ଓଡ଼ିଶା

ମାଲକାନଗିରି ଜିଲ୍ଲାରେ ପ୍ରାକ ବନ୍ୟା, ପୋଟେରୁ ପୋଲ ଭାଙ୍ଗିଲା, ଯୋଗାଯୋଗ ବିଛିନ୍ନ

ମାଲକାନଗିରି, ୨୦ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦୀର୍ଘ ୭ ଦିନହେଲା ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ଆଜି ଅପରାହ୍ନରେ ମାଲାକନଗିରି ମୋଟୁ ମୁଖ୍ୟରାସ୍ତା ପୋଟେରୁ ନଦୀଉପରେ ଥିବା ବହୁ ପୁରାତନ ପୋଲଟିର କିଛି ଅଶଂ ଭାଙ୍ଗି ଯିବାଫଳରେ ମାଲକାନଗିରି, କାଲିମେଳା, ମୋଟୁ, ପଡିଆ ବ୍ଲକ ଅଚଂଳକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି, ସେବାରୀ, ସିଲେରୁ, ସପ୍ତଧାରା, ତାର୍ଲାକୋଟା, କୋରକୁଣ୍ଡା, ତମସା, ପାଙ୍ଗାମ, ପୋଟେରୁ ନଦୀ ଗୁଡିକରେ ବନ୍ୟାଜଳ ପ୍ରଭାବିତ ହୋଇ ନଦୀକୂଳବର୍ତ୍ତି ଗ୍ରାମ ଓ ଚାଷ ଜମି ଗୁଡିକରେ ପାଣି ପ୍ରବେଶ କରି ବହୁତ କ୍ଷତି ଘଟାଇଛି। ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଏମଭି୧୧, କୋରକୁଣ୍ଡା, ତାର୍ଲାକୋଟା ଏମଭି ୩୭ ପୋଲ ଉପରେ ପ୍ରାୟ ୩ ଫୁଟ ରୁ ୪ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ କୋରକୁଣ୍ଡା, ବାଲିମେଳାକୁ ଯୋଗ ଯୋଗ ବିଛିନ୍ନ ହୋଇପଡିଛି, ଆଜି ସକାଳୁ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ଠିକ ସେହି ପରି ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କାଙ୍ଗୁରକୋଣ୍ଡା ପୋଲଉପରେ ୪ଫୁଟ ଉଚ୍ଚରପାଣି, କାଲିମେଳା ଏମଭି୭୯ ମୋଟୁ ମୁଖ୍ୟରାସ୍ତା ଏମଭି୯୦ ନମ୍ବର ପୋଲ ଉପରେ ପାଣି ଚାଲିବା ଦ୍ୱାରା ସେ ସବୁ ଅଞ୍ଚଳକୁ ଯୋଗାଯାଗ ବିଛିନ୍ନ ହୋଇପଡିବା ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି, ଚିତ୍ରକୋଣ୍ଡା(ବାଲିମେଳା), ସତିଗୁଡା ଜଳଭଣ୍ଡାର ଗୁଡିକରେ ଜଳସ୍ତର ବୃଦ୍ଧିପାଇଛି।

ଏହି ଲଗାଣ ବର୍ଷା ଦ୍ୱାରା ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଘାଟିରେ ନିର୍ମାଣ ଧିନ ରାସ୍ତା ଧୋଇ ହେବାସହ ସପ୍ତଧାରା ନଦୀ ଓ ନାଳରେ ପାଣି ହୋଇ ରାସ୍ତାଧୋଇ ଯିବା ଫଳରେ ମାଲକାନଗିରି ଜୟପୁରକୁ ଯୋଗା ଯୋଗ ବିଛିନ୍ନ ହୋଇ ପଡିଛି, ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ବଣ୍ଡାଘାଟି ମୁଦୁଲିପଡା ଓ ଅଣ୍ଡ୍ରାହଲ ଘାଟି ରାସ୍ତା ବର୍ଷାରେ ଧୋଇ ହୋଇ ଯିବା ଦ୍ୱାରା ବଣ୍ଡାଘାଟିକୁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି, ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀଗୁଡିକ ବଢ଼ିବା ସହିତ ନଦୀକୂଳରେ ଥିବା କିଛି ଗାଁଭିତରେ ପାଣିପଶି ମାଟିଘର ଭାଙ୍ଗି ଯାଇଥିବାର ଜଣାପଡିଛି। ଛତିଶଗଡ ଓ କୋରାପୁଟରେ ରେ ଲଗାଣ ବର୍ଷାଦ୍ୱାରା କୋଲାବ ନଦୀର ଜଳ ସାବେରୀ ନଦୀରେ ପ୍ରଭାବିତ ହୋଇ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବାରି ତ୍ରୀନଦୀ ସଙ୍ଗମ ସ୍ଥଳରେ ସମସ୍ତ ନଦୀର ଜଳ ଏକତ୍ରିତ ହୋଇଛି।

ସାବେରୀ ନଦୀ କୂଳବର୍ତ୍ତି ମୋଟୁ, ପୁଷୁଗୁଡା, ବିନାୟକପୁର, ଆଲମା, ପେଟା, ସିମିଳିବାଚ୍ଛ, କମାରଗୁଡା, ଉସକାଲବାଗ ପ୍ରଭୁତି ଅଚଂଳରେ ପ୍ରାକ ବନ୍ୟାଜଳ ପ୍ରବାବିତ ହୋଇଛି। କୋରକୁଣ୍ଡା, କାଙ୍ଗୁରକୋଣ୍ଡା, ଏମଭି୯୦ ଏହି ସବୁ ସ୍ଥାନରେ ପ୍ରତି ବର୍ଷ ବର୍ଷା ଦିନେ ପୋଲବୁଡି ଉପରେ ପାଣି ଚାଲୁଥିଲେ ମଧ୍ୟ ପୋଲ ଗୁଡିକୁ ଉଚ୍ଚା କରାଯାଉନାହିଁ। ଯାହା ଫଳରେକି ବର୍ଷା ଅଧିକ ହେଲେ ପୋଲଗୁଡିକ ବୁଡିଯାଇ ଯୋଗାଯୋଗ ବିଛିନ୍ନ ହୋଇପଡୁଛି, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି ହେଉଛି। ମାଲକାନଗିରି ଜିଲ୍ଲାରେ ଗତ କାଲି ସକାଳ ୮ଟା ଠାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୫୩୧ ମିଲିମିଟର ବର୍ଷା ହୋଇଛି। ବିଶେଷ କରି ମାଲକାନଗିରି ବ୍ଲକରେ ୮୯ ମିଲି ମିଟର, ମାଥିଲି ବ୍ଲକରେ ୭୬ ମିଲିମିଟର, ଖଇରପୁଟ ବ୍ଲକରେ ୧୧୬ ମିଲି ମିଟର, କୁଡୁମୁଲୁଗୁମ୍ମା ବ୍ଲକରେ ୪୯ ମିଲିମିଟର, କୋରକୁଣ୍ଡା ବ୍ଲକରେ ୧୩୧ମିଲି ମିଟର, କାଲିମେଳା ବ୍ଲକରେ ୩୫ ମିଲିମିଟର, ପଡିଆ ବ୍ଲକରେ ୩୭ ମଲିମିଟର ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କାକୁ ଜିଲ୍ଲା ପ୍ରଶାସନଦୃଷ୍ଟି ଦେଇ ବନ୍ୟା ପ୍ରଭାବିତ ଅଚଂଳରେ ୨୧ଟି ଆଶ୍ରୟ ସ୍ଥଳ ଖୋଲିବା ସହିତ ବିଭିନ୍ନ ନଦୀରେ ଡଙ୍ଗାଘାଟକୁ ୨୮ଟି ବୋଟ, ସୁରକ୍ଷା ଜ୍ୟାକେଟ ଯୋଗାଇ ଦିଆଯାଇଛି, ଜିଲ୍ଲା ସଦର ମହକୁମାଠାରେ ବନ୍ୟା ପରିସ୍ଥିତି ପାଇଁ ୨୪ ଘଟିଂଆ ଜରୁରୀକାଳୀନ ପ୍ରକୋଷ୍ଟ ଖାଲା ରହି ଜିଲ୍ଲା ବାସିଙ୍କୁ ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଇତି ମଧ୍ୟରେ ବନ୍ୟା ଅଞ୍ଚଳ ଓ ଆଶ୍ରୟ ସ୍ଥଳରେ ଚୁଡା, ଗୁଡ, ଚାଉଳ, ମହମବତୀ, ଡିଆସିଲି ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଗଛିତ ରଖାଯାଇଛି, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ବନ୍ୟା ପ୍ରଭାବିତ ଅଚଂଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top