ଓଡ଼ିଶା

ମାଲକାନଗିରି ଘୋଷଯାତ୍ରାରେ ଜିଲ୍ଲାପାଳ ଛେରାପହଁରା କଲେ

ମାଲକାନଗିରି, ୧୪ା୭ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀ ଜଗନ୍ନାଥମନ୍ଦିର ରେ ସକାଳେ ଠାକୁରଙ୍କ ନୀତିରୀତି ପରେ ଅନ୍ନ ଭୋଗ ସରିବା ପରେ ଶ୍ରୀଜିଉଙ୍କ ରଥ ପ୍ରତିଷ୍ଠା ହୋଇଥିଲା। ଅପରାହ୍ନରେ ଘଣ୍ଟ, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥଉପରକୁ ନେଇବାପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ରାଜା ପଗଡି ପିନ୍ଧି ହାତରେ ସୁନା ଝାଡୁ ଧରି ଛେରା ପହଁରା କରିଥିଲେ।

ଛେରାପହଁରା ପରେ ରଥାଋଡ ଶ୍ରୀଜିଉଙ୍କୁ ରାଜ ପୌରହିତ ବିନାୟକ ଶତପଥି ଓ ମୁଖ୍ୟ ପୂଜକ ଗୁପ୍ତ ପ୍ରସାଦ ପଣ୍ଡା, କୃଷ୍ଣ ଚନ୍ଦ୍ର ନନ୍ଦ ଓ ସେବାୟତମାନେ ଠାକୁରଙ୍କ ନିକଟରେ ରାଜ ଭୋଗ ଲଗାଇବା ପରେ ଜିଲ୍ଲାପାଳଙ୍କ ଦ୍ୱାରା ଆଳତୀ କରାଯାଇଥିଲା। ଶ୍ରୀଜିଉଙ୍କ ପୂଜା ରୀତି ନୀତି ସରିବା ପରେ ଗାଁ ପୂଜାରୀ ଡାହୁକ ତ୍ରୀନାଥ ପୂଜାରୀ କାହାଳି ବଜାଇ ରଥ ଛାଣିବା ପାଇଁ ଡାକ ପକାଇବା ପରେ ଭକ୍ତମାନେ ମାଉସୀମା’ ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ। ରଥ ଯାତ୍ରା ପୂଜା କମଟିର ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ରଥ ଯାତ୍ରାରେ ଉପସ୍ଥିତ ରହିଥିଲେ। ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଇଥିଲା। ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରବଚନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା।

ଏହି ରଥ ଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରୁ ଶହସ୍ରାଧିକ ସଂଖ୍ୟାରେ ଭକ୍ତମାନଙ୍କ ଭିଡ ଲାଗିଥିଲା, ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷମାନେ ଯୋଗଦେଇ ରଥ ଦୌଡି ଧରି ରଥ ଟାଣିଥିଲେ। ଅନୁରୂପ ଜିଲ୍ଲା ବନ ବିଭାଗ ପକ୍ଷରୁ ମଧ୍ୟ ରଥ ଯାତ୍ରାର ଆୟୋଜନ କରାଯାଇଥିଲା। ବିଶେଷ କରି ଆନ୍ଧ୍ର ଓଡ଼ିଶା ଛତିଶଗଡ ସିମାନ୍ତ ମୋଟୁଠାରେ ଥିବା ଶ୍ରୀଜଗନାଥ ମନ୍ଦିର ପରିସରରେ ଓ ପଡିଆ ଠାରେ ପବିତ୍ର ରଥ ଯାତ୍ରା ପାଳିତ ହୋଇଛି, ଏହି ଦୁଇଟି ସ୍ଥାନରେ ସର୍ବଧର୍ମ ଭାଇଚାରାର ପ୍ରତୀକ ହିନ୍ଦୁ ମାନଙ୍କ ସହିତ ମୁଲମାନ ଓ ଖ୍ରୀଷ୍ଟଧର୍ମର ଲୋକମାନେ ମିଳିତ ଭାବେ ରଥ ଟାଣି ଘୋଷ ଯାତ୍ରାର ମଜା ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top