ମାଲକାନଗିରି ଜିଲ୍ଲାରେ ଜାତୀୟ ଆଇନ ସେବା ଦିବସ ଓ ଅଭିଯୋଗ ପ୍ରକୋଷ୍ଟ ଉଦଘାଟିତ

ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ରାଷ୍ଟ୍ରୀୟ,ରାଜ୍ୟଆଇନ ସେବାପ୍ରାଧୀକରଣ ଓ ମାଲକାନଗିରି ଜିଲ୍ଲା ଆଇନ ସେବାପ୍ରାଧିକରଣ ଶାଖା ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଟିତ ବିରାଟ ସାଇକେଲ ରାଲି ଓ ପଦଯାତ୍ରାକୁ ଜିଲ୍ଲା ଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ମାନସକୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସୁଭାରମ୍ଭକରିଥିଲେ । ଏହି କର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ପ୍ରଶାନ୍ତକୁମାର ନାୟକ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅମିତ ସ୍ୱରପ ସେଠ୍, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ,ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ, ସାମ୍ବାଦିକ ସୁଧାକରଦାଶ, ଅଧ୍ୟାପକ ରଜଂନକୁମାର ସ୍ୱାଇଁ ,ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ଆଇନଜିବୀ ଅଶୋକକୁମାର ପଟନାୟକ ,ଦିନବନ୍ଧୁଦାଶ ,ମହିଳା ମହାବିଦ୍ୟଳୟ ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନା ପ୍ରମୁଖ ଯୋଗ ଦେଇ ଆଇନ ସେବାର ପୃଷ୍ଟଭୂମି,ପ୍ରାଧିକରଣ ନିୟମ,ଲୋକଅଦାଲତ,ସ୍ଥୀୟା ଲୋକଅଦଲାତ ସଂପର୍କରେ ସୁଚନାଦେଇଥିଲେ  । ଏହି ଜନସଚେତନତା ସୋଭାଯାତ୍ରାରେ ୮ଟି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଶିକ୍ଷକ,ଅଧ୍ୟାପକ ଓ ରେଡକ୍ରସ ସ୍ୱଚ୍ଚାସେବୀ,ବୁଦ୍ଧିଜିବୀ,ଆଇନିଜିବୀ ମାନେ ଯୋଗ ଦେଇଥିଲେ । ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାରେ ଅଦଲାତ ପରିଷର ରେ ଅଭିଯୋଗ ପ୍ରକୋଷ୍ଟ ଓ ଆଇନ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହା ଦ୍ୱାରା ଜନସାଧରଣ ଙ୍କ ସହିତ ସଂଯୋଗୀକରଣ ଓ ଗରିବ ଅସହାୟ ଆଦିବାସୀ,ହରିଜନ ମହିଳା ଓ ଯେଉଁ ମାନଙ୍କର ବର୍ଷକୁ ଦୁଇ ଲକ୍ଷ ଟଙ୍କାରୁ କମ ଆୟ ସେମନଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦିଆ ଯିବ,ମଧ୍ୟସ୍ତି  ମାଧ୍ୟମରେ ବିବାଦର ଫଇସଲା କରିବା ଲୋକଙ୍କୁ ଅର୍ଥ ଅପଚୟ ଓ ସମୟରୁ ରକ୍ଷାକରିବା,ଗରିବ ଲୋକଙ୍କୁ ନିଶ୍ଲୁକରେ ଆଇନ ସହାୟତା ଯୋଗାଇବା,ସମାନତା ଭିତରେ ନ୍ୟାୟିକ ସେବାପାଇବା ପ୍ରତ୍ୟେକ ନାଗରିକଙ୍କ ଏକ ସାମ୍ବିଧାନିକ ଅଧିକାର ଅଛି,ଏହା ବ୍ୟତିତ ଗରିବ ଲୋକ ଓ ମହିଳା,ଶିଶୁ ମାନଙ୍କୁ କିପରି ମାଗଣାରେ ଆଇନ ସେବା ସହିତ ଅନ୍ୟାନ ସରକାରି ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇପାରିବ ସେ ନେଇ ଏହି ଅଭି ଯୋଗପ୍ରକୋଷ୍ଠ ଖୋଲା ଯାଇଛି ବୋଲି ଆଇନ ସେବାପ୍ରାଧିକରଣର ସଚିବ ସବଜଜ ଅମିତ ସ୍ୱରପ ସେଠ୍ ସୁଚନାଦେଇଛନ୍ତି ।

ଏହି ଅଭି ଯୋଗପ୍ରକୋଷ୍ଠ ଖୋଲାହେବାର ଦୁଇଦିନ ମଧ୍ୟରେ ପଡିଆ ବ୍ଲକର ନିଲିଗୁଡାଗ୍ରାମର ଜଣେ ଆଦିବାସୀ ମହିଳା ମାସେ ମାଡକାମି ଙ୍କ ପାରିବାରିକ ସମସ୍ୟା ସମାଧାନ ଓ ଭରଣା ପୋଷଣ,ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମର ଗରିବ ଆଦିବାସୀ ଶ୍ୟାମପାଡେଲ ଙ୍କ ପୁଅ ପାଠପଢା ସଂପର୍କରେ , କୋରକୁଣ୍ଡା ବ୍ଲକ ଏମଭି୫୧ଗ୍ରମର ଭିନ୍ନକ୍ଷମ ନରେଶ ବିଶ୍ୱାସ ଙ୍କୁ ଭିନ୍ନ କ୍ଷମ ପ୍ରମାଣପତ୍ର ମିଳିବା ନିମନ୍ତେ  ଆଇନସେବା ପ୍ରାଧକରଣର ସଚିବ ଶ୍ରୀ ସେଠ ନିଜେ ଅଭିଯୋଗ ପ୍ରକୋଷ୍ଠରେ ବସି ଦରଖାସ୍ତ ଗ୍ରହଣ କରି  ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର ସମାଧାନ ନିମନ୍ତେ ନୋଟିସ ଜାରିକରିଥିଲେ ,

 

Leave a Reply

Your email address will not be published. Required fields are marked *