ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ଏମ.ଆର.ସମୂହ ଟିକାଦାନ ଶେଷ ପର୍ଯ୍ୟାୟରେ,୯୭ପ୍ରତିଶତ ଶିଶୁଟିକା ନେଲେ

ମାଲକାନଗିରି,୨୦ା୨ (ଓଡିଆ ପୁଅ /ଏସ.ଦାଶ) ସମଗ୍ର ମାଲକାନଗିରି ଜିଲ୍ଲାରେ ଏମଆର ସମୂହ ଟିକାରଣ ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ୨ଲକ୍ଷ ୨୩ହଜାର୭୪୯ ଜଣ ଶିଶୁଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୨ଲକ୍ଷ ୧୧ହଜାର୫୫୫ଜଣ ଶିଶୁଙ୍କୁ ମିଳିମିଳା,ଜର୍ମାନମିଳିମିଳା(ରୁବେଲା) ଟିକାରଣ କରାଯାଇଛି । ଇତି ମଧ୍ୟରେ ସାତଟି ଯାକ ବ୍ଲକ ଓ ସହରାଚଂଳରେ ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ୯୭ପ୍ରତିଶତ ଶିଶୁଙ୍କୁ ଏମଆର ଟିକା ଦିଆସରିଛି ।  ବଳକା ଶିଶୁଙ୍କୁ ସ୍ୱତନ୍ତ୍ର ଭାବେ ଶନିବାର ଠାରୁ ମପଅପ୍ ଆରମ୍ଭ କରାଯାଇ ଘରଘର ବୁଲି ଶତପ୍ରତିଶତ ଶିଶୁମାନଙ୍କୁ ଟିକାକରଣ କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ  ଡା.ଅମରେନ୍ଦ୍ର କୁମାର ମହାନ୍ତି ସୁଚନାଦେଇଛନ୍ତି । ସୋମବାର ସୁଦ୍ଧା ମାଲକାନଗିରି(ପାଣ୍ଡ୍ରୀପାଣି) ବ୍ଲକରେ ୧୦୦ପ୍ରତିଶତ,ମାଥିଲିରେ ୯୯ପ୍ରତିଶତ,କୋରକୁଣ୍ଡା,ପଡିଆ ବ୍ଲକରେ ୯୮ପ୍ରତିଶତ,କାଲିମେଳା, ଖଇରପୁଟ ବ୍ଲକରେ ୯୬ପ୍ରତିଶତ,ସହରାଚଂଲରେ ୯୫ପ୍ରତିଶତ,କୁଡୁମୁଲୁଗୁମ୍ମା ବ୍ଲକରେ ୯୧ପ୍ରତିଶତ ଶିଶୁଙ୍କ ଟିକାରଣ କରାଯାଇଛି । ବିଶେଷ କରି ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା  ୮ଟି ପଚାଂୟତ ରେ ସ୍ୱତନ୍ତ୍ର ଭାବେ ଟିକାକରଣ ହୋଇ ଯାଇଛି । ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ବିଛିନ୍ନାଚଂଳ ରେ ସ୍ୱତନ୍ତ୍ର ଭାବେ ଜୋଡାମ୍ବ,ପଣସପୁଟ, ଜାନବାଇ ତିନୋଟି ସେକ୍ଟର ଖୋଲା ଯାଇ ଘର ଘର ବୁଲି ଟିକାକରଣ ଆରମ୍ଭ ହୋଇଛି । ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋରଲଚଂ କୁ କାମରେ ଲଗାଯାଇଛି । ବିଛିନ୍ନାଚଂଳରେ ପ୍ରଥମ ପର୍ଯ୍ୟାୟରେ ଜାନବାଇ ସେକ୍ଟର ଅଧିନରେ ବଡପଡା,ରାଲେଗଡା,ପାପରମେଟଲା, ପଡପଦର ପଚାଂୟତ ରେ ୬୪୩୩ଜଣ ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଟିକାଦିଆସରିଛି ।

