ଓଡ଼ିଶା

ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବାପରେ ଜର୍ମାନ ରୋଗ ଆଶଙ୍କାରେ ଟିକାକରଣ ପାଇଁ କର୍ମଶାଳା ଆରମ୍ଭ

ମାଲକାନଗିରି, ୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଜାପାନୀ ରୋଗ ଥମିବା ପରେ ଏବେ ଜର୍ମାନ ରୋଗର ଆଶଙ୍କାକୁ ଆଖିଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ନିରାକରଣ ନିମନ୍ତେ ଟିକାରଣ ପାଇଁ କର୍ମଶାଳା ଆରମ୍ଭ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ ବର୍ଷ ଭୟାବହ ଜାପାନୀ ଏନ୍ ସେଫାଲାଇଟ ଜ୍ୱରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା, ଏହି ଜାପାନୀ ଜ୍ୱରକୁ ରୋକିବା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ନାକେଦମ ହୋଇପଡିଥିଲେ। ଦୀର୍ଘ ୪ ମାସ ସଂଘର୍ଷ କରିବା ଓ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ଅକ୍ଲାନ୍ତ ପରିଶ୍ରମପରେ ଜାପାନୀ ଜ୍ୱର ଜିଲ୍ଲାରେ ଥମିଥିଲା। ଏବେ ସମଗ୍ର ରାଜ୍ୟରେ ଭୟାବହ ଜର୍ମାନ ରୋଗ ରୁବେଲା ଭୁତାଣୁ ଦେଖାଦେଇଛି। ଏହି ଜର୍ମାନ ମିଳିମିଳି ଭୁତାଣୁ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇ ଥିବାରୁ ସେହି ରୋଗକୁ ପ୍ରତିରୋଧ ଓ ନିରାକରଣ ନିମନ୍ତେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସଦର ମହକୁମା ସହ କୋରକୁଣ୍ଡା. ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି, କାଳିମେଳା, ପଡିଆ ସାତଟି ଯାକ ବ୍ଲକରେ ଟିକାକରଣ ନିମନ୍ତେ ଜନସଚେତନତା କର୍ମଶାଳା ଆରମ୍ଭ ହୋଇ ଯାଇଛି।

ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅମରେନ୍ଦ୍ର କୁମାର ମହାନ୍ତି ଜର୍ମାନ ମିଳିମିଳା ଓ ମିଳିମିଳା ରୋଗ ପ୍ରତିରୋଧକ ବ୍ୟବସ୍ଥା, ନିରାକରଣ ଓ ଏମ.ଆର.ଟିକାକରଣର ହିତାଧିକାରୀ ଗଣନା ସଂପର୍କରେ ତାଲିମ ଦେଇଥିଲେ। ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଆଶାକର୍ମୀ, ଅଙ୍ଗନ ଓ୍ୟାର୍ଡିକର୍ମୀ, ଗାଁ ସ୍ୱାସ୍ଥ୍ୟ କମିଟିର ସଭ୍ୟମାନେ ଯୋଗଦେଇ ତାଲିମ ନେଇଥିଲେ। ମଙ୍ଗଳବାର ଠାରୁ ଘର ଘରବୁଲି ହିତାଧିକାରୀ ଗଣନା ଆରମ୍ଭ କରାଯିବ, ଆସନ୍ତା ୨୯ ତାରିଖରୁ ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୨୧ ହଜାରରୁ ଉର୍ଦ୍ଦ ପିଲାମାନଙ୍କୁ ଜର୍ମାନ ମିଳିମିଳା ଓ ମିଳିମିଳା ଟିକାକରଣ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top