ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ବନାରସୀ ପାନ, ଯୁବକଙ୍କ ରୋଜଗାର ଦିନକୁ ଦୁଇହଜାର ଟଙ୍କା

ମାଲକାନଗିରି, ୧୮ା୬ (ଓ଼ଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାର ସହର ଠାରୁ ଗାଁ ଗହଳି ପର୍ଯ୍ୟନ୍ତ ଗତ ତନିଦିନ ଧକରି ଆଡମ୍ବର ସହକାରେ ରଜ ଉତ୍ସବ ପାଳିତ ହେଉଥିବାରୁ ଏହାକୁ ଅଧିକ ମଧୁର କରିବା ପାଇଁ ସହରରେ ବନାରସୀ ପାନ ବିକ୍ରୀ ଆରମ୍ଭ ହୋଇଯାଇଛି। ଏହି ବନାରସ ପାନ ବ୍ୟବସାୟୀ କେଉଁ ବାହର ରାଜ୍ୟର ନୁହଁ, ସେ ଜଣେ ଶିକ୍ଷିତ ପାଠପଢୁଥିବା ଯୁବକ, ନିଜର ପାଠପଢା ଖର୍ଚ୍ଚ ଓ ଘରଚଳିବା ପାଇଁ କିଛି ଟଙ୍କା ରୋଜଗାର କରିବାପାଇଁ ଛୁଟି ସମୟରେ ପାନଦୋକାନ ପସରା ମେଲି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶର ମିଠାପାନ ସାଙ୍ଗକୁ ବନାରସ, ମହାରାଷ୍ଟ୍ର ରାଜ୍ୟର ୬୪ ପ୍ରକାର ପାନ ମସଲା ଯେଗାଡ କରି ସେ ରଜ ଉତ୍ସବରେ ସହର ବାସୀଙ୍କୁ ଯୋଗଇଛନ୍ତି ସୁସ୍ୱାଦୁ ମିଠାପାନ। ମାଲକାନଗିରି ବ୍ଲକସ୍ଥ ଏମଭି ୭ ଗ୍ରାମର ଅନିଲ ବିଶ୍ୱାସଙ୍କ ପୁଅ ସୁବାଷ ବିଶ୍ୱାସ, ସେ ବର୍ତମାନ ଜୟପୁର କଲେଜରେ ଯୁକ୍ତ ତିନି ବିଜ୍ଞାନ ପଢୁଛନ୍ତି। ସେ ଜଣେ ମଧ୍ୟବିତ ପରିବାର ହୋଇଥିବାରୁ ଛୁଟି ଦିନମାନଙ୍କରେ ସାଙ୍ଗ ସାଥିଙ୍କମେଳରେ ହସି ଖେଳି ସମୟ ବରବାଦ ନ କରି କିଛି ରୋଜଗାର କରିବାର ଉପାୟ ଚିନ୍ତା କରିଲେ। ଜୟପୁର କଲେଜରେ ପାଠପଢୁଥିବା ସମୟରେ ତାଙ୍କ ସାଙ୍ଗ ମାନେ ଗୋଟିଏ ଦୋକନରୁ ମିଠାପାନ ଆଣି ଖାଇବାର ଦେଖିଥିଲେ। ଏତେ ସୁନ୍ଦର ସୁସ୍ୱାଦୁ ପାନ କିପରି ତିଆରି ହେଉଛି ସେ ଆଗ୍ରହ ପ୍ରାକଶ କରି ସେଠାକୁ ଯାଇ ପାନ ଦୋକାନୀଙ୍କ ସହିତ କଥା ହେଲେ। ନିଜେ ପର୍ବ ପର୍ବାଣି ଓ ଛୁଟି ଦିନରେ ଏହି ମିଠାପାନ ଲୋକଙ୍କୁ ଯୋଗାଇ କିଛି ପଇସା ରୋଜଗାର କରିବା ପାଇଁ ଇଚ୍ଛା କଲେ। ତାଙ୍କର ଇଚ୍ଛାକୁ ବାପା ପୂରଣ କରିବାକୁ ଯାଇ କିଛି ପୁଞ୍ଜି ଖଟାଇଲେ। ରାଜ୍ୟ ଓ ରାଜ୍ୟ ବାହରୁ ବିଭିନ୍ନ ପ୍ରକାର ହର୍ବାଲ ପାନ ମସଲା, ମିଠାପାନ କ୍ରୟକରି ସେ ନିଜ ଘରେ ବ୍ୟବସାୟ ଆରମ୍ଭ କରିଦେଲେ।