ଦ୍ୱତୀୟ ପର୍ଯ୍ୟାୟରେ ପଣସପୁଟ ସେକ୍ଟରର ଜୋଡାଆମ୍ବ,ଯନ୍ତ୍ରୀ ,ଅଣ୍ଡ୍ରାପାଲି,ପଣସପୁଟ ପଚାଂୟତରେ ଟିକାଦାନ କାର୍ଯ୍ୟକ୍ରମ ସରି ଏବେ ତୃତୀୟ ପର୍ଯ୍ୟାୟ ଏମଆର ଟିକା କରଣ ଆରମ୍ଭ ହୋଇ ଯାଇଛି । ବିଛିନ୍ନାଚଂଳରେ ୩୧ଟି ବିଦ୍ୟାଳୟ,୬୮ଟି କମ୍ୟୁନିଟ ଗୃହ ଓ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ରେ ୪୭୬୬ଜଣ ପିଲାଙ୍କୁ ଟିକାଦନ କରାଯିବାର ବ୍ୟବସ୍ଥା ହୋଇଛି  । ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୭ଟି ବ୍ଲକ, ଗେଟିଏ ପୌରପରିଷଦ, ଗୋଟିଏ ବିଜ୍ଞାପିତ ଅଚଂଳପରିଷଦରେ ୯୭ ପ୍ରତିଶତ ଟିକାକରଣ ହୋଇ ସାରିଥିବାର ଜଣାପଡିଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଗମ ମାଓପ୍ରବଣ ବିଛିନ୍ନାଚଂଳ ପାଇଁ ସ୍ୱତନ୍ତ୍ରଭାବେ ଟିକାରଣ ବ୍ୟବସ୍ଥା ହୋଇ ୧୦୦ଜଣଙ୍କୁ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରେ ମହିଳା,ପୁରୁଷ ସ୍ୱାସ୍ଥ୍ୟକର୍ମୀ ,ସୁପରଭାଇଜର,ଶିଶୁମହିଳା କଲ୍ୟାଣ ସୁପରଭାଇଜର,ବ୍ଲକ ସୁପରଭାଇଜର,ଅଙ୍ଗନଓ୍ୟାର୍ଡି କର୍ମୀ,ଆଶାକର୍ମୀ,ମାନେ ରହିଛନ୍ତି । ଏମାନଙ୍କ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲା ଭେକ୍ଟର ପ୍ରତିରୋଧ ଅଧିକାରୀ ଅଜିତକୁମାର ଦଳେଇ,ସଂଗ୍ରାମକୁମାର ପଣ୍ଡା,ସୁବାଷପଣ୍ଡା,ବିଛିନ୍ନାଚଂଳ ଗସ୍ତକରି ଟିକାକରଣ କେନ୍ଦ୍ରଗୁଡିକୁ ପରିଦର୍ଶନ କରି ବିବରଣୀ ସଂଗ୍ରହ କରୁଥିବାବେଳେ ସହକାରି ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ସତ୍ୟନାରାୟଣ ଦେଓ,ଡିପିଏମ ସୁଭକାନ୍ତ ଗନ୍ତାୟତ,ଟୀକାକରଣ ପରିସଂଖ୍ୟାନ ଅଧିକାରୀ ଶିବପ୍ରସାଦ ପ୍ରହରାଜ ଜିଲ୍ଲାସ୍ତରୀୟ ଟିକାଦାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରୁଛନ୍ତି । ଜିଲ୍ଲାରେ ୧୪୬୮ଟି ଟୀକାଦାନକେନ୍ଦ୍ର ଖୋଲାଯାଇଛି ,ଏହି କେନ୍ଦ୍ର ଗୁଡିକରେ ଜିଲ୍ଲାର ମୋଟ ୨ଲକ୍ଷ ୨୩ହଜାର ୭୪୯ଜଣ ପିଲାଙ୍କୁ ଟୀକାକରଣ କରାଯ ିବ ,ଏଥି ନିମନ୍ତେ ୨୪୩ ଟୀକାଦାନଦଳ ଙ୍କୁ ନିଯୁକ୍ତି ଦିଆ ଯାଇଛି । ସମଗ୍ର ମାଲକାନଗିରି ଜିଲ୍ଲାରେ ଏମଆର ସମୂହ ଟିକାଦାନ କାର୍ଯ୍ୟକ୍ରମ ଏବେ ଶେଷ ପର୍ଯ୍ୟାୟ ରେ ପହଁଚିଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top