଗିରି, କାଲିମେଳା, ପଡିଆ ୬ଟି ବ୍ଲକର ୧୦ଟି ସ୍ଥାରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି କାଲିମେଳା ମୋଟୁ ରାଜ୍ୟରଜପଥ ପୋଟେରୁ ପୋଲଉପରେ ୪ଫୁଟ ଉଚ୍ଚର ପାଣିପ୍ରବାବିତ ହୋଇଥିଲା, ପୋଟେରୁ ନଦୀରେ ଥିବା ବହୁପୁରାତନ ପୋଲଟିର ଗୋଟିଏ ସ୍ଲାପ ଭାଙ୍ଗି ଯାଇଥିଲା। ଯହାଫଳରେ କି ମୋଟୁ, କାଲିମେଳା, ପଡିଆ, ମାଲକାନଗିରି କୁ ଯୋଗଯୋଗ ବିଛିନ୍ନ ହୋଇପଡିଥିଲା। ଆଜି ବର୍ଷା ଟିକିଏ କମିବାପରେ ଯୁଦ୍ଧାକାଳୀନ ଭିତିରେ ପୋଲନିର୍ମାଣ କାମ ହୋଇଛି, ସ୍ବାଭାବିକ ଭାବେ ଯାନବାହନ ଚଳପ୍ରଚଳ ଆରମ୍ଭ ହୋଇଛି। ବିଛିନ୍ନ ହୋଇପଡିଥିବା ବଣ୍ଡାଘଟିକୁ ଯୁଦ୍ଧକାଳୀନ ଭିତ୍ତିରେ ଉଡ୍ରାପଟିମ ଓ ଅଗ୍ନିଶମ ବିଭାଗ ରାସ୍ତାରୁ ଗଛ କାଟି ସଫାକରି ଆଜି ସକାଳେ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି।

ଦୀର୍ଘ ୭ ଦିନହେଲା ଲଗାଣବର୍ଷା ଲାଗିରହିଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ସେବାରୀ, ସିଲେରୁ, ସପ୍ତଧାରା, ତାର୍ଲାକୋଟା, କୋରକୁଣ୍ଡା, ତମସା, ପାଙ୍ଗା ପୋଟେରୁ ନଦୀ ଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ ନଦୀକୂଳବର୍ତ୍ତି ଗ୍ରାମ ଓ ଚାଷ ଜମି ଗୁଡିକରେ ପାଣି ପ୍ରବେଶ କରି ବହୁତ କ୍ଷତିଘଟାଇଛି। ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଏମଭି୧୧, କୋରକୁଣ୍ଡା, ତାର୍ଲାକୋଟା ଏମଭି ୩୭ ପୋଲ ଉପରେ ପ୍ରାୟ ୩ଫୁଟ ରୁ ୪ଫଟ ଉଚରେ ପାଣି ଚାଲୁଥିବାରୁ କୋରକୁଣ୍ଡା, ବାଲିମେଳା କୁ ଯୋଗ ଯୋଗ ବିଛିନ୍ନ ହୋଇପଡିଥିଲା। ଆଜି ସକାଳୁ ପାଣିକମିବାପରେ ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଥିବା ଶତାଧିକ ଯାନବାହନ ଚଳପ୍ରଚଳ ଆରମ୍ଭ କରିଦେଇଛି। ଠିକ ସେହି ପରି ମାଲକାନଗିରି କାଲିମେଳା ମୁଖ୍ୟ ରାସ୍ତା କାଙ୍ଗୁରକୋଣ୍ଡା ପୋଲଉପରେ ୨ଫୁଟ ଉଚ୍ଚରପାଣି, କାଲିମେଳା ଏମଭି୭୯ ମୋଟୁ ମୁଖ୍ୟରାସ୍ତା ଏମଭି୯୦ ନମ୍ବର ପୋଲଉପରେ ପାଣି ଚାଲିବାଦ୍ୱାରା ସେ ସବୁଅଞ୍ଚଳକୁ ଯୋଗେଯାଗ ବିଛିନ୍ନ ହୋଇପଡିଥିଲା ଆଜି ବର୍ଷାପାଣି କମିଗଲାପରେ ସେ ସବୁଅଞ୍ଚଳ କୁ ଯାନବାହନ ଚଳାଚଳ ଆରମ୍ଭ କରିଦେଇଛି। ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀଗୁଡାକ ବଡିବାସହିତ ନଦୀକୂଳରେ ଥିବା କିଛି ଗାଁଭିତରେ ପାଣିପସି ମାଟିଘର ଭାଙ୍ଗି ଯାଇଥିବାର ଜଣାପଡିଛି। ଛତିଶଗଡ ଓ କୋରାପୁଟରେ ରେ ଲଗାଣ ବର୍ଷା ଦ୍ୱାରା କୋଲାବ ନଦୀର ଜଳ ସାବେରୀ ନଦୀରେ ପ୍ରଭାବିତ ହୋଇ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବାରି ତ୍ରୀନଦୀ ସଙ୍ଗମ ସ୍ଥଳରେ ସମସ୍ତ ନଦୀର ଜଳ ଏକତ୍ରିତ ହୋଇଛି। ସାବେରୀ ନଦୀକୁଳବର୍ତ୍ତି ମୋଟୁ, ପୁଷୁଗୁଡା, ବିନାୟକପୁର, ଆଲମା, ପେଟା, ସିମିଳିବାଚ୍ଛ, କମାରଗୁଡା, ଉସକାଲବାଗ ପ୍ରଭୁତି ଅଞ୍ଚଳରେ ପ୍ରାକବନ୍ୟାଜଳ ପ୍ରବାବିତ ହୋଇଛି। କିଛି ସ୍ଥନରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ କ୍ଷୟ କ୍ଷତିର ସଠିକ ବିବରଣି ହସ୍ତଗତ ହୋଇପାରିନାହିଁ। ବନ୍ୟାପରିସ୍ଥତି ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୨୭ଟି ସ୍ଥାନକୁ ବନ୍ୟାପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି, ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳରେ ୨୧ଟି ଆଶ୍ରୟସ୍ଥଳ ଖୋଲିବାସହିତ ଆଶ୍ରୟସ୍ଥଳରେ ଚୁଡା, ଗୁଡ, ଚାଉଳ, ବିସ୍କୁଟ, ମହମବତୀ, ଡିଆସିଲି ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଗଛିତ ରଖାଯାଇଛି, ମାଥିଲି ବ୍ଲକ ତାଟିଗୁଡା ବନ୍ୟାପ୍ରଭାବିତ ଗ୍ରାମବାସୀ ମାନଙ୍କୁ ସୁଖିଲା ଖାଦ୍ୟ ଚୁଡା, ଗୁଡ, ବିସ୍କୁଟ ପ୍ରଦାନ କରିାଇଛି। ବିଭିନ୍ନ ନଦୀର ଡଙ୍ଗାଘାଟକୁ ୨୮ଟି ବୋଟ, ସୁରକ୍ଷା ଜ୍ୟାକେଟ ସହ ଚାଳକ ଯୋଗାଇ ଦିଆଯାଇଛି।

ଜିଲ୍ଲାରେ ୨ଟି ଉଡ୍ରାଫ ଟିମ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି, ଜିଲ୍କାସ୍ତର କମିଟି ଗଠନ କରି, ଜିଲ୍ଲା ଓ ବ୍ଲକ ଗୁଡିକରେ ୨୪ଘଟିଂଆ କଂଟ୍ରୋଲ ରୁମ ଖୋଲାଯାଇ ବିଭିନ୍ନ ଅଧିକାରୀ ମାନଙ୍କୁ ବନ୍ୟାଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗତ କାଲିଠାରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ପରାଗ ହର୍ଷଦଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ଓ ମାଲକାନଗିରି ବିଡିଓ ବିରଚିଂନାରାୟଣ ଦରଓ୍ୟାନ, ତହସିଲଦାର ଶ୍ରୀମତୀ ପ୍ରୀତା କୁମାର, ଏପିଡି ମାନସ ମିଶ୍ର ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା, ଅନ୍ୟାନନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ମାନେ ଜିଲ୍ଲାର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାସହିତ କ୍ଷୟ କ୍ଷତିର ବିବରଣି ସଂଗ୍ରହ ଚଳାଇଛନ୍ତି। ନିଜେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ବନ୍ୟାପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଁଚି ରିଲିଫ ପ୍ରଦାନ କରିବାସହିତ ବନ୍ୟାପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଇତି ମଧ୍ୟରେ ବନ୍ୟାଅଞ୍ଚଳ ଓ ଜିଲ୍ଲାର ସମସ୍ତ ବିଡିଓ, ସହକାରି ଜିଲ୍ଲାପାଳ, ତହସିଲଦାର ମାନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *