ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ଏମ.ଆର.ସମୂହ ଟିକାଦାନ ଅଭିଯାନ, ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ ସ୍ୱତନ୍ତ୍ର ବ୍ୟବସ୍ଥା

ମାଲକାନଗିରି, ୨୦ା୧ (ଓଡିଆ ପୁଅ / ଏସ.ଦାଶ ) ଗତ ବର୍ଷ ମାଲକାନଗିରି ଜିଲ୍ଲାରେ ଶିଶୁମାନେ ଭୟାବହ ଜାପାନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତାହା ଥମିବାପରେ ଏବେ ରୁବେଲା(ଜର୍ମାନ ମିଳିମିଳା ରୋଗ) ର ଆଶଙ୍କାକୁ ଆଖିଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ନିରାକରଣ ନିମନ୍ତେ ଟିକାରଣ ପାଇଁ ବିଭିନ୍ନ ସ୍ଥାନରେ କର୍ମଶାଳା ସରିଯାଇଛି, ଏବେ ଏମ.ଆର ସମୁହ ଟୀକାଦାନ ଅଭିଯାନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସିଡିଏମଓ ଡା.ଅମରେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୯ତାରିଖରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ମିଳିମିଳା ଓ ରୁବେଲା (ଜର୍ମାନ ମିଳିମିଳା) ପ୍ରତିଶେଧକ ସମୂହ ଟୀକାରଣ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଇତି ମଧ୍ୟରେ ହୀତାଧିକାରି ଗଣନା ସରି ଯାଇ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ତୃତୀୟ ୪ର୍ଥ ସପ୍ତାହରେ ଗ୍ରାମାଚଂଳ, ଅଙ୍ଗନୱାର୍ଡିକେନ୍ଦ୍ରରେ ଏବଂ ୫ମ ସପ୍ତାହରେ ବଳକା ରହି ଯାଇଥିବା ୯ ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଟୀକା ଦିଆଯିବ। ୧ ଲକ୍ଷ ୩୭ ହଜାର ୨୯୩ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୧୪୬୮ଟି ଟୀକାଦାନ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ର ଗୁଡିକରେ ଜିଲ୍ଲାର ମୋଟ ୨ଲକ୍ଷ ୨୩ହଜାର ୭୪୯ଜଣ ପିଲାଙ୍କୁ ଟୀକାକରଣ କରାଯିବ, ଏଥି ନିମନ୍ତେ ୨୪୩ ଟୀକାଦାନ ଦଳ ୨୦୭୩ ଟି ଟୀକାଦାନ ଅଧିବେସନ କରାଯାଇ ପିଲାମାନଙ୍କୁ ଟୀକାଦାନ ଦିଆଯିବାପାଇଁ ଯୋଜନା ପ୍ରସ୍ତୁତି ସରିଛି। ବିଶେଷ କରି ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ବିଛିନ୍ନାଚଂଳ ରେ ସ୍ୱତନ୍ତ୍ର ଭାବେ ଜୋଡାମ୍ବ, ପଣସପୁଟ, ଜାନବାଇ ତିନୋଟି ସେକ୍ଟର ଖୋଲା ଯାଇ ଘର ଘର ବୁଲି ଟିକାକରଣ କରାଯିବ, ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋର ଲଚଂ କୁ କାମରେ ଲଗାଯିବ, ୨୬ ତାରିଖରେ ସ୍ୱତନ୍ତ୍ର ପଲ୍ଲିସଭା ଗୁଡିକରେ ଏହି ଟୀକାରଣ ସଂପର୍କରେ ସଭା ହେବାସହିତ ବିଦ୍ୟାଳୟ, ଅଙ୍ଗନୱାର୍ଡି ଗୁଡିକରେ କୁଷ୍ଠ ନିବାରଣ ସଂପର୍କରେ ସପଥ ପାଠ କରାଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ୨୭ ତାରିଖରୁ ଜିଲ୍ଲା ସଦର ମହୁକୁମାସହ ବ୍ଲକ ଗୁଡିକରେ ଟୀକାଦାନ ନିୟନ୍ତ୍ରଣ କକ୍ଷ ଖୋଲା ଯାଇ କାର୍ଯ୍ୟକାରି ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ସହକାରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟ ନାରାୟଣ ଦେଓ, ଡିପିଏମ ସୁଭକାନ୍ତ ଗନ୍ତାୟତ, ଟୀକାକରଣ ପରିସଂଖ୍ୟାନ ଅଧିକାରୀ ଶିବପ୍ରସାଦ ପ୍ରହରାଜ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ ବର୍ଷ ଭୟାବହ ଜାପାନୀ ଏନ୍ ସେଫାଲାଇଟ ଜ୍ୱରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା, ଏହି ଜାପାନୀ ଜ୍ୱରକୁ ରୋକିବା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ନାକେଦମ ହୋଇପଡିଥିଲେ। ଦୀର୍ଘ ୪ମାସ ସଂଘର୍ଷ କରିବା ଓ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗର ଅକ୍ଲାନ୍ତ ପରିଶ୍ରମପରେ ଜାପାନୀ ଜ୍ୱର ଜିଲ୍ଲାରେ ଥମିଥିଲା। ଏବେ ସମଗ୍ର ରାଜ୍ୟରେ ଭୟାବହ ଜର୍ମାନ ରୋଗର ଭୁତାଣୁ ଦେଖାଦେଇଛି। ଏହି ରୁବେଲା (ଜର୍ମାନ ମିଳିମିଳି ) ଭୁତାଣୁ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇ ଥିବାରୁ ସେହି ରୋଗକୁ ପ୍ରତିରୋଧ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ସହ କୋରକୁଣ୍ଡା. ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି, କାଳିମେଳା, ପଡିଆ ସାତଟି ଯାକ ବ୍ଲକରେ ଟିକାକରଣ ନିମନ୍ତେ ଜନସଚେତନତା କର୍ମଶାଳା ଆରମ୍ଭ ହୋଇ ଯାଇଛି। ଆସନ୍ତା ୨୯ତାରିଖରୁ ୯ମାସରୁ ୧୫ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୨୩ ହଜାର ୭୪୯ ଜଣରୁ ଉର୍ଦ୍ଦ ପିଲାମାନଙ୍କୁ ଜର୍ମାନ ମିଳିମିଳା ଓ ମିଳିମିଳା ଟିକାକରଣ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top