ad
ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ଉଦୟ ପ୍ରକଳ୍ପର ଶୁଭାରମ୍ଭ, ୧୦୦ ଯୁବକ, ଯୁବତୀ ସାମିଲ ହେବେ

ମାଲକାନଗିରି, ୪ା୫ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଯୁବଗୋଷ୍ଠିଙ୍କୁ ଏକତ୍ରୀତ କରି ବିଭିନ୍ନ ସରକାରି କାର୍ଯ୍ୟରେ ସାମିଲ ନିମନ୍ତେ ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାରେ ଉଦୟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଆଜି ଡିଆରଡିଏ ସଭାଗୃହରେ ଉଦୟ ପ୍ରକଳ୍ପ ପରିଚାଳକ ଡ.ବ୍ରଜମୋହନ ଓତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାଯୋଜନା ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ପ୍ରଫୁଲ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ବଢେଇ, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାଲକାନଗିରି, କୋରାପୁଟ, ରାୟଗଡା ତିନୋଟି ଆଦିବାସୀ ବହୁଳ ଜିଲ୍ଲାରେ ଏହି ପ୍ରକଳ୍ପ ଜାତିସଂଘ ଜନସଂଖ୍ୟା ପାଣ୍ଠି ( UNFPA) ଦ୍ବାରା ପରିକଳ୍ପନା କରାଯାଇଥିବା ଏହି କାର୍ଯ଼୍ୟକ୍ରମକୁ KISS ସହାୟତାରେ କାର୍ଯ୍ୟକାରି ହେବାକୁ ଯାଉଛି, ପ୍ରଥମଥର କରି ମାଲକାନଗିରି ଜିଲ୍ଲାରେ ଏହା ଆରମ୍ଭ ହୋଇ ୧୦୦ଜଣ ଯୁବକ, ଯୁବତୀ ଙ୍କୁ ଉଦୟ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲାରେ ଯୁବଗୋଷ୍ଠୀଙ୍କୁ ସମାଜିକ କାର୍ଯ୍ୟରେ ସକ୍ରୀୟ କରିବା ପାଇଁ ଉଦୟ ପ୍ରକଳ୍ପ ହେଉଛି ଏକ ଅଭିନବ ଯୋଜନା। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ୮ମ ଶ୍ରେଣୀ ପାସ ହୋଇଥିବା ଦରକାର, ୧୮ରୁ ୩୦ବର୍ଷ ମଧ୍ୟରେ ଏହି ଯୁବକ, ଯୁବତୀ ମାନଙ୍କୁ ବଛାଯାଇ ଭୁବନେଶ୍ୱର ଠାରେ ୧୦ଦିନିଆ ପ୍ରଶିକ୍ଷଣ ଦିଆଯାଇ ଜୀବନ କୌଶଳ, ଯୁବକେନ୍ଦ୍ରୀକ ସ୍ୱାସ୍ଥ୍ୟ, ସରକାରୀ କାର୍ଯ୍ୟକ୍ରମ ବାବଦରେ ଧାରଣା, ସକ୍ରୀୟ ନାଗରିକ କର୍ତବ୍ୟ, ସ୍ୱ-ରୋଜଗାର ପାଇଁ ଧନ୍ଧା ଚୟନ, ସାମାଜିକ ଉଦେ୍ଦାଗ ଇତ୍ୟାଦି ବିଷୟରେ ତାଲିମ ଦିଆଯିବ ବୋଲି ମିଳିତ ଜାତିସଂଘ ଜନସଂଖ୍ୟା ପାଠିଂର ଶ୍ରୀମତୀ ଶ୍ୱେତାମିଶ୍ର ଓ କିସ୍ ସଂସ୍ଥାର ସବ୍ୟସାଚୀ ରାଉତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ KISS ସଂସ୍ଥାର ଜ୍ଞାନେନ୍ଦ୍ର କୁମାର ଧଳ, ଦେବେନ୍ଦ୍ର କୁମାର ସ୍ୱାଇଁ, ରମ୍ୟରଜଂନ ପରିଡା, ଜିଲ୍ଲାବିଜୁ ବାହିନୀର ବିନାଶକୁମାର ମିଶ୍ର ଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବି ଅନୁଷ୍ଟାନର କର୍ମନକର୍ତା ମାନେ ଯୋଗଦେଇ ଆଲୋଚନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top