ଅପରାଧ

ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ, କାର ସହିତ ୧୩୪ କେଜି ଗଜେଂଇ ଜବତ, ଦୁଇ ଗିରଫ

ମାଲକାନଗିରି, ୬ା୧ (ଓଡିଆ ପୁଅ) ଚିତ୍ରକୋଣ୍ଡା ଅଚଂଳରୁ ଚୋରା ଗଜେଂଇ ଚାଲାଣ କରୁଥିବା ସମୟରେ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ହାତରେ ଏକ କାର ୧୩୪କେଜି ଗଜେଂଇ ସହ ଦୁଇଜଣ ଧରା ପଡିଛନ୍ତି, ମାଲାକଗନରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ବିଭିନ୍ନ ଅଚଂଳ ଚଢ଼ାଉ କରାଯାଇ ଚୋରା ଗଜେଂଇ ଚାଲାଣକୁ ଧରପଗଡ କରିବା ସହ ଗଜେଂଇ ଚାଷ ଗୁଡିକୁ ନଷ୍ଟ କରାଯାଉଛି। ଚିତ୍ରକୋଣ୍ଡା ଅଚଂଳରୁ ଏକ କାର ଯୋଗେ କିଛି ବେପାରି ଚୋରାରେ ଗଜେଂଇ ଚାଲାଣ କରୁଥିବାର ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବଇନିସ୍ପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସବଇନନିସ୍ପେକ୍ଟର ଜଗାରାଓ ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀମାନେ ଚିତ୍ରକୋଣ୍ଡା ଥାନାସ୍ଥ ନୂଆଗୁଡା ରାସ୍ତାରେ ଜଗି ରହିଥିଲେ। ସେ ରାସ୍ତଦେଇ ଓଡି ୦୨ ଏଫ ୧୪୪୯ ନମ୍ବର ଟାଟା ଇଣ୍ଡିଗୋ କାର ଟିଏ ଦୃତଗତିରେ ପଳାଉଥିବା ବେଳେ ତାକୁ ଗୋଡାଇ ଧରିଥିଲେ।

ଉକ୍ତ କାରଟିକୁ ଅଟକାଇ ଯାଚଂ କରିବାରୁ କାର ଡିକିରୁ ୪ଟି ବସ୍ତାରେ ଗଜେଂଇ କେକ ସବୁରହିଥିଲା । କାର ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଅବକାରୀବିଭାଗ ପକ୍ଷରୁ ଗିରଫ କରା ଯାଇ ମାଲକାନଗିରିକୁ ଅଣାଯାଇ ମାଜଷ୍ଟ୍ରେଟ ସହକାରି ଜିଲ୍ଲାପାଳ ଲଳିତ ମଣ୍ଡଳଙ୍କ ଉପସ୍ଥିତିରେ ଗାଡିରୁ ଗଜେଂଇ ବାହର କରାଯାଇ ଓଜନକରା ଯାଇଥିଲା ,୪ଟି ବସ୍ତାରେ ୧୩୪କେଜି ୪୦୦ଗ୍ରାମ ଗଜେଂଇ ଥିବାର ଜଣାପଡିଛି । ଚିତ୍ରକୋଣ୍ଡା ଥାନାସ୍ଥ ଆର.ଏ.ସି ୧୪ ଅଚଂଳରୁ ଚୋରାରେ ଗଜେଂଇ କ୍ରୟକରି ଅନୁଗୁଳ ଛେଣ୍ଡିପଦର କୁ ଏହି ବେପାରି ମାନେ ନେଉଥିବାର ଜଣାପଡିଛି । ଅନୁଗୁଳ ଅଚଂଳର ସୁମନ୍ତ ସାହୁ ଓ ବିମଲବାରିକ ଙ୍କୁ ଚୋରାଗଜେଂଇ ଚାଳାଣ ଅଭି ଯୋଗରେ ଗିରଫ କରାଯାଇଛି ।ମାଲକାନଗିରି ଜିଲ୍ଲା ଅବକାରି ବିଭିଗ ପକ୍ଷରୁ ଗତକିଛି ଦିନହେଲା ନିୟମିତ ଭାବେ ବିଭିନ୍ନ ସ୍ଥାନ ଚଢାଉକରା ଯାଇ ଚୋରାଗଜେଂ ଇଚାଲାଣକାରି ଙ୍କୁ ଧରିବାସହ ,ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟକରୁଥିବାର ଅଭିଯାନ ଯୋରଦାର ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top