ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ କେମିକାଲ ରଙ୍ଗ ବଦଳରେ ହର୍ବାଲ ରଙ୍ଗର ପସରା

ମାଲକାନଗିରି,୨୮ା୨ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ କେଉଁ ଆବାହନ କାଳରୁ ଭିନ୍ନ ଏକ ପରମ୍ପାରା କୁ ସମଗ୍ର ଜିଲ୍ଲାବାସୀ ମାନିଆସିଛନ୍ତି ।ପ୍ରତି ବର୍ଷ ପରି ଏଠାରେ ହୋଲି ପର୍ବ ପାଳନ ହୋଇନଥାଏ, ଗୋଟିଏ ବର୍ଷ ବଡ ଯାତ୍ରା ପର୍ବ ପାଳନ ହେଉଥିବା ବେଳେ ଆଉଗୋଟିଏ ବର୍ଷ ରଙ୍ଗ ଅଭିର ଖେଳରେ ହୋଲି ପର୍ବ ପାଳିତ ହୋଇଥାଏ । ଚଳିତ ବର୍ଷ ବଡଯାତ୍ରା ପର୍ବ ନଥିବାରୁ ମାଲକାନଗିରି ଜିଲ୍ଲାରେ ହୋଲିପର୍ବ କୁ  ଧୁମଧାମରେ ପାଳନକରିବାପାଇଁ ଜିଲ୍ଲାବାସୀ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାକୁ ଅଧିକ ରଙ୍ଗିନ କରିବାପାଇଁ ସହର ଠାରୁ ଆରମ୍ଭ କରି ଗାଁ ଗହଳ ବଜାର ମାନଙ୍କରେ ରଙ୍ଗର ପସରା ମେଲିଲାଣି । କେମିକାଲ,ବାର୍ନିସ,ଚିକିମିକ ପଥର ଦିଆ ରଙ୍ଗ ଓ ମୁଣ୍ଡଫଟା ରଙ୍ଗ ଦେହପାଇଁ କ୍ଷତିକାରକ ହେଉଥିବାରୁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶନ ପକ୍ଷରୁ ଚଳିତ ବର୍ଷ ଏହି ସବୁ ରାସାୟନିକ କ୍ଷତିକାରକ ରଙ୍ଗକୁ ବନ୍ଦକରିଦିଆ ଯାଇଛି । ଦୋକାନୀ ଓ ବ୍ୟବସାୟୀ ମାନେ କେମିକାଲ ରଙ୍ଗବଦଳରେ ପାମ୍ପାରିକ ରଙ୍ଗ ଓ ହର୍ବାଲ ରଙ୍ଗ ଓ ଅଭିର କୁ ଅଧିକ ମାତ୍ରାରେ ବିକ୍ରି ପାଇଁ ରଖିଛନ୍ତି । ଏହି ହର୍ବାଲ ରଙ୍ଗ କିଣିବା ପାଇଁ ଗ୍ରାହକମାନେ ଦୋକାନରେ ଭିଡ ଜମାଇ ବିଭିନ୍ନ ପ୍ରାକର ରଙ୍ଗସହିତ ଅଭିର କିଣିନେଉଥିବାର ଦେଖା ଯାଉଛି ।ନାଲି, ନିଳ, ବାଇଗଣି, ହଳିଦିଆ,ନାରଙ୍ଗୀ,ଧଳା,ସବୁଜ,ବିଭିନ୍ନ ରଙ୍ଗର ସାଧାରଣ ଅଭିର କେଜି ୧୨୦ଟଙ୍କାରୁ ୨୦୦ଟଙ୍କା ରହିଥିବାବେଲେ ହର୍ବାଲ ଅଭିର ଓ ରଙ୍ଗ କେଜି ପିଛା ୩୦୦ରୁ ୫୦୦ଟଙ୍କାରେ ବିକ୍ରୀ ହେଉଛି । ଏହାବ୍ୟତିତି ରଙ୍ଗବେରଙ୍ଗର ଟୋପି,ଚୁଟି,ଶକ୍ତିମାନ, ଫାଇଟରମେନ,ହାତି, ବାଘ,ଘୋଡା,ଗଣେଷ, ଶିବ ବିଭିନ୍ନ ଦେବା ଦେବି, ପଶୁ ପକ୍ଷୀ ଙ୍କ ପ୍ଲାଷିଟିକ ଫାଇବର ମୁଖା ଗୁଡିକ କିଣିବା ପାଇଁ ଛୋଟ ଛୋଟ ପିଲା ମାନଙ୍କ ର ଦୋକାନଆଗରେ ଭିଡ ଜମୁଥିବାର ଦେଖାଯାଉଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top