ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲାରେ ଏମ.ଆର.ସମୂହ ଟିକାଦାନ ଅଭିଯାନର ଶୁଭାରମ୍ଭ

ମାଲକାନଗିରି, ୨୯ା୧ (ଓଡିଆ ପୁଅ ) ମିଳିମିଳା ଓ ଜର୍ମାନମିଳି ମିଳା ରୋଗର ଆଶଙ୍କାକୁ ଆଖିଆଗରେ ରଖି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହାର ନିରାକରଣ ନିମନ୍ତେ ଆଜି ଠାରୁ ଏମ.ଆର ସମୁହ ଟୀକାଦାନ ଅଭିଯାନର ଶୁଭାରମ୍ଭ ହୋଇଛି। ଆଜି ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ଆଇଏମଏସଟି ସ୍କୁଲ ପରିସରରେ ମିଳିମିଳା ଓ ରୁବେଲା (ଜର୍ମାନ ମିଳିମିଳା) ପ୍ରତିଶେଧକ ସମୂହ ଟୀକାରଣ ଅଭିଯାନ ଶୁଭାଆରମ୍ଭ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଟିକାଦିଆ ଯାଇଥିଲା। ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା ଅମରେନ୍ଦ୍ର କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଟିକାକରଣ ଅଭିଯାନ ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଯୋଗଦେଇ ଏମ.ଆର ସମୂହ ଟିକାକରଣ ଅଭି ଯାନକୁ ଉଦଘାଟନ କରିଥିଲେ। ଏହି ଅବସରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀଙ୍କୁ ଏମ.ଆର ଟିକା ପ୍ରଦାନ କରିଯାଇଥିଲା। ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ତୃତୀୟ ୪ର୍ଥ ସପ୍ତାହରେ ଗ୍ରାମାଚଂଳ, ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରରେ ଏବଂ ୫ମ ସପ୍ତାହରେ ବଳକା ରହି ଯାଇଥିବା ୯ମାସରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଘର ଘର ବୁଲି ଟୀକାଦିଆଯିବ ଟିକାକରଣ କରାଯିବ। ଜିଲ୍ଲାର ୧୪୬୮ଟି ଟୀକାଦାନ କେନ୍ଦ୍ର ରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ୧ଲକ୍ଷ ୩୭ହଜାର୨୯୩ ଛାତ୍ର ଛାତ୍ରୀଙ୍କୁ ଟିକାଦନ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଜିଲ୍ଲାର ମୋଟ ୨ଲକ୍ଷ ୨୩ହଜାର ୭୪୯ଜଣ ପିଲାଙ୍କୁ ଟୀକାକରଣ କରାଯିବ, ଏଥି ନିମନ୍ତେ ୨୪୩ ଟୀକାଦାନଦଳ ଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ସହକାରି ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ସତ୍ୟନାରାୟଣ ଦେଓ, ଡିପିଏମ ସୁଭକାନ୍ତ ଗନ୍ତାୟତ, ଟୀକାକରଣ ପରିସଂଖ୍ୟାନ ଅଧିକାରୀ ଶିବପ୍ରସାଦ ପ୍ରହରାଜ ପ୍ରମୁଖ ସ୍ୱାସ୍ଥ୍ୟବିଭାଗ କର୍ମଚାରି ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାକରିଥିଲେ। ବିଶେଷ କରି ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ବିଛିନ୍ନାଚଂଳ ରେ ସ୍ୱତନ୍ତ୍ର ଭାବେ ଜୋଡାମ୍ବ, ପଣସପୁଟ, ଜାନବାଇ ତିନୋଟି ସେକ୍ଟର ଖୋଲା ଯାଇ ଘର ଘର ବୁଲି ଟିକାକରଣ କରାଯିବ, ଏହି କାର୍ଯ୍ୟପାଇଁ ଆମ୍ବୁଲାନ୍ସ ଲଚଂ ସହ ଦୁଇଟି ମଟୋରଲଚଂ କୁ କାମରେ ଲଗାଯିବ, ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ ବର୍ଷ ଭୟାବହ ଜାପାନୀ ଏନ୍ ସେଫାଲାଇଟ ଜ୍ୱରରେ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା, ଏହି ଜାପାନୀ ଜ୍ୱରକୁ ରୋକିବା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭକରି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପର୍ଯ୍ୟନ୍ତ ନାକେଦମ ହୋଇପଡିଥିଲେ। ଦୀର୍ଘ ୪ମାସ ସଂଘର୍ଷ କରିବା ଓ ଜିଲ୍ଲାପ୍ରଶାସନ, ସ୍ୱାସ୍ଥ୍ୟାବିଭାଗର ଅକ୍ଲାନ୍ତ ପରିଶ୍ରମପରେ ଜାପାନୀ ଜ୍ୱର ଜିଲ୍ଲାରେ ଥମିଥିଲା। ଏବେ ସମଗ୍ର ରାଜ୍ୟ ରେ ଭୟାବହ ଜର୍ମାନ ରୋଗର ଭୁତାଣୁ ଦେଖାଦେଇଛି। ଏହି ରୁବେଲା (ଜର୍ମାନ ମିଳିମିଳି ) ଭୁତାଣୁ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇ ଥିବାରୁ ସେହି ରୋଗକୁ ପ୍ରତିରୋଧ ଓ ନିରାକରଣ ନିମନ୍ତେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସଦର ମହକୁମା ସହ କୋରକୁଣ୍ଡା. ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି, କାଳିମେଳା, ପଡିଆ ସାତଟି ଯାକ ବ୍ଲକରେ ଟିକାକରଣ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ୯ମାସରୁ ୧୫ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୨ଲକ୍ଷ ୨୩ହଜାର ୭୪୯ ଜଣ ରୁ ଉର୍ଦ୍ଦ ପିଲାମାନଙ୍କୁ ଜର୍ମାନ ମିଳିମିଳା ଓ ମିଳିମିଳା ଟିକାକରଣ କରାଯିବ ବୋଲି ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top