Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବାପାଇଁ ପ୍ରଥମ ଥର ଖୋଲିଲା ମାଣ୍ଡିଆ ମଣ୍ଡି

ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବାପାଇଁ ପ୍ରଥମ ଥର ଖୋଲିଲା ମାଣ୍ଡିଆ ମଣ୍ଡି

95

ମାଲକାନଗିରି,୧୬ା୧୨ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଚୁରଣ ପରିମାଣରେ ମାଣ୍ଡିଆ ଚାଷ ହେଉଥିବାରୁ ଏହାର ବଜାର ଦର ଠିକ ଭାବେ ନିର୍ଦ୍ଦାରିତ କରାଯାଇ ନଥିବାରୁ ବେପାରି ମାନେ ଚାଷୀମାନଙ୍କ ଠାରୁ କମ ମୂଲ୍ୟରେ ମାଣ୍ଡିଆ କିଣିନେଉଥିଲେ । ଚାଷୀ ମାନଙ୍କୁ ମାଣ୍ଡିଆର ଉପଯୁକ୍ତମୂଲ୍ୟ ଦେଇ ସେମାନଙ୍କୁ ଲାଭବାନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥରକରି ମାଣ୍ଡିଆ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ମାଣ୍ଡିଆ କିଣାଆରମ୍ଭ ହୋଇ ଯାଇଛି  । ଖଇରପୁଟ ବ୍ଲକସ୍ଥ ବଣ୍ଡା ଲ୍ୟାମ୍ପସ ପରିସରରେ ମାଣ୍ଡିଆ ବିକ୍ରୀପାଇଁ ମଣ୍ଡି ଖୋଲା ଯାଇଛି । ଏହି ମଣ୍ଡିକୁ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା ଉଦଘାଟନ କରିଥିଲେ । ଜିଲ୍ଲାର ୧୭ଟିସ୍ଥାନରେ ମଣ୍ଡିଖୋଲା ଯାଇ ଚାଷୀ ମାନଙ୍କ ଠାରୁ ସରକାରି ମୂଲ୍ୟରେ କ୍ୱିଟାଂଲପିଛା ୨୮୯୭ଟଙ୍କା ଦରରେ କ୍ରୟ କରାଯିବ । ଏହି ଉଦଘାଟନି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ପଟନାୟକ,ନିୟନ୍ତ୍ରୀତ ବଜାର କମଟି ସଂପାଦକ ଗୁରୁଚରଣ ନାୟକ,ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦୁନୀ କ୍ରୀସାନୀ,ବିଡିଓ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇ ଥିଲେ । ଜିଲ୍ଲାରେ ପ୍ରଥମ ଥରକରି ମାଣ୍ଡିଆ ମଣ୍ଡି ଖୋଲା ଯାଇଥିବାରୁ ଚାଷୀମାନଙ୍କ ମନରେ ଆନନ୍ଦ ଖେଳି ଯାଇଛି, ସେମାନେ ଆଉ ବେପାରୀ ମାନଙ୍କୁ କମମୂଲ୍ୟରେ ନିଜର କଷ୍ଟଉପାର୍ଜିତ ମାଣ୍ଡିଆ ବିକ୍ରି ନକରି ତାହାକୁ ସରକାରି ମଣ୍ଡିରେ ବିକ୍ରି କରି ଉପଯୁକ୍ତମୂଲ୍ୟ ପାଇବେ ବୋଲି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.