ମାଲକାନଗିରି ଜିଲ୍ଲାକୁ ପଲିଥିନ ମୁକ୍ତ ଜିଲ୍ଲା ଭାବେ ପରିଣତ ପାଇଁ ସଙ୍କଳ୍ପ, ଜିଲ୍ଲାରେ ପ୍ଲାଷ୍ଟିକ ମୁକ୍ତ ଶୋଭାଯାତ୍ରା

ମାଲକାନଗିରି, ୨୫ା୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଖଣ୍ଡୀୟବନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆଜି ପ୍ଲାଷ୍ଟିକ ମୁକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ବନଖଣ୍ଡିୟ ଅଧିକାରୀ ଡ.ସମ୍ରାଟ ଗୌଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସମ୍ମାନିତ ଅତିଥି ଭାବେ ସହକାରି ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସବୁଜ ବାହିନୀର ଦୁର୍ଯ୍ୟୋଧନ ପାତ୍ର, ଅଧ୍ୟାପକ ଡି. ଆଶିଶ ରାଠୋର, କ୍ୟୁସ ପ୍ରଶିକ୍ଷଣ କେନ୍ଦ୍ର ସଂଯୋଜକ ଅଜିତକୁମାର ପାଣିଗ୍ରାହୀ, ପ୍ରମୁଖ ଯୋଗଦେଇ ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଓ ପ୍ରାଣୀଜଗତର ଅପୁରଣୀୟ କ୍ଷତି ଘଟୁଛି। ଏହା ମାଟିରେ ମିଶୁ ନଥିବାରୁ ବର୍ଷାଜଳ ଭୂତଳଗାମୀ ହୋଇପାରେ ନାହିଁ। କେମିକାଲ ମିଶ୍ରତି ପଲିଥିନ ଖାଇ ଅନେକତ ଗାଇ ଗୋରୁଙ୍କର ମୃତ୍ୟୁ ଘଟୁଛି। ଆମେ ପଲିଥନ, ପ୍ଲାଷ୍ଟିକ ବ୍ୟବହାର ବନ୍ଦକରି ଜିଲ୍ଲାକୁ ପଲିଥନ ମୁକ୍ତକରିବା ପାଇଁ ସଂକଳ୍ପ ନେବା ବୋଲି ଅତିଥି ମାନେ କହିଥିଲେ। ଆୟୋଜିତ ୫ଦିନ ଧରି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଜନ ସଚେତନତା କାର୍ଯ୍ୟକ୍ରମ ସୋଭାଯାତ୍ରାକୁ ମୁଖ୍ୟଅତିଥି ସବୁଜ ପତକା ଦେଖାଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ଏହି ସୋଭାଯାତ୍ରା ଡିଏଫଓ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହରପରିକ୍ରମା କରିଥିଲା। ଏହି ସୋଭାଯାତ୍ରାରେ ଯୁବରେଡକ୍ରସ, ଦିନଦୟାଲ ଗ୍ରାମୀଣ କୌଶଳ ଯୋଜନାର ଛାତ୍ର ଛାତ୍ରୀ, ସବୁଜ ବାହିନୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ, ବନକର୍ମଚାରୀ, ବୁଦ୍ଧିଜିବୀ, ସାମ୍ବାଦିକ, ସହରବାସୀ ପ୍ରମୁଖ ଯୋଗଦେଇ ସହର ରାସ୍ତାକଡରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ, ଜରି ସବୁ ଗୋଟାଇ ସଫେଇ କାର୍ଯ୍ୟକରିଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ସଦର ବନାଚଂଳ ଅଧିକାରୀ ବାସୁଦେବ ନାୟକ ପରିଚାଳନା କରିଥିଲେ।

 

 

Leave a Reply

Your email address will not be published. Required fields are marked *