ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂର୍ଣ୍ଣିମା, ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ମାଲକାନଗିରି, ୨୮ା୬ (ଓଡିଆ ପୁଅ ) ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା, ଏହି ପବିତ୍ର ତିଥିରେ ପାଳିତ ହୋଇଛି ଶ୍ରୀଜୀଉଙ୍କ ଦେବସ୍ନାନ। ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ନାନପୂର୍ଣ୍ଣିମା ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଆଜି ସକାଳେ ମାଲକାନଗିର ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ରତ୍ନବେଦିରୁ ମନ୍ଦିରର ମୁଖ୍ୟପୂଜକ ଗୁପ୍ତେଶ୍ୱର ପଣ୍ଡା, ବିନାୟକ ଶତପଥି, କୃଷ୍ଣନନ୍ଦ, ତ୍ରୀନାଥ ପାଢୀ, ବାଲା ପଣ୍ଡା, ପ୍ରଫୁଲ ପଣ୍ଡା, ବ୍ରଜ କିଶୋର ପାଳ, ମଧୁପାଣି ଗ୍ରାହୀ, ରବି ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ସନ୍ତୋଷ ଦାଶ, ଜଗବନ୍ଧୁ ପତ୍ରୀ, ଲକ୍ଷ୍ମିନାରାୟଣ ପାତ୍ର, ଲମ୍ବୋଦର ପାତ୍ର, ହୃଷିକେଶ ପଣ୍ଡା ଓ ଅନ୍ୟାନ୍ୟ ପୂଜକ, ସେବାୟତ, ଦଇତା ପତି ମାନେ ଶ୍ରୀବଳଭଦ୍ର, ଶ୍ରୀଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେକରି ଶ୍ରୀମନ୍ଦିରରୁ ପାଛୋଟି ଆଣି ସ୍ନାନ ମଣ୍ଡପରେ ସ୍ଥାପନ କରିଥିଲେ। ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ଧୂପ, ଦୀପ, ଯଜ୍ଞ, ଆଳତୀ ପରେ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା। ଭକ୍ତ ଓ ସର୍ବସାଧରଣଙ୍କ ଦର୍ଶନ ପରେ ଶ୍ରୀବିଗ୍ରହଙ୍କୁ ଅଧରପଣା ଦିଆଯାଇଥିଲା। ଏହି ଦେବସ୍ନାନ ଦର୍ଶନ ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କ ଭିଡ ଲାଗିଥିଲା। ଠାକୁରଙ୍କ ଦର୍ଶନପରେ ଅଧରପଣା ପାଇବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଉଠିଥିଲେ। ପୂଜାକମିଟି ପକ୍ଷରୁ ସମସ୍ଥ ଭକ୍ତଙ୍କୁ ପ୍ରସାଦ ଓ ଅଧର ପଣା ଦିଆଯାଇଥିଲା। ତନିଠାକୁରଙ୍କ ରୀତିନୀତି ସରିଲା ପରେ ଅପରାହ୍ନରେ ପୂଜକ ଓ ଦଇତାପତିମାନେ ଅଣସର ଘରକୁ ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ଚତୁର୍ଦ୍ଧା ମୂର୍ତିଙ୍କୁ ସ୍ଥାପନ କରିଥିଲେ। ଦିନତମାମ ମନ୍ଦିର ପରିଷର ଓ ସ୍ନାନ ମଣ୍ଡପ ନିକଟରେ ଜୟ ବଜରଙ୍ଗ କିର୍ତ୍ତନଦଳଙ୍କ ପକ୍ଷରୁ ସଂକୀର୍ତ୍ତନ ଓ ଭଜନ ସମାରୋହର ଆୟୋଜନ ହୋଇଥିଲା। ଠିକ ସେହିପରି ମୋଟୁ, କାଲିମେଳା, ଏମଭି ୭୯, ପଡିଆ, ମାଥିଲି, ଗୋବିନ୍ଦ ପାଲି, ବାଲିମେଳା, ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତ ମାନେ ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top