କଲେଜ ଛୁଟି ହେଲେ ଏକ ଠେଲାଗାଡିରେ ପାନପସରା ମେଲି ବିଭିନ୍ନ ପୁଜା ପର୍ବ ପର୍ବାଣୀରେ ଦୋକାନ ଆରମ୍ଭ କରିଦେଇଥାନ୍ତି। ଚଳିତ ବର୍ଷ ରଜ ଉତ୍ସବରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଛକ ଠାରେ ସେ ପାନ ପସରା ମେଳିଦେଇଥିଲେ। ୬୪ ପ୍ରକାର ମସଲା ସାଙ୍ଗକୁ ମିଠାପାନର ସ୍ୱାଦ ଗ୍ରାହକମାନଙ୍କୁ ଟାଣି ଆଣିଥିଲା। ବନରାସୀ, ନବରତ୍ନ, ଫାୟାର, ଅରେଞ୍ଜ, ପାଇନା ଆପେଲ, ମେଙ୍ଗୋ, ବାନାନା ପ୍ରାୟ୨୦ ପ୍ରକାର ପାନ ଗ୍ରାହକମାନଙ୍କ ମନ ମୁତାବକ ଅନୁସାରେ ଦେଇଥାନ୍ତି। ଏହା ବ୍ୟତୀତ ବିଭିନ୍ନ ପ୍ରକାର ମିଠାପାନ, କଢାପାନ ବିକ୍ରୀ କରିଥାନ୍ତି। ବିଶେଷ କରି ତାଙ୍କର ବନାରସୀ ପାନର ଚାହିଦା ବେଶ ଆଦୃତ ହୋଇଥିଲା। ପାନ ଖିଲକୁ ୧୦ ଟଙ୍କାରୁ ଅରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରନ୍ତି। ସକାଳ ୮ଟା ଠାରୁ ଦିନ ୧୨ଟା ଓ ଅପରାହ୍ନ ୪ଟା ଠାରୁ ୬ଟା ପର୍ଯ୍ୟନ୍ତ ସେ ପାନ ପସରା ମେଳି ଦେଇଥାନ୍ତି। ତାଙ୍କ ପାନପସରା ନିକଟରେ ରଜ ପାନ ଖାଇବା ପାଇଁ ଗ୍ରାହକମାନଙ୍କ ଭିଡ ଜମି ଯାଇଥାଏ। ଏହି ରଜ ପାନ ସେ ଏକା ଯୋଗାଇ ପାରୁନଥିବାରୁ ତାଙ୍କ ବାପା ଅନିଲ ପୁଅକୁ ସହ ଯୋଗ କରିଥାନ୍ତି। ଦିନକୁ ସେ ପ୍ରାୟ ଦୁଇ ହଜାର ଟଙ୍କାର ପାନ ବିକ୍ରୀ କରୁଥିବାର ସେ କୁହନ୍ତି। ଗ୍ରାହକ ମାନଙ୍କ ମନମୁତାବକ ପାନ ତିଆରି କଲେ ଥରେ ଯିଏ ପାନ ଖଣ୍ଡେ ଖାଇଛି ସେ ପୁଣି ପାନ ଖାଇବାକୁ ଏଠାକୁ ନିଶ୍ଟୟ ଆସିବେ। ତାଙ୍କ ଭ୍ରାମ୍ୟମାଣ ପାନ ଦୋକାନର ନାମ ଲକ୍ଷ୍ମୀ ପାନ ସପ ବୋଲି ଦେଇଛନ୍ତି। ଯେବେ କଲେଜ ଦୁଇ ତନିଦିନ ଛୁଟି ହୋଇଯାଏସେବେ ସୁବାଷ ଜୟପୁରରୁ ନିଜ ଘରକୁ ପଳାଇ ଆସି ଭ୍ରାମ୍ୟମାଣ ପାନ ଦୋକାନକୁ ଖୋଲିଦେଇ ଥାନ୍ତି, ଏମିତିକି ବିବାହ, ବ୍ରତଘର, ଜନ୍ମ ଦିନ ଆଦି ପର୍ବ ପର୍ବାଣୀମାନଙ୍କରେ ସୁବାଷଙ୍କ ସ୍ୱାଦିଷ୍ଟ ପାନକୁ ଆଗ ଗ୍ରାହକମାନେ ପସନ୍ଦ କରିଥାନ୍ତି। ଏହି ପାନ ବିକ୍ରିଟଙ୍କାରେ ସୁବାଷ ନିଜର ପାଠପଢା ଖର୍ଚ ଉଠାଇବା ସହିତ ଘରଚଳିବା ପାଇଁ କିଛି ସହ ଯୋଗ କରିଥାନ୍ତି। ପୁଅର ରୋଜଗାର କରିବାର ବୁଦ୍ଧିଦେଖି ବାପା ଅନିଲ ବହୁତ ଆନନ୍ଦ ହୋଇ ପୁଅକୁ ଅଧିକ ପାଠପଢାଇ ଜଣେ ସଫଳ ଉଦ୍ୟୋଗୀ କରିବାକୁ ଚାହିଁଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top