ମାଲକାନଗିରି ଅବକାରି ବିଭାଗ ପକ୍ଷରୁ ଚଢାଉ,ଗଜେଂଇ,ମଦ ଚାଲାଣ ଅଭିଯୋଗ ରେ ୫ଗିରଫ,ଦୁଇ ମଟରସାଇକେଲ ଓ ଗଜେଂଇ,ମଦ ଜବତ

ମାଲକାନଗିରି,୧୧ା୧୧ (ଓଡିଆ ପୁଅ ) ମଟର ସାଇକେଲରେ ଦୁଇଜଣ ଯୁବକ ଚୋରା ଗଜେଂଇନେଇ ଯାଉଥିବାର ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି  ଜିଲ୍ଲାଅବକାରି ଅଧିକ୍ଷକ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା,ପ୍ରମୋଦକୁମାର ବାଣୁଆ,ଜେମସ ମାଲଖମ୍ବ ସାହୁ,ଦିନେଶ କୁଅଁର ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ଖଡିକା ଯୋଡି  ରାସ୍ତାରେ ଜଗିରହିଥିଲେ । ସେହି ରାସ୍ତାଦେଇ ଚିତ୍ରକୋଣ୍ଡା ଅଚଂଳରୁ ଏକ ହିରୋ ମଟର ସାଇକେଲ ନଂ ଓଡି୧୦.୦୯୩ ଦୃତ ଗତିରେ ପଳାଉଥିବା ବେଳେ ତାଙ୍କୁ ଗୋଡାଇ ଧରିଥିଲେ । ସେ ଦୁଇଜଣ ଯୁବକ ଙ୍କ ନିକଟରୁ ଏକ ବ୍ୟାଗ ମିଳିଥିଲା, ସେଥିରେ ୮କେଜି ଗଜେଂଇ ଥିବାର ଦେଖି ସେମାନଙ୍କୁ ଅବକାରି ବିଭାଗ ଗିରଫ କରିଥିଲେ । ସେଦୁଇଜଣ ହେଲେ ଜୟଚନ୍ଦ୍ରଭୁମିୟା (କତାପାଲି) ଓ ଗଣପତି ଧାକଡ(ପୁଜାରିଗୁଡା) ସେମାନେ ଏହି ଚୋରା ଗଜେଂଇ ଚିତ୍ରକୋଣ୍ଡା ବିଛିନ୍ନାଚଂଳରୁ କ୍ରୟକରି ଛତିଶଗଡ କୁ ବିକ୍ରୟ ନିମନ୍ତେ ନେଉଥିବାର ଜଣାପଡିଛି । ଅନୁରୁପ ଅବକାରୀ ବିଭାଗ କର୍ମଚାରି ମାନେ ପେଟ୍ରୋଲିଂ କରୁଥିବାବେଳେ ହୋଣ୍ଡା ମଟରସାଇକେଲ ଏଟି ୨୦.ଏଭି୬୧୮୮ନମ୍ବର ଗାଡିରେ ମାଲକାନଗିରିର ହାତିରାମ ନାୟକ,ସିଆଡିମାଳ ଗ୍ରାମର ଦେବା ସୋଡି ୧୦ଲିଟର ଚୋରା ଦେଶି ମଦ ନେଇ ବିକ୍ରୀକରିବାକୁ ଯାଉଥିବାବେଳେ ସେମାନଙ୍କୁ ଅବକାରି ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଠିକ ସେହିପରି ସିଆଡି ମାଳ ଗ୍ରାମର ଆଡମା ସୋଡି ନାମକ ବ୍ୟକ୍ତି ୨୦ଲିଟର ଦେଶିମଦ ବିକ୍ରି ପାଇଁ ନେଉଥିବା ସମୟରେ ତାଙ୍କୁ ଅବକାରି ବିଭାଗ ଗୋଡାଇ ଧରିଥିଲେ ,

ମାଥିଲି ନାଳରେ ଦେଶି ମହୁଲି ମଦ ରାନ୍ଧା ଯାଉଥିବା ସମୟରେ ସେଠାରେ ଚଢାଉକରି ୨୪ଲିଟର ମଦ ଜବତକରିବା ସହିତ ମଦରନ୍ଧାସାମଗ୍ରୀ ଗୁଚିକୁ ଭାଙ୍ଗିଦିଆ ଯାଇଛି । ଅବକାରି ବିଭାଗ କର୍ମଚାରି ମାନଙ୍କୁ ଦେଖି ମଦରାନ୍ଧୁଥିବା ବ୍ୟକ୍ତି ଫେରାର ହୋଇ ଯାଇଥିଲେ । ଜିଲ୍ଲା ଅବକାରି ବିଭିଗ ପକ୍ଷରୁ ଗତକିଛି ଦିନହେଲା ନିୟମିତ ଭାବେ ବିଭିନ୍ନ ସ୍ଥାନ ଚଢାଉକରା ଯାଇ ଚୋରାଗଜେଂଇ,ମଦ ଜବତ ଚଳାଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି । ଚିତ୍ରକୋଣ୍ଡା,ମାଥିଲି, କାଲିମେଳା, ଖଇରପୁଟ,ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଜେଂଇ ଚାଷ ହୋଇଥାଏ ,ଏହି ସବୁଅଚଂଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ,ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *