ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ଜାତୀୟ ଭୋଟର ଦିବସପାଳନ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି,୯ା୧ (ଓଡିଆ ପୁଅ ) ଜାତୀୟ ଭୋଟରଦିବସ ପାଳନ ନିମନ୍ତେ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଅନୁଷ୍ଟିତ ହୋଇ ଯାଇଛି । ଆସନ୍ତା୨୫ତାରିଖ ମଧ୍ୟରେ ସମସ୍ଥ ବୁଥ ଗୁଡିକରେ ପ୍ରଚାର ପତ୍ର ବଟଂନ ସହିତ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଜନସଚେତନତା ପାଇଁ ସଭା ସମିତି, ସୋଭା ଯାତ୍ରା କରାଯିବ,ଏହା ବ୍ୟତିତ ଜିଲ୍ଲା, ବ୍ଲକ, ପଚାଂୟତ ସ୍ତରରେ ମଧ୍ୟ ଜନସଚେତନତା କରାଯାଇ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିର୍ବାଚନ ସଂପର୍କିୟ ପ୍ରତି ଯୋଗୀତାର ଆୟୋଜନ ହୋଇ କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ରହିଛି ବୋଲି   ଅତିରିକ୍ତ ଜିଲ୍ଲାପାଳ କିହଥିଲେ । ଚଳିତ ବର୍ଷ ପ୍ରଥମ ଥରକରି ମିଲେନିୟମ ଭୋଟର ଓ ବୟସ୍କ ଭୋଟରଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବା ପାଇଁ ନିସ୍ପତି ନିଆଯାଇଛି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୨୬୮ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୧୮୧ ମୋଟ ୭୪୪୯ ନୁଆଭୋଟର ଯୋଗହେବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଛି ।

ଠିକ ସେହିପରି ଜିଲ୍ଲାରେ ୬୧୯୨ଜଣ ଭୋଟର ବାଦହେବେ,୧୭୬୩ଜଣ ଭୋଟର ଙ୍କର ସଂଶୋଧନହେବ,୨୩୯ଜଣ ଭୋଟର ନିଜ ନିର୍ବାଚନ ମଣ୍ଡଳୀ ପରିବର୍ତନ କରିବେ ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ୪ଲକ୍ଷ ୪୭୦ଜଣ ଭୋଟର ଅଛନ୍ତି , ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୬ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୫୨ଟି ବୁଥ କରାଯିବା ପାଇଁ ନିସ୍ପତି ନିଆ ଯାଇଛି  । ଆମେ ଭାରତର ନାଗରିକ ଲୋକତନ୍ତ୍ରରେ ପୁର୍ଣ୍ଣଆସ୍ଥାରଖି ସପଥ ନେଉଛୁ ଆମଦେଶର ଲୋକତନ୍ତ୍ର ପରଂମ୍ପରା ମର୍ଯ୍ୟଦାକୁ ବଚେଂଇ ରଖି ସ୍ୱତନ୍ତ ନିଷ୍ଟା ଶାନ୍ତିପୁଣ୍ଣ  ନିର୍ବାଚନ ଗାରିମାକୁ କୁ ଅକ୍ଷୁର୍ଣ୍ଣରଖି ନିର୍ଭୟତାର ସହିତ ଧର୍ମ,ବର୍ଣ୍ଣ ,ଜାତି ଓ ଭାଷାକୁ ଆଖିଆଗରେ ରଖି ଅନ୍ୟକିଛି ପ୍ରଲୋଭନରେ ପ୍ରାଭାବିତ ନହୋଇ ସମସ୍ଥ ନିର୍ବାଚନରେ ମତଦାନ କରିବୁ ବୋଲି ଚଳିତ ନିର୍ବାଚନର ନାରା ରହିଛି  ,ଏହି ବୈଠକରେ ଅନ୍ୟାନମାନଙ୍କ ମଧ୍ୟରେ  ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା(ଆଇ.ଏ.ଏସ), ସହକାରି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରାମକୃଷ୍ଣନାୟକ ,ସହକାରି ଜିଲ୍ଲାପାଳ ହୃଷିକେଶ ଗଣ୍ଡ ପ୍ରମୁଖ ଯୋଗଦେଇ ଆସନ୍ତା ୨୫ତାରିଖରେ ପାଳିତ ହୋବାକୁ ଥିବା ଜାତୀୟ ଭୋଟରସ ଦିବସ ରେ କିପରି ପ୍ରଚାର ପ୍ରସାର ହୋଇଏଥିରେ ସବୁବର୍ଗର ଭୋଟର ମାନେ ଯୋଗଦେବେ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ ।ଏହି ବୈଠକରେ ଜିଲ୍ଲାର ସବୁ ରାଜନୈତିକ ଦଳର ସଭାପତି, ସଂପାଦକ,ସ୍ୱେଚ୍ଚାସେବୀ ଅନୁଷ୍ଟାନର କର୍ମକର୍ତା, ବୁଦ୍ଧିଜିବି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top