ମାଲକାନଗିରି ଜିଲ୍ଲାରେ ବନ୍ୟା ପାଇଁ ସୁରକ୍ଷାବ୍ୟବସ୍ଥା, ରିଲିଫ ସାମଗ୍ରୀ ସହ ୨୧ଟି ଆଶ୍ରୟ ସ୍ଥଳଖୋଲା ଗଲା

ମାଲକାନଗିରି,୫ା୭ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ମୌସମୀ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଓ ନଦୀ ଉପକୁଳବର୍ତି ଗ୍ରାମଗୁଡିକରେ ବନ୍ୟାହେବା ଆଶଙ୍କା କୁ  ଆଖି ଆଗରେ ରଖି ପ୍ରାକ୍ ମୌସୁମୀ ବନ୍ୟାକୁ କିପରି ମୁକାବିଲା କରା ଯିବ ସେନେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶକ୍ରମେ  ସାତଟି ଯାକ ବ୍ଲକ ରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ଗଠନ କରାଯାଇଛି । ବିଭିନ୍ନ ବନ୍ୟା ଅଚଂଳର ଖୋଲା ଯାଇଥିବା ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନରେ  ରିଲିଫ ସାମଗ୍ରୀ ଚୁଡା,ଡାଉଳ,ଗୁଡ ଗଛିତ ରଖା ଯାଇଛି ।  ଜିଲ୍ଲାରେ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥାନ୍ତି , ଏହାର ପ୍ରତିକାର ପାଇଁ ଗାଁ ଗୁଡିକରେ ଫଗିଙ୍ଗ୍ ,ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଏଏନଏମ ସେଣ୍ଟର,ସ୍କୁଲଗୁଡିକରରେ ଔଷଧ ସାଲାଇନ ଗଛିତ ରଖି , ସ୍ୱାସ୍ଥ୍ୟକର୍ମୀ ମାନେ ସଜାଗ ରହିସାରିଛନ୍ତି । ଇତି ମଧ୍ୟରେ ବିଡିଓ ତହସିଲଦାର ମାନେ ବନ୍ୟାଚଂଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ,ଲାଇଫ ଜାକେଟ,ତାରପଲିନ ବ୍ୟବସ୍ଥା କରିସାରିଛନ୍ତି । ଚଳିତ ବର୍ଷପାଇଁ ବିଭିନ୍ନ ନଦୀ ଓ ଜଳଭଣ୍ଡାର ଡଙ୍ଗା ଘାଟକୁ ଅଧିକ ୨୮ଟି ବୋଟ ଯୋଗାଇ ଦିଆ ଯାଇଛି । କୁଡୁମୁଲୁଗୁମ୍ମା (ଚିତ୍ରକୋଣ୍ଡା)ବ୍ଲକର ବିଛିନ୍ନାଚଂଳ ସାତଟି ଡଙ୍ଗାଘାଟ ପାଇଁ ୧୯ଟି,କାଲିମେଳା ବ୍ଲକର କୁର୍ମାନୁର ଡଙ୍ଗା ଘାଟ ପାଇଁ ୨ଟି,ପଡିଆ ବ୍ଲକର ପଡିଆ ଓ ମୋଟୁ ଦୁଇଟି ଘାଟପାଇଁ ୨ଟି,କୋରକୁଣ୍ଡା ବଲ୍କର ଦୋରାଗୁଡା ଘାଟପାଇଁ ୧ଟି,ମାଥିଲି ବ୍ଲକର କର୍ତନପାଲି ଘାଟପାଇଁ ୨ଟି ଅଧିକ ବୋଟ ଯୋଗାଇ ଦିଆ ଯାଇଛି । ଇତି ମଧ୍ୟରେ ବନ୍ୟାଅଚଂଳ ଗ୍ରାମବାସୀ ଙ୍କ ପାଇଁ ଜିଲ୍ଲାରେ ୨୧ଟି ସ୍ଥାନରେ ଆଶ୍ରୟସ୍ଥଳ ଖୋଲା ଯାଇସାରିଲାଣି । ସେଥି ମଧ୍ୟରୁ ଗିରକାନପାଲି, ମୋଟୁ,ବଦଲି,ଧୁଙ୍ଗୁଆପୁଟ ଠାରେ ୪ଟି ସ୍ଥାନରେ ସ୍ଥାୟୀ ଆଶ୍ରୟସ୍ଥଳ ଓ ଅନ୍ୟ୧୭ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲା ଯାଇଛି । ମାଥିଲି ବ୍ଲକରେ ୭ଟି ସ୍ଥାନ,କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ ,କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ,ପଡିଆବ୍ଲକର ୬ଟି ସ୍ଥାନରେ,ମାଲକାନଗିରି ବ୍ଲକ ୩ଟି ସ୍ଥାନରେ ,କାଲିମେଳା ବ୍ଲକର ୧୫ ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟକରା ଯାଇଛି । ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଚଳିତ ବର୍ଷ ୨୧ଟି ସ୍ଥାନରେ  ଆଶ୍ରୟସ୍ଥଳି ଖୋଲା ଯାଇଛି । ମାଲାକନଗିରି ଜିଲ୍ଲାରେ ବନ୍ୟାରେ ଯେପରି କୌଣସି ଗ୍ରାମବାସୀ ଓ ଗାଇ ଗୋରୁ ଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନର ସମସ୍ତ ଅଧିକାରୀ ମାନେ  ସଜାଗ ରହିଛନ୍ତି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଓ ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ ସୁଚନାଦେଇଛନ୍ତି ।

 

 

Leave a Reply

Your email address will not be published. Required fields are marked *