Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ପଥ ଉତ୍ସବ, ଝୋଟୀ, ନୃତ୍ୟ ସଙ୍ଗୀତ, ଖେଳକୁଦରେ ରାଜରାସ୍ତରେ ଖୁସି ମନାଇଲେ ଜନ...

ମାଲକାନଗିରି ଜିଲ୍ଲାରେ ପଥ ଉତ୍ସବ, ଝୋଟୀ, ନୃତ୍ୟ ସଙ୍ଗୀତ, ଖେଳକୁଦରେ ରାଜରାସ୍ତରେ ଖୁସି ମନାଇଲେ ଜନ ସାଧାରଣ

317

ମାଲକାନଗିରି, ୧୩ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ତୃତୀୟ ଦିବସ ଅବସରରେ ଆଜି ସକାଳେ ଜିଲ୍ଲା ସଦର ମହକୁମା ରାଜ ରାସ୍ତାରେ ମାଲ୍ୟବନ୍ତ ପଥ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ସଦର ମହକୁମା ବାଲିମେଳା ଛକ ଠାରୁ ପୌରପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ଅଧା କିମି ମୁଖ୍ୟ ରାଜରାସ୍ତାରେ ପଥ ଉତ୍ସବ କରା ଯାଇଛି। ଏହି ଅବସରେ ବିଭିନ୍ନ ବର୍ଗର ମହିଳା, ଯୁବତୀ ଛାତ୍ରୀମାନଙ୍କ ମଧ୍ୟରେ ଝୋଟି, ଚିତା, ରଙ୍ଗୋଲି ପ୍ରତିଯୋଗୀତା, ଯୁବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗ ଆସନ, ମେଲୋଡି, ସ୍କେଟିଂ, ଖୋଖୋ, ନୃତ୍ୟ, ସଙ୍ଗୀତ ସହ ନାନାପ୍ରକାର ଖେଳ କସରତ ରାଜ ରାସ୍ତାରେ ଆୟୋଜନ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀଙ୍କ ସହିତ ସହରର ସବୁ ବର୍ଗର ଲୋକମାନେ ଭାଗନେଇ ମଉଜ ମଜଲିସ କରିବାର ସୁଯୋଗ ପାଇଥିଲେ।

ଏହି ପଥ ଉତ୍ସବକୁ ମାଲକାନଗିରି ବିଧାୟକ ମାନସ ମାଡକାମି ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି। ରାଜରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ୪ଟି ନୃତ୍ୟମଣ୍ଡପ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟର, ଛାତ୍ର ଛାତ୍ରୀ, ବିଜୁ ଯୁବବାହିନୀ, ସ୍ଥାନୀୟ ଜନସାଧରଣ ନୃତ୍ୟ ସଂଙ୍ଗୀତ ଓ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ। ଛୋଟ ଛୋଟ ପିଲାମାନେ ରାଜରାସ୍ତାରେ ନିର୍ଭୟରେ ସ୍କେଟିଂ ଖେଳ ଖେଳୁଥିଲେ। ଝିଅ, ବୋହୁ ମାନଙ୍କର ସୁନ୍ଦର ଭାବେ ମୁରୁଜ ଝୋଟି, ରଙ୍ଗୋଲି ପକାଇବା ଦୃଶ୍ୟକୁ ଜନସାଧାରଣ ମନଭରି ଦେଖିଥିଲେ। ଅଲଓଡିଶା ମାର୍ଶାଲ ଆର୍ଟର ଛାତ୍ର ଛାତ୍ରୀ ମାନେ କରାଟ, ଜୁଡୋ, ଓଡ଼ିଶୀ ନୃତ୍ୟ, ଆରକ୍ଷୀ ଝଙ୍କାର ରେ ଡିଏଫଓ ସୁନ୍ଦର ଭାବେ ହୀନ୍ଦି ସଂଗୀତ ପରିବେଷଣ କରିଥିଲେ।

ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟରେ ଆଦିବାସୀ ଓ ସାଧାରଣ ବର୍ଗର ମହିଳା ଓ ପୁରଷ ମାନେ ଉପସ୍ଥିତରହି ନାଚଗୀତରେ ଭାଗନେଇଥିଲେ। ମୁଖ୍ୟଅତିଥି ବିଧାୟକ ଶ୍ରୀ ମାଡକାମିଙ୍କ ସହ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଡିଏଫଓ ପ୍ରଦୀପ ମିରାସେ, ପ୍ରୋବେସନାରୀ ଆଇଏସ ଶ୍ରୀ ଦିବାକର, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ସମ୍ବନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ବିଡିଓ ତଥା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ସହକାରି ଜିଲ୍ଲାପାଳ ଶଶାଙ୍କ ମିଶ୍ର, ରାମକୃଷ୍ଣ ନାୟକ, ପ୍ରମୋଦ ବେହେରା, ପୌର ପରିଷଦ ନିର୍ବାହି ଅଧିକାରୀ ଏମ.ନୀଳକଣ୍ଠ ନାଇଡୁ ଜିଲ୍ଲା ରେଡକ୍ରସ ସଂପାଦକ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆୟୋଜିତ ପଥ ଉତ୍ସବରେ ସ୍ଥାନୀୟ ଜନସାଧାରଣ ଓ ଯୁବକ ଯୁବତୀ, ପୁରୁଷ ମହିଳାମାନଙ୍କ ଲୋକାୟିତ କଳାସଂସ୍କୃତି ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଏହି ଉତ୍ସବ ଦ୍ୱାରା ସେମାନଙ୍କ ଲୁକାୟିତ ପ୍ରତିଭାକୁ ଜନସାଧରଣ ଜାଣିପାରିବେ ବୋଲି ଅତିଥିମାନେ କହିଥିଲେ। ଜିଲ୍ଲାପ୍ରଶାସନର ଏହି ଅଭିନବ ପ୍ରୟାସକୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.