ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ,ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୫୦ହଜାର କ୍ୱିଟାଂଲ ଧାନକ୍ରୟ ପାଇଁ ନିସ୍ପତି

ମାଲକାନଗିରି,୧୦ା୧୧ (ଓଡିଆ ପୁଅ )   ଆଜି ମାଲକାନଗିରି ଜିଲ୍ଲାରେ ଖରିପଚାଷ ଧାନମଣ୍ଡିର ସୁଭାରମ୍ଭ ହୋଇଛି,ସ୍ଥାନିୟ ନିୟନ୍ତ୍ରୀତ ବଜାରକମିଟି ପ୍ରାଙ୍ଗଣରେ ଜିଲ୍ଲାଯୋଗାଣ ଅଧିକରୀ ଅଭିମନ୍ୟୁମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ କେ.ସୁଦର୍ଶନଚକ୍ରବର୍ତୀ, ଉପକୃଷିନିର୍ଦ୍ଦେଶକ ପ୍ରଦୀପକୁମାର ଦେଓ, ପ୍ରମୁଖ ଯୋଗଦେଇ ଧାନ ମଣ୍ଡିଉଦଘାଟନ କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ନିୟନ୍ତ୍ରୀତ ବଜାରକମିଟି ସଂପାଦକ ଗୁରୁଚରଣନାୟକ, କେସିସି ବ୍ୟାଙ୍କ ଶାଖା ପରିଚାଳକ,ଲ୍ୟାମ୍ପସପରିଚାଳକ, କ୍ୱାଲିଟ କଂଟ୍ରୋଲର,ଯୋଗାଣ ବିଭାଗ କର୍ମଚାରି,ମିଲର, ଓ ଚାଷୀ  ମାନେ ଯୋଗ ଦେଇଥିଲେ । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତମୂଲ୍ୟ ଦେବାସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁନ୍ତି ସେଥିପ୍ରତି ଦୃଷ୍ଟିଦେବାପାଇଁ ମଚାଂସିନ ଅତିଥିମାନେ କହିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୫୦ହଜାର କୁଇଣ୍ଟାଲ ଧାନ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୦ଟି ମଣ୍ଡିଖୋଲା ଯାଇଛି,ଚାଷୀମାନଙ୍କ ଠାରୁ ଅଣଜଳସେଚିତ ଜମିରୁ ଏକର ପିଛା ୧୬କୁଇଟାଂଲ ଓ ଜଳସେଚିତ ଜମିରୁ ୧୯କୁଇଟାଂଲ ଧାନ କ୍ରୟକରାଯିବ,ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି, ଗୁମ୍ମା, ଖଇରପୁଟ,ସାତଟି ଯାକ ବ୍ଲକରେ ୬୦ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିସ୍ପତି ନିଆଯାଇ ଲ୍ୟାମ୍ପସମାନଙ୍କୁ ଦାଇତ୍ୱ ଦିଆଯାଇଛି,ମାଲକାନଗିରି ଜିଲ୍ଲା ୮ଟି ଲ୍ୟାମ୍ପସ ରେ ଇତି ମଧ୍ୟରେ ୨୩.୬୪୬ ଜଣ ଚାଷୀ ଙ୍କର ନାମପଜିଂକରଣ ହୋଇସାରିଲାଣି ,ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୫୫୦ଟଙ୍କା ଓ ଗ୍ରେଡ ୧ କିସମ ଧାନ ୧୫୯୦ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ଖର୍ଚାନ୍ତ ହୋଇ ଚାଷୀମାନେ ଧାନ ମଣ୍ଡିକୁ  ଆସିବା ବଦଳରେ ଚଳିତ ବର୍ଷ ଚାଷୀମାନଙ୍କ ନିକଟରେ ମଣ୍ଡପହଁଚିବ ବୋଲି ଜିଲ୍ଲାପାଳ ସୁଚନାଦେଇଥିଲେ , ମାଲକାନଗିରି ଜିଲ୍ଲାରୁ ଚୋରାବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହି ବା ପାଇଁ ବ୍ୟବସ୍ଥା କରାଯାଇଛି , ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ,ମିଲର,ଲ୍ୟାମ୍ପସ ପରିଚାଳକ ମାନେ ଯୋଗଦେଇଥିଲେ ।ପ୍ରଥମଦିନରେ ମାଲକାନଗିରି ମଣ୍ଡିରେ ୧୪ଜଣ ଚାଷୀ ଧାନ ବିକ୍ରୟ କରିବାକୁ ଆଣିଥିଲେ ।

 

 

Leave a Reply

Your email address will not be published. Required fields are marked *