ଓଡ଼ିଶା

ମାଲକାନଗିରିର ଅନାଥ ଆଦିବାସୀ ଶିଶୁପୁତ୍ର ଗଲା ସୁଦୂର ସ୍ପେନ ସହରର ବିଦେଶୀ ଦମ୍ପତିଙ୍କ ପୌଷ୍ୟ ପୁତ୍ର ହୋଇ

ମାଲକାନଗିରି, ୨୯ା୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ଜଣେ ବାପା ମା’ ଛେଉଣ୍ଡ ଅନାଥ ଶିଶୁପୁତ୍ରକୁ ସୁଦୂର ଦରିଆପାରି ସ୍ପେନ ସହରକୁ ନେଇ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ବିଦେଶୀ ଦମ୍ପତି। ମାଲକାନଗିରି ଜିଲ୍ଲାସ୍ଥ ତମସା ଗ୍ରାମ ପଚାଂୟତ ଦରିଗୁଡା ଗ୍ରାମର ଭିମା ମାଡକାମି ଜଣେ ଗରିବ କୋୟା ଆଦିବାସୀ ସଂପ୍ରଦାୟର, ଗାଁରେ କୁଲି ମଜୁରୀ ଲାଗି ବହୁକଷ୍ଟରେ ତାଙ୍କର ସ୍ତ୍ରୀ ଜୋଗି ମାଡକାମି ଓ ଶିଶୁପୁତ୍ର ନୟନ ମାଡକାମି(4) ତିନିପ୍ରାଣୀଙ୍କ ପେଟକୁ ଦାନା ଯୋଗାଡକରି ପରିବାର ଚଳାଇଆସୁଥିଲେ। ହେଲେ ଦଇବ ଦାଉ ସାଜିଲା ଗତ ଦୁଇବର୍ଷ ତଳେ ଅସାଧ୍ୟ ରୋଗରେ ପଡି ସେ ମୃତ୍ୟୁବରଣ କଲେ, ସ୍ୱାମୀଙ୍କୁ ଝୁରି ଝୁରି ପତ୍ନୀ ଜୋଗି ମଧ୍ୟ ସ୍ୱାମୀ ଙ୍କର ମୃତ୍ୟୁର କିଛି ମାସପରେ ବେମାରରେ ପଡି ମରିଗଲେ। ଘରକୁ ଏକା କି ହୋଇଗଲେ ବାପା ମା ଛେଉଣ୍ଡ ୪ ବର୍ଷର ଶିଶୁ ପୁତ୍ର ନୟନ। ଏହି ଶିଶୁ ପୁତ୍ରକୁ ପାଖ ପଡୋଶୀ ଲାଳନ ପାଳନ କରି କିଛି ଦିନ ପାଖରେ ରଖିଲେ। ସେମାନେ ମଧ୍ୟ ଗରିବ ଆଦିବାସୀ ଲୋକ ନିଜ ପିଲାଛୁଆ କଥା ବୁଝିବେ ନା ଏହି ଅନାଥ ପିଲାକୁ ପାଳିବେ ସେନେଇ ତମଲା ପଚାଂୟତର ସରପଞ୍ଚ ଭିମା ମାଡକାମି ଙ୍କୁ ଦୁଃଖ ଜଣାଇଲେ।

ଭିମା ମାଡକାମି ଉକ୍ତ ଶିଶୁପୁତ୍ରକୁ ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଗତ ତା ୨.୬.୨୦୧୭ ରିଖରେ ହାଜର କରାଇ ତାର ରକ୍ଷଣା ବେକ୍ଷଣ ଦାଇତ୍ୱ ନେବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଉକ୍ତ ଶିଶୁକୁ କାଉଁସିଲିଂ କରି ମାଲକାନଗିରି ଜିଲ୍ଲା ସଦର ମହକୁମା କୁମୁଟି ଗୁଡାଠାରେ ଥିବା ଭୈରବୀ ବାଳାଶ୍ରମରେ ରଖିଥିଲେ। ପରେ ଗତ ତା ୧୮.୮.୨୦୧୭ରିଖରେ କୋରାପୁଟ ଦଶମନ୍ତପୁର ଠାରେ ଥିବା ସା ଶିଶୁସୁରକ୍ଷା ଓ ପୌଷ୍ୟସନ୍ତାନ ଗୃହକୁ ଉକ୍ତ ଶିଶୁଟିକୁ ପଠାଇଦିଆ ଯାଇଥିଲା। ସା ସଂସ୍ଥାପକ୍ଷରୁ ଉକ୍ତ ଶିଶିଟିକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଗତ ଅକ୍ଟୋବର ମାସ ୨୦୧୭ରେ ନୁଆଦିଲ୍ଲୀସ୍ଥ କେନ୍ଦ୍ରୀୟ ପୌଷ୍ୟସନ୍ତାନ ଗ୍ରହଣ ସାଧନ ସଂସ୍ଥା ଦ୍ୱାରା ବିଜ୍ଞାପନ ପ୍ରକାଶିତ କରାଯାଇଥିଲା। ସେହି ବିଜ୍ଞାପନ ଟିକୁ ପଢି ସ୍ପେନ ଦେଶ ବାସୋଲିନିଆର ଏକ ବିଦେଶୀ ଦମ୍ପତି ନୟନକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାପାଇଁ ସହମତି ଦେଇ ଦରଖାସ୍ତ ଦେଇଥିଲେ। ରାଜ୍ୟ ସରକାର ଓ ଅଦାଲତ ନିୟମ ଅନୁସାରେ ସେମାନଙ୍କ ଦରଖାସ୍ତଟି ଜାଞ୍ଚ କରାଯାଇ ତାଙ୍କ ଆବେଦନକୁ ଜିଲ୍ଲାଶିଶୁ ମଙ୍ଗଳ ସମତି ଗ୍ରହଣ କରି ଶିଶୁଟିକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ପେନର ଡାକ୍ତର ଇଭାନ ହେରନାନ୍ଦୋ ଡୋମେନେଚ ଓ ତାଙ୍କ ପତ୍ନୀ ସୁସାନ ନାଭାରିତେଫା ଏହି ଦମ୍ପତି ଉକ୍ତ ଶିଶୁଟି ର ପାସପୋର୍ଟ, ଭିସା ତିଆରି କଲାପରେ ଓଡିଶା ଆସି ଦଶମନ୍ତପୁର ସା ସଂସ୍ଥାରେ ପହଁଚି ଥିଲେ। ଗୁରୁବାର ଦିନ ବିଦେଶୀ ଦମ୍ପତ୍ତି ମାଲକାନଗିରି ଠାରେ ପହଁଚିବାପରେ ଜିଲ୍ଲାଶିଶୁମଙ୍ଗଳ ସମତି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ଶିଶୁ ମଙ୍ଗଳ ସମତି ସଭ୍ୟ କିଶୋର ଚନ୍ଦ୍ର ମହାରଣା, ହରେଶ ଚନ୍ଦ୍ର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ସୁଦେଶ୍ନା ରାଉତ ଓ କୋରାପୁଟ ସା ସଂସ୍ଥାର କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟରଜଂନ ପଟନାୟକ ପ୍ରମୁଖ ଅଧିକାରୀ ମାନେ ବିଦେଶୀ ଦମ୍ପତ୍ତି ଓ ଶିଶୁପୁତ୍ରର ଭିସା ଓ ପାସପୋର୍ଟ ସହିତ ଅନ୍ୟାନ୍ୟ ନଥିପତ୍ର ଜାଞ୍ଚ କରିଥିଲେ। ଗୁରୁବାର ଅପରାହ୍ନରେ ଜିଲ୍ଲା ଶିଶୁମଙ୍ଗଳ ସମତିର କର୍ମକର୍ତାମାନଙ୍କ ସହିତ ସ୍ପେନର ବିଦେଶୀ ଦମ୍ପତି ପୌଷ୍ୟସନ୍ତାନ ଭାବେ ଗ୍ରହଣ କରିଥିବା ଶିଶୁ ନୟନ ମାଡକାମିଙ୍କ ନିଜ ଜନ୍ମସ୍ଥାନ ମାଲକାନଗିରି ଦରିଗୁଡା ଗ୍ରାମକୁ ବୁଲିବାକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ନୟନକୁ ସେମାନେ ନିଜର ପୁତ୍ରପରି ପାଳିବେ ତାକୁ ଯେତେ ବେଳେ୧୮ବର୍ଷ ପୁରି ସେ ସାଁବାଳକ ହେବାପରେ ମାଲକାନଗିରି ଦରିଗୁଡା ଗ୍ରାମକୁ ବୁଲି ଆସିବେ ବୋଲି ଏହି ଦମ୍ପତି ଗ୍ରାମବାସୀ ମାନଙ୍କୁ କହିଥିଲେ। ନିପଟ ମଫସଲ ଆଦିବାସୀ ଗାଁର ଜଣେ ଅନାଥ ଶିଶୁ ସୁଦୁର ସ୍ପେନ ସହର କୁ ଯାଇ ବିଦେଶୀ ଦମ୍ପତି ଗୋରା ସାହେବ ଓ ସାହେବାଣୀଙ୍କ ପୌଷ୍ୟ ପୁତ୍ର ହେବା ଘଟଣା ଜାଣିବା ପରେ ଏହି ବିଦେଶୀ ଦମ୍ପତ୍ତିଙ୍କୁ ଦେଖିବା ପାଇଁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଦରିଗୁଡା ଗ୍ରାମରେ ଭିଡ ଜମାଇଥିଲେ। ଏହି ବିଦେଶୀ ଦମ୍ପତି ଖୁସି ହୋଇ ସେମାନଙ୍କ ସହିତ ଫଟୋ ଉଠାଇ କଥା ହୋଇଥିଲେ। ଆଜି ଏହି ବିଦେଶୀ ଦମ୍ପତି ଦଶମନ୍ତପୁର ସା ସଂସ୍ଥାରୁ ନୟନକୁ ଦିଲ୍ଲୀ ନେଇ ଯାଇଛନ୍ତି। ସେଠାରୁ ସ୍ପେନକୁ ନେଇ ସେମାନେ ନିଜ ପୁତ୍ରପରି ପାଳିବା ପାଇଁ ସ୍ଥିର କରିଛନ୍ତି। ବାପା ମା ଛେଉଣ୍ଡ ଅନାଥ ହୋଇ ବଚିଂବାପାଇଁ ଘର ଘରବୁଲି ଆଶ୍ରୟ ଖୋଜୁଥିବା ଆଦିବାସୀ ଶିଶୁପୁତ୍ର ନୟନ ମାଡକାମି ଯାହା ପାଇଁ ସାଇକେଲ ଟିଏ ଚଲାଇବା ସ୍ୱପ୍ନ ହୋଇ ଯାଇଥିବା ବେଳେ ସେ ଏବେ ଆକାଶ ରେ ଉଡାଜାହଜରେ ଉଡି ସୁଦୂର ଦରିଆପାରି ସ୍ପେନ ସହରରେ ରହି ବିଦେଶୀ ଦମ୍ପତିଙ୍କ ପୌଷ୍ୟପୁତ୍ର ହୋଇ ସାହେବ ବନିଯିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top